କଟକ,ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳ ହେଲା ଅବରୋଧ କଟକଣା ମୁକ୍ତ

ବାସ୍ତବ ବ୍ୟୁରୋ-କଟକ,ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଅବରୋଧ କଟକଣାକୁ ହଟେଇ ଦିଆଯାଇଛି । ଏହି ଅଞ୍ଚଳରେ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ କଟକଣା ହଟିଥିବା ନେଇ ସୂଚନା ମିଳିଛି । ଯାଜପୁରର ଆକ୍ରାନ୍ତ ଏହି ଦୁଇ ଅଞ୍ଚଳକୁ ଯାଇଥିବାରୁ କଟକଣା ଲାଗିଥିଲା ।


ଉଲ୍ଲେଖଯୋଗ୍ୟ ଯେ ମହମାରୀ କରୋନା ନେଇ ସରକାର ବହୁ ପଦକ୍ଷେପ ନେଇଛନ୍ତି । ଏହି ମହାମାରୀ କବଳରୁ ବଞ୍ଚିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବା ସହ ଆକ୍ରାନ୍ତ ଓ ସନ୍ଦିଗ୍ଧ ବାହାରିଥିବା ଅଞ୍ଚଳ ଉପରେ କଟକଣା ଲାଗୁ କରାଯିବା ସହ ସାନିଟାଇଜ ମଧ୍ୟ କରାଯାଉଛି । ଓଡ଼ିଶାରେ ବର୍ତ୍ତମାନ ୪୦ ଜଣ କରୋନା ଆକ୍ରାନ୍ତରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ କରୋନାରେ ୧୩ଜଣ ସୁସ୍ଥ ହେବା ସହ ଜଣଙ୍କର ମୃତ୍ୟୁ ହୋଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

Mon Apr 13 , 2020
ବାସ୍ତବ ବ୍ୟୁରୋ-ମଙ୍ଗଳବାର ସକାଳ ଅର୍ଥାତ୍ ଆସନ୍ତାକାଲି ୧୦ଟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ଜାରି ହୋଇଥିବା ୨୧ ଦିନିଆ ଲକ୍ଡାଉନ୍ ଅବଧି ମଙ୍ଗଳବାର ସମାପ୍ତ ହେବାକୁ ଯାଉଛି । ଏହାସହ ଏହି ଲକ୍ଡାଉନ୍ ଅବଧି ବୃଦ୍ଧି ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ରଖାଯାଇଛି । ତେଣୁ ଲକ୍ଡାଉନ୍ ଅବଧି ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିପାରନ୍ତି ବୋଲି […]

You May Like

Pin It on Pinterest