ପ୍ରଫେସର ଶତ୍ରୁଘ୍ନ ନାଥଙ୍କ ୧୦୮ ତମ ଜୟନ୍ତୀ ପାଳିତ…

ବାସ୍ତବବ୍ୟୁରୋ(ଭୁବନେଶ୍ୱର): ଉତ୍କଳରତ୍ନ ପ୍ରଫେସର ଶତ୍ରୁଘ୍ନନାଥଙ୍କ ୧୦୮ ତମ ଜୟନ୍ତୀ ଉତ୍ସବ ବୁଧବାର,ଅପରାହ୍ଣ
ଘ ୪.୩୦ ମିନିଟ ସମୟରେ ସହୀଦନଗର ବିଷ୍ଣୁମନ୍ଦିର ପରିସରସ୍ଥିତ ସାଂସ୍କୃତିକ ପରିଷଦ ପ୍ରେକ୍ଷାଳୟରେ ପ୍ରାବନ୍ଧିକ ଡ଼ଃ ଏକାଦଶୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି lପ୍ରାରମ୍ଭରେ ଶ୍ରୀ ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରାଯାଇ ଶୁଭାରମ୍ଭ କରାଯାଇଥିଲା।

ଏଥିରେ କବି ଗୌତମ ଚରଣ ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଡାକ୍ତର ଅରୁଣ ଚନ୍ଦ୍ର ସେଠୀ ବିବରଣୀପାଠ କରିଥିଲେ l ମହିମା ଧର୍ମର ଅନୁଗାମୀ ରମେଶ ବାବା,ଉଦଘାଟକ ଉତ୍କଳଗାନ୍ଧୀ ସ୍ମାରକନିଧିର ସମ୍ପାଦକ ଜୟନ୍ତ କୁମାର ଦାସ,ମୁଖ୍ୟଅତିଥି ସଂସ୍କୃତି ଗବେଷକ ଡ଼ଃ ହରିହର କାନୁନଗୋ,ମୁଖ୍ୟବକ୍ତା ଡ଼ଃ ପାର୍ଥସାରଥି ଅଜୟ ବାରିକ,ସମ୍ମାନିତ ଅତିଥି ଭୁବନେଶ୍ୱର ମଧ୍ୟର ମାନ୍ୟବର ବିଧାୟକ ଅନନ୍ତ ଚରଣ ଜେନା, ସମାଜସେବୀ ସୁରେଶ ଚନ୍ଦ୍ର ମନ୍ତ୍ରୀ,ପ୍ରାକ୍ତନ କର୍ପୋରେଟର ପଦ୍ମନାଭ ଦାସ,କର୍ପୋରେଟର ରାଜକିଶୋର ଦାସ,ଵିଶିଷ୍ଟ ସାହିତ୍ୟିକ ଦେବୀପ୍ରସନ୍ନ ପଟ୍ଟନାୟକ, ରାଜଶ୍ରୀର ସମ୍ପାଦକ ଆଶୁକବି ହେମନ୍ତ ଜେନା ପ୍ରମୁଖ ଉଦବୋଧନ ଦେଇ ପ୍ରଫେସର ନାଥଙ୍କ ସାମଗ୍ରିକ କୃତି ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି ଅବସରରେ ଶତ୍ରୁଘ୍ନନାଥ ଫାଉଣ୍ଡେସନ ତରଫରୁ ଵିଶିଷ୍ଟ ସାହିତ୍ୟିକ ଅବସରପ୍ରାପ୍ତ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଶାରଦା ପ୍ରସାଦ ମିଶ୍ରଙ୍କୁ ଶତ୍ରୁଘ୍ନନାଥ ସମ୍ମାନ – ୨୦୨୩ ପ୍ରଦାନ କରାଯାଇଥିଲା l ଶେଷରେ ଗୀତାଞ୍ଜଳି ନାଥ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟ ଏବେ ନୂଆ ବିଶ୍ୱବିଦ୍ୟାଳୟ

Thu Feb 2 , 2023
ବାସ୍ତବ ବ୍ୟୁରୋ: କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀମାନଙ୍କର ବହୁ ଦିନର ଦାବି ଆଜି ପୂରଣ ହୋଇଛି । କୋରାପୁଟ ଜିଲ୍ଲାର ଜୟପୁରରେ ଥିବା ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ବିକ୍ରମଦେବ ମହାବିଦ୍ୟାଳୟ ୧୯୪୭ ମସିହାରେ ସ୍ଥାପିତ ହୋଇଥିଲା। ଚଳିତ ବର୍ଷ ଏହି ମହାବିଦ୍ୟାଳୟ ତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି । ବିକ୍ରମ ଦେବ […]

You May Like

Pin It on Pinterest