ଚାନ୍ଦବାଲି ବ୍ଲକ ତେନ୍ତୁଲିଡ଼ିହିରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୩ ବଖରା ଘର ସହ ଦୁଇଟି ଗୁହାଳ….

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୩୧/୦୧/୨୦୨୩-ଚାନ୍ଦବାଲି ବ୍ଲକ ତେନ୍ତୁଲିଡ଼ିହି ପଚାୟତ ଦାସସାହିରେ ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୩ ବଖରା ଘର ସହ ଦୁଇଟି ଗୁହାଳ ପୋଡ଼ି ପାଇଁଶ ହୋଇଯାଇଥିବା ବେଳେ ଅନ୍ୟ ବଖରାକୁ ଅଗ୍ନିଶମ ବିଭାଗ ଓ ଗାଁ ଲୋକେ ମିଳିତ ସହଯୋଗରେ ପଣିପକାଇ ବଞ୍ଚିତ କରିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ଚାନ୍ଦବାଲି ଅଗ୍ନିଶମ ବିଭାଗର ଗାଡ଼ି ପହଁଚିବା ପୂର୍ବରୁ ୩ ବଖରା ଘର ସହ ଦୁଇଟି ଗୁହାଳ ସମ୍ପର୍ଣ୍ଣ ଭାବେ ଜଳିଯାଇଥିଲା ।

ଏହି ଅଗ୍ନିକାଣ୍ଡ ଇଲେକ୍ଟ୍ରି ସର୍ଟ ସାର୍କିଟ ଯୋଗୁଁ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । ଏହି ଅଗ୍ନିକାଣ୍ଡରେ ଗୁହାଳ ଘରେ ଥିବା ଦୁଇଟି ଗୋରୁ ଜିବନ୍ତ ଦଗ୍ଧ ଯାଇଥିବା ସୂଚନା ମିଳିଛି । ଅଗ୍ନିବିପନ୍ନ ମାନେ ବାସଗୃହରୁ କୌଣସି ଜିନିଷ ଉଧାର କରିପାରିନଥିଲେ । ଏହି ଅଗ୍ନିକାଣ୍ଡରେ ୩ ଟି ପରିବାରରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବଜେଟ୍‌ ୨୦୨୩: କ'ଣ ଶସ୍ତା ଓ କ'ଣ ମହଙ୍ଗା ହେଲା...

Wed Feb 1 , 2023
ବାସ୍ତବ ବ୍ୟୁରୋ:ଆଜି ବଜେଟ୍‌ରେ ଅନେକ ଜିନିଷ ଉପରୁ ଟିକସ ହ୍ରାସ ହୋଇଥିବା ବେଳେ ଅନେକର ବୃଦ୍ଧି କରାଯାଇଛି। ଆଗାମୀ ଦିନରେ ମୋବାଇଲ୍ ଫୋନ୍ କିଣିବା ଶସ୍ତା ହୋଇପାରେ, କିନ୍ତୁ ସୁନା ଓ ରୂପା କିଣିବା ମହଙ୍ଗା ହୋଇପାରେ । କାରଣ ମୋବାଇଲ୍ ଫୋନ ଉପରେ ସରକାର ଆମଦାନୀ ଶୁଳ୍କ ହ୍ରାସ କରିଥିବାବେଳେ ସୁନା ଓ ରୂପା ଉପରେ ଶୁଳ୍କ ବୃଦ୍ଧି କରିଛନ୍ତି। ସୀମା ଶୁଳ୍କ ୧୩ ପ୍ରତିଶତ ହ୍ରାସ ହୋଇଥିବା […]

You May Like

Pin It on Pinterest