
ବାସ୍ତବବ୍ୟୁରୋ(ଅନୁଗୁଳ): ଅନୁଗୁଳସ୍ଥିତ ନାଲକୋ ସ୍ମେଲ୍ଟର ଏଵଂ ପାୱାର କମ୍ପ୍ଲେକ୍ସର ଅଫିସର ସଙ୍ଘର ବାର୍ଷିକ ସାଧାରଣ ବୈଠକ (AGM) ତଥା ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।ଏହି ସଭାରେ ସଭାପତିତ୍ବ କରିଥିଲେ ସଂଘର ସଭାପତି ପ୍ରସନ୍ନ କୁମାର ମଲ୍ଲିକ।ସାଧାରଣ ସମ୍ପାଦକ ନଳିନୀକାନ୍ତ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିବାବେଳେ,ସଂଘର କୋଷାଧ୍ୟକ୍ଷ ଗୌତମ କୁମାର ନାୟକ ସଂଘର ଆୟବ୍ୟୟର ହିସାବ ପ୍ରଦାନ କରିଥିଲେ ।
ଏହି ବୈଠକରେ ସଂଘର କାର୍ଯ୍ୟନିର୍ବାହୀ ସମିତିର କର୍ଯ୍ୟକାଳର ପରିସମାପ୍ତି ଘୋଷଣା କରାଯିବା ସହିତ ପରବର୍ତ୍ତୀ କାର୍ଯ୍ୟନିର୍ବାହୀ ସମିତି ପାଇଁ ନିର୍ବାଚନ ପରିଚାଳନା କରିବା ନିମିତ୍ତ ସିପିପି ର ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ମୁଖ୍ୟ ନିର୍ବାଚନ ଅଫିସର ଓ ସ୍ମେଲ୍ଟର୍ ର ବେଦବ୍ରତ ଆର୍ଯ୍ୟଙ୍କୁ ସହାୟକ ନିର୍ବାଚନ ଅଫିସର ଭାବେ ସର୍ବ ସମ୍ମତି କ୍ରମେ ଘୋଷଣା କରାଗଲା ।ଆଜି ଠାରୁ ଏକ ମାସ ମଧ୍ୟରେ ନିର୍ବାଚନ ସାରିବାକୁ ମୁଖ୍ୟ ନିର୍ବାଚନ ଅଫିସର ପ୍ରତିଶ୍ରୁତି ପ୍ରଦାନ କଲେ ।
ସଂଘର ପୂର୍ବତନ ସଭାପତି ଅରୁଣ କୁମାର ସାହୁ ଉପସ୍ଥିତ ସଦସ୍ୟମାନଙ୍କୁ ସଂଘର କାର୍ଯ୍ୟକଳାପ, ମ୍ୟାନେଜମେଣ୍ଟ ତଥା କମ୍ପାନୀର ଭବିଷ୍ୟତ ପ୍ରକଳ୍ପ ଓ ଯୋଜନା ସମ୍ପର୍କରେ ସଂକ୍ଷିପ୍ତ ଅଭିଭାଷଣ ରଖିଥିଲେ । ପରିଶେଷରେ ଯୁଗ୍ମ ସମ୍ପାଦକ କିଶୋର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।ଏହିକାର୍ଯ୍ୟକ୍ରମରେ ଅତି ଉଚ୍ଚକୋଟୀର ନୈଶ ଭୋଜିର ମଧ୍ଯ ଆୟୋଜନ କରାଯାଇଥିଲା ।



