ବଦଳିଲେ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ

ବାସ୍ତବ ବ୍ୟୁରୋ: ବଦଳିଲେ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ । ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ବପୂର୍ଣ୍ଣ ସାମ୍ବିଧାନିକ ନିଯୁକ୍ତି କରିବାରୁ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ/ଉପରାଜ୍ୟପାଳ ବଦଳିଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭଗତ ସିଂହ କୋଶୟାରୀଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ପରେ ଝାଡ଼ଖଣ୍ଡର ରାଜ୍ୟପାଳ ରମେଶ ବୈସ୍‌ ମହାରାଷ୍ଟ୍ରର ନୂଆ ରାଜ୍ୟପାଳ ହେବେ ବୋଲି ଆଜି ରାଷ୍ଟ୍ରପତିଙ୍କ ସଚିବାଳୟ ଜାରି କରିଥିବା ବିବୃତିରୁ ଜଣାପଡ଼ିଛି। ପଢ଼ାପଢ଼ି ଓ ଲେଖାଲେଖି କରିବା ଲାଗି ସମୟ ଦେବାକୁ ୮୧ ବର୍ଷିୟ କୋଶୟାରୀ ରାଜ୍ୟପାଳ ପଦବୀରୁ ଇସ୍ତଫା ଦେବାକୁ ଜାନୁଆରି ମାସରେ ଇଚ୍ଛା ପ୍ରକାଶ କରିଥିଲେ।

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ନୂତନ ରାଜ୍ୟପାଳ

  • ସିକିମର ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ
  • ଝାଡ଼ଖଣ୍ଡର ସି. ପି. ରାଧାକୃଷ୍ଣନ୍‌
  • ହିମାଚଳ ପ୍ରଦେଶର ଶିବ ପ୍ରତାପ ଶୁକ୍ଲା
  • ଆସାମର ରାଜ୍ୟପାଳ ଗୁଲାବ୍‌ଚାନ୍ଦ୍‌ କଟାରିୟା
  • ଆନ୍ଧ୍ରପ୍ରଦେଶର ଅବସରପ୍ରାପ୍ତ ବିଚାରପତି ଏସ୍‌. ଅବ୍ଦୁଲ୍‌ ନାଜୀର୍‌
  • ଅରୁଣାଚଳ ପ୍ରଦେଶ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ କୈବଲ୍ୟ ତ୍ରିବିକ୍ରମ ପରନାଏକ
  • ଛତିଶଗଡ଼ ବିଶ୍ବଭୂଷଣ ହରିଚନ୍ଦନ
  • ମଣିପୁର ସୁଶ୍ରୀ ଅନୁସୂୟା ୱିକିୟେ
  • ନାଗାଲାଣ୍ଡ୍‌ ଲା. ଗଣେଶନ୍‌
  • ମେଘାଳୟ ଫଗୁ ଚୌହାନ୍‌
  • ବିହାର ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର୍‌
  • ମହାରାଷ୍ଟ୍ର ରମେଶ ବୈସ
  • ଲଦାଖ ଅବସରପ୍ରାପ୍ତ ବ୍ରିଗେଡିୟର୍‌ ଡକ୍ଟର୍‌ ବି. ଡି. ମିଶ୍ରା ଉପରାଜ୍ୟପାଳ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି..

Sun Feb 12 , 2023
ବାସ୍ତବ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ରବିବାର) ଦେଶର ସର୍ବବୃହତ ଏକ୍ସପ୍ରେସୱେ ଉଦଘାଟନ କରିଛନ୍ତି। ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେ ଅନ୍ତର୍ଗତ ଦିଲ୍ଲୀ-ଦାଉସା-ଲାଲସୋଟ ଏକ୍ସପ୍ରେସୱେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ରାଜସ୍ଥାନର ଦୌସାରେ ୧୮ ହଜାର ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡକ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଏହା ସମ୍ପୂର୍ଣ୍ଣ ହୋଇଥିବା ପ୍ରଥମ ପର୍ଯ୍ୟାୟ। ଦିଲ୍ଲୀ ମୁମ୍ବାଇ […]

You May Like

Pin It on Pinterest