୪ର୍ଥ ରାଜ୍ୟ ସ୍ତରୀୟ ମହେନ୍ଦ୍ର ସ୍ଵାଇଁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ…

ବାସ୍ତବବ୍ୟୁରୋ(ନୟାଗଡ): ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ସ୍ଥିତ ମଧୁବନ ମିନି ଷ୍ଟାଡିୟମ ଠାରେ ୪ର୍ଥ ରାଜ୍ୟ ସ୍ତରୀୟ ମହେନ୍ଦ୍ର ସ୍ଵାଇଁ ମେମୋରିଆଲ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇ ଯାଇଛି।

ଖଣ୍ଡପଡା ସ୍ପୋର୍ଟସ ଏକାଡେମୀ ଆନୁକୂଲ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ବିଶିଷ୍ଟ ସମାଜସେବୀ ତଥା ଯୁବନେତା ଇଂ ଦୁଷ୍ମନ୍ତ କୁମାର ସ୍ଵାଇଁ ଅଧ୍ୟକ୍ଷତା କରିଥିଲେ। ନୟାଗଡ଼ ଡି ଏଫ ଓ କ୍ଷମା ଷଢଙ୍ଗୀ ମୁଖ୍ୟ ଅତିଥି, ରାଜ୍ୟ କ୍ରୀଡା ବିଭାଗର ବରିଷ୍ଠ ଅଧିକାରୀ ଭାରତୀଭୂଷଣ ମିଶ୍ର ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ ରେଞ୍ଜର ସରୋଜ ଶତପଥୀ, ୬ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ଉଜ୍ଜ୍ୱଳା ମହାରଣା ଓ ବାଇଗୁଣିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ନାରାୟଣ ମହାରଣା ପ୍ରମୂଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗ୍ରାମାଞ୍ଚଳରେ କ୍ରୀଡ଼ାର ଭିତ୍ତିଭୂମି ଉପରେ ଆଲୋଚନା କରିଥିଲେ। ଇତ୍ୟବସରରେ ଖଣ୍ଡପଡା ଅଞ୍ଚଳର ସର୍ବଜନପ୍ରଶଂସିତ ସମାଜ ସେବୀ ଦିବଂଗତ ମହେନ୍ଦ୍ର ସ୍ଵାଇଁଙ୍କୁ ଅତିଥି ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

୫ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖରେ ଉଦଯାପିତ ହେବାକୁ ଥିବା ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଏ ଗ୍ରୁପରେ ଫୁଲବାଣୀ, ଢେଙ୍କାନାଳ , ତାଳଚେର ଓ ଭୁବନେଶ୍ୱର ଏବଂ ଗ୍ରୁପ୍ ବି ରେ ବୌଦ୍ଧ, କଟକ, ଖଣ୍ଡପଡା ଓ ଅନୁଗୁଳ ଜିଲ୍ଲାର କ୍ରୀଡାବିତ୍ ମାନେ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିବେ ଏବଂ ଆସନ୍ତା ୧୧ ତାରିଖ ଦିନ ଭୁବନେଶ୍ୱର ଓ କଟକର ମହିଳା କ୍ରୀଡାବିତ୍ ମାନେ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଟୁର୍ଣ୍ଣାମେଣ୍ଟ ର ମୁଖ୍ୟ ବ୍ୟବସ୍ଥାପକ ଇଂ ଦୁଷ୍ମନ୍ତ ସ୍ଵାଇଁଙ୍କଠାରୁ ପ୍ରକାଶ। ଉଦ୍ଘାଟନୀ ଉତ୍ସବରେ ବିଭିନ୍ନ ଜିଲ୍ଲାର କ୍ରୀଡାବିତ୍ ମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିବା ବେଳେ ହଜାର ହଜାର ଦର୍ଶକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ତୁର୍କୀ-ସିରିଆ ଟ୍ରାଜେଡି: ତୁର୍କୀର ୧୦ ଟି ରାଜ୍ୟରେ ୩ ମାସ ପାଇଁ ଏମର୍ଜେନ୍ସି ଲାଗୁ, ଏପର୍ଯ୍ୟନ୍ତ ଉଭୟ ଦେଶରେ ୫୧୫୧ ଜଣଙ୍କର ମୃତ୍ୟୁ ହୋଇଛି...

Tue Feb 7 , 2023
ବାସ୍ତବ ବ୍ୟୁରୋ: ସୋମବାର ସକାଳେ ତୁର୍କୀ ଏବଂ ସିରିଆରେ ୩ ଟି ବଡ଼ ଭୂକମ୍ପ ହୋଇଥିଲା। ତୁର୍କୀ ସମୟ ଅନୁଯାୟୀ, ପ୍ରଥମ ଭୂକମ୍ପ ସକାଳ ୪ ଟା (ତୀବ୍ରତା ୭.୮), ଦ୍ୱିତୀୟଟି ସକାଳ ୧୦ ଟା (ତୀବ୍ରତା ୭.୬) ଏବଂ ତୃତୀୟଟି ସୋମବାର ଅପରାହ୍ନ ୩ ଟା (ତୀବ୍ରତା ୬.୦) ରେ ଘଟିଥିଲା। ତୁର୍କୀରେ ୩,୫୪୯ ଲୋକ ପ୍ରାଣ ହରାଇଛନ୍ତି ଏବଂ ୨୦ ହଜାର ୫୩୪ ରୁ ଅଧିକ ଲୋକ […]

You May Like

Pin It on Pinterest