ପାକିସ୍ତାନର ମସଜିଦରେ ଆକ୍ରମଣରେ…

ବାସ୍ତବ ବ୍ୟୁରୋ:ପାକିସ୍ତାନର ପେଶୱାର ସହରର ପୋଲିସ ଲାଇନ୍ସ ଅଂଚଳରେ ଥିବା ଏକ ମସଜିଦରେ ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ହୋଇଛି । ଏହାକୁ ଏକ ଫିଦାଇନ୍ ଆକ୍ରମଣ ବୋଲି କୁହାଯାଉଛି । ପାକିସ୍ତାନର ଏକ ନ୍ୟୁଜ ଅନୁଯାୟୀ, ଏପର୍ଯ୍ୟନ୍ତ ୩୨ ଜଣ ପୋଲିସକର୍ମୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୮ ଜଣ ଆହତ ହୋଇଥିବା ଖବର ରହିଛି। ଏଥିମଧ୍ୟରୁ ୬୬ ର ଅବସ୍ଥା ଗୁରୁତର ।ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଲେଡି ରେଡିଂ ହସପିଟାଲରେ ଭର୍ତ୍ତି କରାଯାଇଛି । 

ସୂଚନାନୁଯାୟୀ, ଅପରାହ୍ଣ ୧ ଟା ୪୦ ମିନିଟ ବା ଭାରତୀୟ ସମୟ ୨ଟା ୧୦ ମିନିଟ ସମୟରେ ହୋଇଥିଲା । ମସଜିଦରେ ପ୍ରାୟ ୫୫୦ ଲୋକ ଉପସ୍ଥିତ ଥିଲେ। ବିସ୍ଫୋରଣ ବେଳେ ଲୋକମାନେ ମସଜିଦରେ ପ୍ରାର୍ଥନା କରୁଥିଲେ । କୋଠାର ଏକ ଅଂଶ ଭୁସୁଡ଼ିପଡ଼ିବାରୁ କିଛି ଲୋକ ତାହା ତଳେ ରହିଯାଇଥିଲେ । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହା ହେଉଛି ଏକ ଆତ୍ମଘାତୀ ବିସ୍ଫୋରଣ ।

ଟିଟିପି ଏଥିପାଇଁ ନିଜକୁ ଦାୟୀ କରିଛି
ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ତେହେରିକ୍-ଇ-ତାଲିବାନ ପାକିସ୍ତାନ (ଟିଟିପି) ଏହି ଆକ୍ରମଣ ପାଇଁ ଦାୟୀ ବୋଲି କହିଛି। ଏହି ଆକ୍ରମଣ ପରେ ପାକିସ୍ତାନୀ ସେନା ଏହି ଅଞ୍ଚଳକୁ ଘେରି ରହିଛି। ଏହା ନିକଟରେ ଏକ ସେନା ୟୁନିଟ୍ ଅଫିସ୍ ମଧ୍ୟ ଅଛି । ପୋଲିସ୍ ଲାଇନରେ ଉପସ୍ଥିତ ଥିବା ଲୋକମାନେ କହିଛନ୍ତି ଯେ ଏହି ବିସ୍ଫୋରଣ ଅତ୍ୟନ୍ତ ଶକ୍ତିଶାଳୀ ଥିଲା ଏବଂ ଏହାର ଶବ୍ଦ ୨ କିଲୋମିଟର ଯାଏଁ ଶୁଣାଯାଇଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅର୍ଥନୈତିକ ସର୍ବେକ୍ଷଣ ୨୦୨୨-୨୩: ଆର୍ଥିକ ବର୍ଷ ୨୦୨୪ରେ ଭାରତର ଜିଡିପି ଅଭିବୃଦ୍ଧି ୬.୫% ହେବା ଆକଳନ, ବେକାରୀ ହାର ୭.୨% କୁ ହ୍ରାସ ପାଇଛି....

Tue Jan 31 , 2023
ବାସ୍ତବ ବ୍ୟୁରୋ: ମଙ୍ଗଳବାର ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ସୀତାରମଣ ଏହାକୁ ଉପସ୍ଥାପନ କରି ସୂଚନା ଦେଇ କହିଛନ୍ତି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ହାର ୭ ପ୍ରତିଶତ ହୋଇଥିବା ବେଳେ ଆଗାମୀ ବର୍ଷ ଏହା ୬.୫ ପ୍ରତିଶତ ହୋଇପାରେ ବୋଲି ଆକଳନ କରାଯାଇଛି। ଏହି ଅଭିବୃଦ୍ଧି ହାରରେ ଭାରତୀୟ ଅର୍ଥନୀତି ଦୁନିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି […]

You May Like

Pin It on Pinterest