ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜଧାନୀରେ,କୋହଳ ହେବନି ଲକଡାଉନ୍ ନିୟମ

ବାସ୍ତବ ବ୍ୟୁରୋ-ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜଧାନୀରେ,କୋହଳ ହେବନି ଲକଡାଉନ୍ ନିୟମ ।ରାଜ୍ୟ ସରକାର ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ପାଇଁ କିଛି ନିମୟରେ ପରିବର୍ତ୍ତନ ଅଣାଯାଇଛି । ଚାଷକାର୍ଯ୍ୟରେ ସହାୟତା ପାଇଁ ଲକଡାଉନକୁ ସାମାନ୍ୟ କୋହଳ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ହେଲେ କଣ୍ଟେନମେଣ୍ଟ୍ ଜୋନ ପାଇଁ ନିୟମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ରାଜଧାନୀ ପାଇଁ ଭିନ୍ନ ନିୟମ ଆଣିବାକୁ ଚିନ୍ତା ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ବାହାରିବ ବୋଲି ସ୍ପଷ୍ଟ କରିଛନ୍ତି ସରକାର ଏସଆରସି । ସର୍ବାଧିକ କରୋନା ଆକ୍ରାନ୍ତ ଭୁବନେଶ୍ୱର ସହରରୁ ହିଁ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ କୌଣସି ନିୟମକୁ କୋହଳ କରାଯାଇ ନାହିଁ ।

ସରକାର ଆଜି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ପାଇଁ ଧାନ ବୁଣା, ଚାଷ, ତଳି ରୁଆ, ଫସଲ ଅମଳ ଆଦି କାର୍ଯ୍ୟକୁ ଅନୁମତି ଦେଇଛନ୍ତି  । କୃଷି ଜାତ ଦ୍ରବ୍ୟ ପରିବହନ ଓ ବଂଟନ ପାଇଁ ଟ୍ରାକ୍ଟର ଓ ଟ୍ରକ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି । କୃଷି ଯନ୍ତ୍ରପାତି ବିକ୍ରି କରୁଥିବା ଦେକାନ ମଧ୍ୟ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର । ଏହା ସହିତ ଲକଡାଉନରେ ମତ୍ସ୍ୟ ଉତ୍ପାଦନ ସମ୍ପର୍କୀୟ ସମସ୍ତ କାର୍ଯ୍ୟ ଜାରି ରହିବ । ରାଜଧାନୀ ଭୁବନେଶ୍ୱରର ଲୋକ ଏଥିରୁ ବାଦ ପଡ଼ିବେ । ଭୁବନେଶ୍ୱରେ କୃଷିକାର୍ଯ୍ୟ ହେବନି କି କୌଣସି ବି ନିୟମ କୋହଳ ହେବନାହିଁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Apr 14 , 2020
୧-ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା ପୂର୍ବରୁ କାର୍ଯ୍ୟାଳୟକୁ ଫେରିଲେ କେନ୍ଦ୍ରମନ୍ତ୍ରୀ, ଅଫିସର । କମ କର୍ମଚାରୀରେ ଚାଲିଲା କାମ, ସାମାଜିକ ଦୂରତା ଉପରେ ଗୁରୁତ୍ୱ । ୨-ଆଜି ସକାଳ 10 ଟା ସମୟରେ ଦେଶବାସୀଙ୍କୁ ସମ୍ୱୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୩-ଭୁବନେଶ୍ୱରରେ କୋହଳ ହେବନି ଲକଡାଉନ୍ ନିୟମ : ରାଜଧାନୀ ପାଇଁ ଆସିବ ସ୍ୱତନ୍ତ୍ର ନିର୍ଦ୍ଦେଶନାମା। ୪-ଲକଡାଉନ୍ କଟକଣା ଟିକିଏ ହେଲା କୋହଳ, ବିନା ବାଧାରେ ଚାଲିବ କୃଷି,ନରେଗା […]

You May Like

Pin It on Pinterest