କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ ରେ କୃତି ଛାତ୍ରଛାତ୍ରୀ ଙ୍କୁ ଅର୍ଥରାଶି ସହିତ ମାନପତ୍ର ପ୍ରଦାନ…

ନିହାର ପରିଡା(କେନ୍ଦ୍ରାପଡ଼ା): ୦୮-୦୨-୨୩-କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଜଳସମ୍ପଦ ବିଭାଗ ତରଫରୁ ଛତା ସ୍ଥିତ ସହକାରୀ ନିର୍ବାହୀଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ ରେ ଏଜିଏମ ଅଶୋକ କୁ ଆଚାର୍ଯ୍ୟ,ଜିଲ୍ଲା ପରିଷଦ ଅଧକ୍ଷା ଗୀତାଞ୍ଜଳୀ ସେଠୀ, ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ଜଳସେଚନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମେଶ ଚନ୍ଦ୍ର ସେଠୀ ଓ ଜଳସେଚନ ୨ ନମ୍ବର ସେକ୍ସନ୍ ର ପ୍ରମୋଦ କୁମାର ରାଓ ରାଜନଗର ବିଧାୟକ ଧ୍ରୁବ ସାହୁ , ଜିଲ୍ଲା ପରିଷଦ ସଭ୍ଯ ରଶ୍ମିରଞ୍ଜନ ରାଉତ ,ଲିଲିତା ଦାସ୍, ନିର୍ମଳା ମହାନ୍ତି,ଦିଲ୍ଲୀପ ସେଠୀ ଓ ଡେରାବିଶ୍ ବ୍ଲକର ଅଧ୍ୟକ୍ଷା ରଶ୍ମିତା ସେଠୀ,ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ ପ୍ରମୁଖ ଅତିଥି ମଞ୍ଚରେ ଉପସ୍ଥିତ ଥିଲେ ।

ଆଜିର ଏହି କାର୍ଯ୍ୟକ୍ରମ ରେ କୃଷି ଓ ଆନୁସଙ୍ଗିକ କାର୍ଯ୍ୟର ବିକାଶ ପାଁଇ ପାଣି ପଞ୍ଚାୟତ ର ଭୂମିକା,ପାଣି ପଞ୍ଚାୟତ ର ସାଙ୍ଗଠନିକ ବ୍ୟବସ୍ଥା,ପାଣି ପଞ୍ଚାୟତ ର ବିଭିନ୍ନ କାର୍ଯ୍ୟାବଳି,ପାଣି ପଞ୍ଚାୟତ ସଶକ୍ତିକରଣ ପାଁଇ ସରକାରଙ୍କ ପଦକ୍ଷେପ,ପାଣି ପଞ୍ଚାୟତ ର ଦୀର୍ଘସ୍ଥାୟୀତ୍ବ ପାଁଇ କରାଯାଉଥିବା ଆଦି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ମଞ୍ଚାସୀନ ଅତିଥି ମାନେ । ପାଣି ପଞ୍ଚାୟତ ପକ୍ଷ ପାଳନ ପାଇଁ ଜିଲ୍ଲାରୁ ଆସିଥିବା ଚାଷୀ ମାନେ ସେମାନଙ୍କର ଅଭିଯୋଗ ଅଧିକାରୀଙ୍କୁ ମଧ୍ୟ ଜଣାଇ ଥିଲେ ।

ଜିଲ୍ଲା ର ବିଭିନ୍ନ ସ୍କୁଲ ରୁ ଆସିଥିବା ଛାତ୍ରଛାତ୍ରୀ ମାନେ ପାଣି ପଞ୍ଚାୟତ ସମ୍ପର୍କୀୟ ବକ୍ତୃତା ଓ ରଚନା ଆଦି ବିଷୟରେ କୃତିତ୍ବ ଛାତ୍ରଛାତ୍ରୀ ମାନଙ୍କୁ ଆଜିର ଏହି କାର୍ଯ୍ୟକ୍ରମ ରେ ନଗଦ ଅର୍ଥରାଶି ସହିତ ମାନପତ୍ର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନାଲକୋ ସ୍ମେଲ୍ଟର ଏଵଂ ପାୱାର କମ୍ପ୍ଲେକ୍ସର ଅଫିସର ସଙ୍ଘର ବାର୍ଷିକ ସାଧାରଣ ବୈଠକ (AGM) ତଥା ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

Fri Feb 10 , 2023
ବାସ୍ତବବ୍ୟୁରୋ(ଅନୁଗୁଳ): ଅନୁଗୁଳସ୍ଥିତ ନାଲକୋ ସ୍ମେଲ୍ଟର ଏଵଂ ପାୱାର କମ୍ପ୍ଲେକ୍ସର ଅଫିସର ସଙ୍ଘର ବାର୍ଷିକ ସାଧାରଣ ବୈଠକ (AGM) ତଥା ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।ଏହି ସଭାରେ ସଭାପତିତ୍ବ କରିଥିଲେ ସଂଘର ସଭାପତି ପ୍ରସନ୍ନ କୁମାର ମଲ୍ଲିକ।ସାଧାରଣ ସମ୍ପାଦକ ନଳିନୀକାନ୍ତ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିବାବେଳେ,ସଂଘର କୋଷାଧ୍ୟକ୍ଷ ଗୌତମ କୁମାର ନାୟକ ସଂଘର ଆୟବ୍ୟୟର ହିସାବ ପ୍ରଦାନ କରିଥିଲେ । ଏହି ବୈଠକରେ ସଂଘର କାର୍ଯ୍ୟନିର୍ବାହୀ ସମିତିର […]

You May Like

Pin It on Pinterest