ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟ ଏବେ ନୂଆ ବିଶ୍ୱବିଦ୍ୟାଳୟ

ବାସ୍ତବ ବ୍ୟୁରୋ: କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀମାନଙ୍କର ବହୁ ଦିନର ଦାବି ଆଜି ପୂରଣ ହୋଇଛି । କୋରାପୁଟ ଜିଲ୍ଲାର ଜୟପୁରରେ ଥିବା ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

ବିକ୍ରମଦେବ ମହାବିଦ୍ୟାଳୟ ୧୯୪୭ ମସିହାରେ ସ୍ଥାପିତ ହୋଇଥିଲା। ଚଳିତ ବର୍ଷ ଏହି ମହାବିଦ୍ୟାଳୟ ତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି । ବିକ୍ରମ ଦେବ ମହାବିଦ୍ୟାଳୟ ଅବିଭକ୍ତ କୋରାପୁଟ ଜିଲ୍ଲାର ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସିଛି । ଏହି ମହାବିଦ୍ୟାଳୟରେ ଏବେ ୧୬ଟି ପିଜି ପାଠ୍ୟକ୍ରମ, ୧୭ଟି ୟୁଜି ପାଠ୍ୟକ୍ରମ ସହିତ ବିବିଏ, ବିସିଏଓ ବିଇଡି ଆଦି ପାଠ୍ୟକ୍ରମ ଜାରି ରହିଛି।

ବର୍ତ୍ତମାନ ଚାରି ହଜାର ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ କଲେଜ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଛି। ବର୍ତ୍ତମାନ ଏହି ନୂଆ ବିଶ୍ୱବିଦ୍ୟାଳୟ ହେବା ଦ୍ଵାରା କୋରାପୁଟ ,ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ହଜର ହଜାର ଛାତ୍ରଛାତ୍ରୀ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରି କହିଛନ୍ତି, ଦକ୍ଷିଣ ଓଡ଼ିଶାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ହେବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି: ଜଳେଶ୍ଵରପୁରରେ 5ଟି ସ୍କୁଲ ପରିସରରେ ମାଟି ଫିଲିଙ୍ଗ ପାଇଁ ସରକାରୀ ସ୍ଥାନରୁ ରାତ୍ରୀରେ ମାଟି ଚୋରୀ...

Thu Feb 2 , 2023
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୦୨-୦୨-୨୦୨୩ ରାତ୍ରୀରେ ଜେସିବ ମେସିନ ସାହର୍ଯ୍ୟରେ ହେଉଛି ଲକ୍ଷାଧ୍ୟକ ଟଙ୍କାର ମାଟି ଚୋରୀ , ସେହି ମାଟିକୁ ସରକାରୀ ସ୍ଥାନରୁ ଉଠାଯାଇ ପୁଣି ସରକାରୀ କାର୍ଯ୍ୟଦେଶରେ ବିନିଯୋଗ କରାଯାଉଛି । ଏପଟେ ନାଳ ଖୋଳା ପାଇଁ ମନରେଗା ସାହାଯ୍ଯରେ ପ୍ରଜେକ୍ଟ ପାଇଁ ଆଗୁଆ ନାଳରୁ ମାଟି ଉଠାଯାଉଛି ପୁଣି ସେହି ମାଟିକୁ ୫ ଟି ସ୍କୁଲରେ ମାଟି ଫିଲିଙ୍ଗ କରାଯାଉଛି। ଏପେଟେ ସରକାରଙ୍କ ରାଜସ୍ବ ଫାଙ୍କି ମାଟି ଉଠାଣ […]

You May Like

Pin It on Pinterest