ପୁରୀ ଶ୍ରୀମନ୍ଦିର ରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ…

ପ୍ରମୋଦ ନାୟକ(ଭୁବନେଶ୍ବର):ପୁରୀ ଶ୍ରୀମନ୍ଦିର ରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ। ଦିଲ୍ଲୀରୁ ଫେରିବା ପରେ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ବିଜୟ ପଟ୍ଟନାୟକ। ଏହାପରେ କଂଗ୍ରେସ ରେ ନୂଆ ରାଜନୈତିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ପୁରୀ ଶ୍ରୀମନ୍ଦିର ଯାଇ ଦର୍ଶନ କରିଥିଲେ। ଓଡ଼ିଶାର ବିକାଶ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ।

ଏହା ସହିତ ଓଡ଼ିଶାର ରାଜନୀତିରେ ଏକ ନୂଆ ଅଧ୍ୟାୟ ଲେଖା ହେବାକୁ ଯାଉଛି ବୋଲି ପ୍ରକାଶ କରିଥିଲେ । ଯେଉଁ ଭଳି ଓଡିଶା ଆଜି ପ୍ରତି କ୍ଷେତ୍ରରେ ପଛେଇ ଯାଇଛି ନିଜ କୁ ଏକ ଦରିଦ୍ର ରାଜ୍ୟ ଭାବେ ପରିଚୟ ଦେଇଛି ।ସେଥିରେ ପରିବର୍ତ୍ତନ ହେବା ସହିତ ପୁଣି ଥରେ ଓଡିଶା କୁ ନୁମ୍ବର ୱାନ କରିବାକୁ କାର୍ଯ୍ୟ କରିବା ସହ ମହାପ୍ରଭୁ ଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ।

ରାଜ୍ୟ ରେ ଯେଉଁ ଭୋଟ ସର୍ବସ୍ୱ ରାଜନୀତି ଚାଲିଛି ସେଇ ପ୍ରଥାକୁ ବର୍ତ୍ତମାନ ପରିବର୍ତ୍ତନ କରିବାର ସମୟ ଆସିଛି, ସର୍ବ ଭାରତୀୟ ସ୍ତରରେ କିଭଳି ଓଡିଶାର ନା ହେଇ ପାରିବ ସେଇ ଭିଜନ ନେଇ କାମ କରିବା ହେଉଛି ଆମର ମୂଳ ଲକ୍ଷ୍ୟ । ଏହା ସହିତ କେବେ ବି ଶାସକ ଦଳ ଯେଉଁ ଆଶାରେ ରହିଛନ୍ତି ଓଡିଶା କଂଗ୍ରେସ ମୁକ୍ତ ହେବ ତାହା କଦାପି ସମ୍ଭବ ନୁହେଁ ବୋଲି ଆଜି ପୁରୀ ଗସ୍ତ ସମୟରେ ବିଜୟ ପଟନାୟକ ସୂଚନା ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ତୁର୍କୀ-ସିରିୟା ଭୂକମ୍ପ: ମୃତ୍ୟୁସଂଖ୍ୟା ୩୬ ହଜାର ଟପିଲା

Tue Feb 14 , 2023
ବାସ୍ତବ ବ୍ୟୁରୋ: ଫେବୃଆରୀ ୬ ରେ ତୁର୍କୀ ଓ ସିରିୟା ରେ ହୋଇଥିବା ଭୂକମ୍ପକୁ ସ‌ପ୍ତାହେ ବିତି ଯାଇଥିଲେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଦୁଇ ଦେଶରେ ଏପର୍ଯ୍ୟନ୍ତ ୩୬ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ତେବେ ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୨ ଗୁଣା ହେବ ବୋଲି ଜାତିସଂଘ ଆକଳନ କରିଛନ୍ତି। ଅନେକ ଲୋକ ଘର ହରାଇ ଏବେ ରାସ୍ତା କଡ଼କୁ ଚାଲି ଆସିଛନ୍ତି। ବଞ୍ଚିଯାଇଥିବା […]

You May Like

Pin It on Pinterest