ମହାଶିବରାତ୍ରୀ ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ । ରାତି ୧୦ଟାରେ ଉଠିବ ମହାଦୀପ…

ମନୋଜ ମହାନ୍ତି(ଭୁବନେଶ୍ବର):ଆସନ୍ତା ୧୮ ତାରିଖରେ ମହାଶିବରାତ୍ରୀ । ଏଥିପାଇଁ ଆଜି ପ୍ରଭୁ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ ହୋଇଛି । ସୂଚନା ମୁତାବକ ରାତି ୧୦ଟାରେ ମହାଦୀପ ଉଠିବ । ଏହାପରେ ଭକ୍ତିମାନେ ରାତି ୧୦ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ କରିପାରିବେ ।

ନିର୍ଘଣ୍ଟ ହୋଇଥିବା ନୀତି ମୁତାବକ ପ୍ରଭୁ ଲିଙ୍ଗରାଜଙ୍କର ରାତି ୩ଟାରୁ ମଙ୍ଗଳ ଆଳତୀ ଓ ଅବକାଶ ନୀତି କରାଯିବ । ଏହାପରେ ଭୋର ସାଢେ ୩ଟାରୁ ୧୧ଟା ଯାଏଁ ସାହାଣ ମେଲାଦର୍ଶନ ହେବ । ଦିନ ୧୨ଟାରେ ମହାସ୍ନାନ ହେବ । ଏହାପରେ ଅପରାହ୍ନ ୩.୪୫ରୁ ୪.୪୫ ପର୍ଯ୍ୟନ୍ତ ଘଣ୍ଟାଏ ଧରି ସାହାଣମେଲା ଦର୍ଶନ ହେବ । ତେବେ ସନ୍ଧ୍ୟା ୭ଟାରେ ଶ୍ରୀଜୀଉଙ୍କ ପହୁଡ ପଡିବ । ଏହାପରେ ସନ୍ଧ୍ୟା ଆଳତୀ, ମାଜଣା ଓ ଯାତ୍ରା ପୂଜା ହେବ ।

ଲିଙ୍ଗରାଜ ମନ୍ଦିରରେ ଏଥର ରାତି ୧୦ଟାରେ ମହାଦୀପ ଉଠିବ । ମହାଦୀପ ଉଠିବା ପରେ ଆଉ ଘଣ୍ଟା ଧରି ଭକ୍ତମାନେ ସାହାଣମେଲା ଦର୍ଶନ କରିବେ । ଏହାପରେ ଚାରିପ୍ରହର ପୂଜା, ହରିହର ଭେଟ ହେବା ସହିତ ଶେଷରେ ବଡସିଂହାର ବେଶ ହେଇ ପହୁଡ ପଡିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସନ୍ଧ୍ୟା ଗୋ' ତୁମେ...

Wed Feb 15 , 2023
ସସ୍ମିତା ପଣ୍ଡା ତୁମେ ସରି ସରି ଯାଉଥିବା ବେଳେଫେରିବାର ବାହାନା….ତଟିନୀ ତୁଠର ସ୍ମୃତି କି ଅନୁଭୂତିଅଗଣାକୁ ଢାଙ୍କି ଥିବା ନିର୍ମଳ ଆକାଶବାରମ୍ବାର ଭୋଗୁଥିବାଅଭିମାନ ଆଉ ଅଭିଯୋଗତଥାପି ତୁମ ରମ୍ୟକଳାରେମୁଁ ମୋହମନା ।। ଚିରା ଚିଠି ଅପବାଦରେଜୀବନର ନିର୍ଯ୍ୟାସ….ଅଟକ ବନ୍ଦୀରେ ଧାଡ଼ି ଧାଡ଼ି ଅବଶୋସଟିପେ ଟିପେ ମିଶାଣ ଫେଡାଣତିଳଚିହ୍ନରେ ସ୍ମୃତିର ଫଗୁଣରଙ୍ଗଣୀରୁ ରାଣୀ ହେବାକୁସାତସିଆଁ ଅନୁଭବରେଅଦମ୍ୟ ପ୍ରୟାସଖାସ୍…. ତୁମେ ମୋ ଇଚ୍ଛାକୁ ସାଇତିଛ ବୋଲି ।। କଟିକଟା, କଟକ ସେୟାର କରନ୍ତୁ

You May Like

Pin It on Pinterest