ଚାନ୍ଦଵାଲି-ଭଦ୍ରକ ମୁଖ୍ୟରାସ୍ତା ମହୁଲିଆ ଛକ ନିକଟରେ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହରେ ଚାନ୍ଦବାଲି ପୋଲିସର ସାଇଟଫିକ ଟିମର ତଦନ୍ତ ଜାରି…

ଦେବକାନ୍ତ ମହାନ୍ତି (ଚାନ୍ଦବାଲି)୦୪/୦୨/୨୦୨୩-ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନସ୍ଥ ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ମହୁଲିଆ ଛକନିକଟ ରେ ଜଣେ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଶବ ଜବତ କରି ଚାନ୍ଦବାଲି ଶଵ ବ୍ୟବଚ୍ଛେଦ କେନ୍ଦ୍ରକୁ ପଠାଇଛି। ଶଵ ଜଵଦ ବେଳେ ବ୍ୟକ୍ତିଙ୍କ ବେକରେ ଗାମୁଛା ଭିଡି ମାରି ଦେଇଥିବା ସନ୍ଦେହ କରା ଯାଉଛି। ଶବ ନିକଟରେ ରକ୍ତ ଛିଟା ପଡ଼ି ଥିବା ବେଳେ ଶବର କୌଣସି କ୍ଷତ ଚି଼ହ୍ନ ହୋଇ ନଥିବା ଯୋଗୁ ବିଭିନ୍ନ ଦିଗକୁ ସନ୍ଦେହ କରାଯାଉଛି। ଏହା କୌଣସି ଦୃର୍ଘଟଣା ଜନିତ ମୃତ୍ୟୁ ହୋଇ ନ ଥିବା ବେଳେ କୌଣସି ବିବାଦୀୟ ଘଟଣାକୁ କେନ୍ଦ୍ର କରି ମାରି ଦେଇ ଥିବା ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି। ଶବର କୌଣସି କ୍ଷତି ହୋଇ ନଥିବା ବେଳେ ରାସ୍ତା ଉପରେ ରକ୍ତ ଛିଟା ପଡ଼ି ଥିବା ବେଳେ ହତ୍ୟା ହୋଇ ଥିବା ଅନୁମାନ କରାଯାଉଛି । ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରହିଥିବା ବେଳେ ସାଇଣ୍ଟିଫିକ୍ ଆସି ସଂଧ୍ୟାନି କୁକୁର ମାଧ୍ୟମରେ ଅଧିକ ତଦନ୍ତ ଜାରି ରଖିଛନ୍ତି ବୋଲି ଚାନ୍ଦବାଲି ଥାନା ଅଧିକାରୀ କହିଛନ୍ତି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମାର୍ଚ୍ଚ ୧୦ରୁ ୩୦୨୯ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

Sun Feb 5 , 2023
ବାସ୍ତବ ବ୍ୟୁରୋ: ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ହେବ। ଏନେଇ ବୋର୍ଡ ପକ୍ଷରୁ ଜାରି ହୋଇଛି ପରୀକ୍ଷା ସୂଚୀ। ଏହି ପରୀକ୍ଷା ୧୦ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ମାଟ୍ରିକ ପରୀକ୍ଷା ସହ ମଧ୍ୟମା, ଓପନ ସ୍କୁଲ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ସକାଳ ୮ଟା ରୁ ୧୦ଟା ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ । ଚଳିତବର୍ଷ ୫ ଲକ୍ଷ ୩୨ […]

You May Like

Pin It on Pinterest