ସସ୍ମିତା ପଣ୍ଡା

ତୁମେ ସରି ସରି ଯାଉଥିବା ବେଳେ
ଫେରିବାର ବାହାନା….
ତଟିନୀ ତୁଠର ସ୍ମୃତି କି ଅନୁଭୂତି
ଅଗଣାକୁ ଢାଙ୍କି ଥିବା ନିର୍ମଳ ଆକାଶ
ବାରମ୍ବାର ଭୋଗୁଥିବା
ଅଭିମାନ ଆଉ ଅଭିଯୋଗ
ତଥାପି ତୁମ ରମ୍ୟକଳାରେ
ମୁଁ ମୋହମନା ।।
ଚିରା ଚିଠି ଅପବାଦରେ
ଜୀବନର ନିର୍ଯ୍ୟାସ….
ଅଟକ ବନ୍ଦୀରେ ଧାଡ଼ି ଧାଡ଼ି ଅବଶୋସ
ଟିପେ ଟିପେ ମିଶାଣ ଫେଡାଣ
ତିଳଚିହ୍ନରେ ସ୍ମୃତିର ଫଗୁଣ
ରଙ୍ଗଣୀରୁ ରାଣୀ ହେବାକୁ
ସାତସିଆଁ ଅନୁଭବରେ
ଅଦମ୍ୟ ପ୍ରୟାସ
ଖାସ୍…. ତୁମେ ମୋ ଇଚ୍ଛାକୁ ସାଇତିଛ ବୋଲି ।।
କଟିକଟା, କଟକ