୪ର୍ଥ ରାଜ୍ୟ ସ୍ତରୀୟ ମହେନ୍ଦ୍ର ସ୍ଵାଇଁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ…

ବାସ୍ତବବ୍ୟୁରୋ(ନୟାଗଡ଼): ୧୨ /୦୨-ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ସ୍ଥିତ ମଧୁବନ ମିନି ଷ୍ଟାଡିୟମ ଠାରେ ଗତ ପାଞ୍ଚ ତାରିଖ ଠାରୁ ଆରମ୍ଭ ହୋଇଥିବା ୪ର୍ଥ ରାଜ୍ୟ ସ୍ତରୀୟ ମହେନ୍ଦ୍ର ସ୍ଵାଇଁ ମେମୋରିଆଲ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ବିପୁଳ ଉତ୍ସାହର ସହିତ ଉଦ୍ଯଯାପିତ ହୋଇ ଯାଇଛି।

ମହାନାୟକ ମହେନ୍ଦ୍ର ସ୍ଵାଇଁ ସ୍ମୃତି ପରିଷଦ ଏବଂ ଖଣ୍ଡପଡା ସ୍ପୋର୍ଟସ ଏକାଡେମୀର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବିଶିଷ୍ଟ ସମାଜସେବୀ ତଥା ଯୁବନେତା ସ୍ତପତି ଦୁଷ୍ମନ୍ତ କୁମାର ସ୍ଵାଇଁ ଅଧ୍ୟକ୍ଷତା କରିଥିଲେ। ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୟୀ ଦଳ ଓ କ୍ରୀଡାବିତ୍ ମାନଙ୍କୁ ଟ୍ରଫି ପ୍ରଦାନ କରି ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଖଳନାୟକ ଦୈତ୍ୟାରୀ ପଣ୍ଡା , ଯାତ୍ରା ଜଗତର ସୁନାମଧନ୍ୟ ନାୟକ ଗୌରଦାସ , ବିଶିଷ୍ଟ ସମାଜସେବୀ ସୀତା ସ୍ଵାଇଁ ପ୍ରମୂଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗ୍ରାମାଞ୍ଚଳରେ କ୍ରୀଡ଼ାର ଭିତ୍ତିଭୂମି ଉପରେ ଆଲୋଚନା କରିଥିଲେ।ଇତ୍ୟବସରରେ ଖଣ୍ଡପଡା ଅଞ୍ଚଳର ସର୍ବଜନପ୍ରଶଂସିତ ସମାଜ ସେବୀ ଦିବଂଗତ ମହେନ୍ଦ୍ର ସ୍ଵାଇଁଙ୍କୁ ଅତିଥି ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ମହାନାୟକ ମହେନ୍ଦ୍ର ସ୍ଵାଇଁ ମେମୋରିଆଲ୍ ଟ୍ରଷ୍ଟର ସମ୍ପାଦକ ଆଶୁକବି ହେମନ୍ତ ଜେନା ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିବା ବେଳେ ପଣ୍ଡିତ ମନୋଜ କୁମାର ଦାଶ ବେଦପାଠ କରିଥିଲେ । ରେଡ଼ିଓ ଚକୋଲେଟର ଉପସ୍ଥାପକ ନୀରଦ ଆର୍ଯ୍ୟ ଏବଂ ନିୟୁଜ7 ଉପସ୍ଥାପକ ଭିଜେ କେ. ପି ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ।ପ୍ରକାଶ ଥାଉକି ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଏ ଗ୍ରୁରେ ଫୁଲବାଣୀ, ଢେଙ୍କାନାଳ , ତାଳଚେର ଓ ଭୁବନେଶ୍ୱର ଏବଂ ଗ୍ରୁପ୍ ବି ରେ ବୌଦ୍ଧ, କଟକ, ଖଣ୍ଡପଡା ଓ ଅନୁଗୁଳ ଜିଲ୍ଲାର କ୍ରୀଡାବିତ୍ ମାନେ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଥିବା ବେଳେ ଭୁବନେଶ୍ୱର ଓ କଟକର ମହିଳା କ୍ରୀଡାବିତ୍ ମାନେ ପ୍ରତିଯୋଗିତାରେ ଭାଗ ନେଇ ଆକର୍ଷଣ କ୍ରୀଡା ପ୍ରଦର୍ଶନ କରିଥିଲେ।

ଉଦ୍ ଯାପନୀ ଉତ୍ସବରେ ଭୁବନେଶ୍ୱର ଓ ଅନୁଗୁଳ ଦଳ ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ଭୁବନେଶ୍ୱର ଟିମ ବିଜୟ ଲାଭ କରିଥିଲେ। ହଜାର ହଜାର ଦର୍ଶକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।ସର୍ବଶ୍ରୀ ସନ୍ତୋଷ କୁମାର ସାହୁ, ସତ୍ୟନାରାୟଣ ବାରିକ, ଦୀନବନ୍ଧୁ ଦାଶ, ରମେଶ ଚନ୍ଦ୍ର ମହାନ୍ତି, ମହେଶ ନାୟକ, ମହେନ୍ଦ୍ର ବାରିକ ,ପ୍ରଦୀପ କୁମାର ରାଉତ ,ବାପୁ ମହାନ୍ତି, ପ୍ରଦୀପ୍ତ କୁମାର ମିଶ୍ର, ବାବୁଲି ପ୍ରଧାନ ଓ ସତ୍ୟବ୍ରତ ଦାଶ ଆଦି ଟୁର୍ଣ୍ଣାମେଣ୍ଟ ପରିଚାଳନା ରେ ସହଯୋଗ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୁରୀ ଶ୍ରୀମନ୍ଦିର ରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ...

Tue Feb 14 , 2023
ପ୍ରମୋଦ ନାୟକ(ଭୁବନେଶ୍ବର):ପୁରୀ ଶ୍ରୀମନ୍ଦିର ରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ। ଦିଲ୍ଲୀରୁ ଫେରିବା ପରେ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ବିଜୟ ପଟ୍ଟନାୟକ। ଏହାପରେ କଂଗ୍ରେସ ରେ ନୂଆ ରାଜନୈତିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ପୁରୀ ଶ୍ରୀମନ୍ଦିର ଯାଇ ଦର୍ଶନ କରିଥିଲେ। ଓଡ଼ିଶାର ବିକାଶ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ। ଏହା ସହିତ ଓଡ଼ିଶାର […]

You May Like

Pin It on Pinterest