
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୦୮/୦୨/୨୦୨୩-ଚାନ୍ଦବାଲି ଉପଖଣ୍ଡ ପୋଲିସ କାର୍ଯ୍ୟାଳୟ ଅଧୀନରେ ଥିବା ୬ଟି ଥାନା ଓ ୩ଟିଫାଣ୍ଡି ଏବେ ଚୋରା କୋଇଲା କାରବାର ପେଣ୍ଠ ସ୍ଥଳୀ ପାଲଟିଛି, ପ୍ରତିଦିନ ଧାମରା ରେଳ ପଥରୁ ଚୋରା କୋଇଲା ମାଫିଆ ମାନେ ପିକପ ଭ୍ୟାନ ଓ ଟ୍ରକ ମାଧ୍ୟ୍ୟମରେ ଅବାଧରେ କାରବାର କରୁଛନ୍ତି, ଏକଥା ଯେ ପୋଲିସ ନଜରରେ ନାହିଁ ତା ତାହା କହିବା ନିରର୍ଥକ, ସବୁ ମିଲି ଭଗତରେ ଆରମ୍ଭ ହୋଇଛି l
ଏହି କାରବାରରେ , କେବେ କେମିତି ଗୋଟେ ଦୁଇଟି ଗାଡିକୁ ଧରି ପୋଲିସ ବାଃ ବାଃ ନେଉଥିବା ବେଳେ ଏହି କାରବାର ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛି l ଯେତେବେଳେ ଚୋରା କୋଇଲା ଗାଡିକୁ ପବ୍ଲିକ ଧରିବାରେ ସକ୍ଷମ ହେଉଛନ୍ତି ତେବେ ପୋଲିସ କରୁଛି କଣ l ପୀରହାଟ ଥାନା,ତିହିଡି ଥାନା ଓ ଧାମରା ଥାନା ଅଂଚଳରେ ଏହି କାରବାର ଏବେ ଅବାଧରେ ଚାଲିବା ଆରମ୍ଭ ହୋଇଛି l
ଚାନ୍ଦବାଲି ରୁ ସୁଦୂର କେନ୍ଦ୍ରାପଡ଼ା ଅଂଚଳ ଓ ଯାଜପୁର ଚୋରା କୋଇଲା ଗାଡି ଆସିବା ବେଳେ ପ୍ରଥମେ ମତୋ ଫାଣ୍ଡି ଓ ପରେ ଚାନ୍ଦବାଲି ଥାନା ଅତିକ୍ରମ କାରବାକୁ ହୁଏ ହେଲେ ମତୋ ଫାଣ୍ଡି ପୋଲିସ କରୁଛି କଣ, ଯେତେବେଳେ ସ୍ଥାନୀୟବାସୀ ଚୋରା କୋଇଲା ଗାଡି କୁ ଧରି ପୋଲିସକୁ ଜିମା ଦେଉଛନ୍ତି ତେବେ ପୋଲିସର କାର୍ଯ୍ୟ ଉପରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି l
ଜାହା ସାଧାରଣ ଲୋକମାନଙ୍କ ଆଲୋଚନା ର କେନ୍ଦ୍ର ବିନ୍ଦୁ ପାଲଟିଛି ଜେ ପୋଲିସ ଓ ମାଫିଆ ମାନଙ୍କ ମଧ୍ୟରେ ଚାଲିଛି ସାଲିସ୍। କିଛିଦିନ ପୂର୍ବେ ମତୋ ବଜାର ନିକଟରୁ ଦୁଇଟି ପିକପ ଭ୍ଯାନ ଗୋଟିଏ ଷଣ୍ଢ ଓ ଦୁଇଟି କୁକୁର ରକୁ ପିଟି ଖସି ପଳାଇ ଯାଉଥିବା ବେଳ ସ୍ଥାନୀୟ ଲୋକେ ଗାଡି ଦୁଇଟିକୁ ଧରି ପୋଲିସ କୁ ଜିମା ଦେଇଥିଲେ ।
ଆଜି ପୁଣି ଭୋର ୬ଟା ସମୟରେ ଧାମରା ରେଳପଥରୁ ଚୋରା କୋଇଲା ବୋଝେଇ ଏକ ପିକପ ଭ୍ୟାନ କେନ୍ଦ୍ରାପଡ଼ା ଅଂଚଳକୁ ଯାଉଥିବା ବେଳେ ସ୍ଥାନୀୟ ବାସୀ ଭ୍ୟାନଟିକୁ ଧରିବା ସହ ପୋଲିସକୁ ଜିମା ଦେଇଥିଲେ l ଘଟଣା ସ୍ଥଳରେ ପିକପ୍ ଭ୍ୟାନର ଚାଳକ ଫେରାର ହୋଇ ଯାଇଥିଲା ବେଳେ ହେଲ୍ପର ଧରାପଡ଼ି ଅଟକ ରହିଛି l ତେବେ ସେହି ପିକପ୍ ଭ୍ୟାନର ୨୫ ରୁ ୩୦କ୍ୟୁଣ୍ଟାଲ ଚୋରା କୋଇଲା ଥିବା ଅନୁମାନ କରାଯାଇଛି l