ମାର୍ଚ୍ଚ ୧୦ରୁ ୩୦୨୯ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ବାସ୍ତବ ବ୍ୟୁରୋ: ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ହେବ। ଏନେଇ ବୋର୍ଡ ପକ୍ଷରୁ ଜାରି ହୋଇଛି ପରୀକ୍ଷା ସୂଚୀ। ଏହି ପରୀକ୍ଷା ୧୦ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ମାଟ୍ରିକ ପରୀକ୍ଷା ସହ ମଧ୍ୟମା, ଓପନ ସ୍କୁଲ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ସକାଳ ୮ଟା ରୁ ୧୦ଟା ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ ।

ଚଳିତବର୍ଷ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ସାଟିଫିକେଟ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରିଥିବା ବେଳେ ୩୦୨୯ଟି କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ। ଏଥିପାଇଁ ୩୧୬ଟି ନୋଡାଲ ସେଣ୍ଟର କରିଛି ବୋର୍ଡ। ମାଓ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଥିବା ବେଳେ କନ୍ଧମାଳରେ ୭ଟି କୋରାପୁଟରେ ୫ ମାଲକାନାଗିରିରେ ୧୦ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି। ସେହିଭଳି ମଧ୍ୟମା ପାଇଁ ୨୯୧୪ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ଟି କେନ୍ଦ୍ରରେ ପରୀକ୍ଷା ଦେବାକୁ ବ୍ୟବସ୍ଥା ହୋଇଛି ଏବଂ ଓପନ ସ୍କୁଲ ପରୀକ୍ଷାରେ ୭୧୮୧ ପରୀକ୍ଷାର୍ଥୀ ୧୪୬ଟି ସେଣ୍ଟରରେ ପରୀକ୍ଷା ଦେବେ। ସମ୍ମେଟିଭ ୧ ପରୀକ୍ଷା କେନ୍ଦ୍ରରେ ହିଁ ସମ୍ମେଟିଭ ୨ ପରୀକ୍ଷା ଅନୁଷ୍ଠିତ ହେବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ମୁଶରଫଙ୍କ ଦେହାନ୍ତ...

Sun Feb 5 , 2023
ବାସ୍ତବ ବ୍ୟୁରୋ: ଆଜି (ରବିବାର) ପାକିସ୍ତାନର ଏକଛତ୍ରବାଦୀ ଶାସକ ତଥା ପୂର୍ବତନ ରାଷ୍ଟ୍ରପତି ପର୍‌ୱେଜ୍‌ ମୁଶାରଫ୍‌ଙ୍କ ଦେହାନ୍ତ ହୋଇଛି। ୭୯ ବର୍ଷିୟ ମୁଶରଫ୍‌ ‘ଆମିଲଇଡୋସିସ୍‌’ ନାମରେ ଏକ ବି‌ରଳ ରୋଗଦ୍ବାରା ଆକ୍ରାନ୍ତ ହୋଇଥିଲେ। ସମଗ୍ର ଶରୀର ଅଙ୍ଗପ୍ରତ୍ୟେଙ୍ଗ ଏବଂ ଟିସ୍ୟୁରେ ‘ଆମିଲଇଡ୍‌’ ନାମରେ ଗୋଟାଏ ପ୍ରୋଟିନ୍‌ ଜମିବାରୁ ତାଙ୍କୁ ଏହି ରୋଗ ହୋଇଥିଲା ବୋଲି ତାଙ୍କ ପରିବାରସୂତ୍ରରୁ ପ୍ରକାଶ। ଏଥିଯୋଗୁଁ ତାଙ୍କ ଅଙ୍ଗପ୍ରତ୍ୟେଙ୍ଗ ଏବଂ ଟିସ୍ୟୁଗୁଡ଼ିକ ଠିକ୍‌ ଭାବେ କାମ […]

You May Like

Pin It on Pinterest