କଟକ ମହାନଗର ନିଗମ କୁ ସମସ୍ୟା ନିଗମ କରିବା ପ୍ରୟାସରେ କଟକ ମେୟର ଓ କମିଶନର…

ସଂଜୟ ଶତପଥୀ(କଟକ): କଟକ ମହାନଗର ନିଗମର ଅପାରଗତା ଇତିମଧ୍ୟରେ ବହୁ ଚର୍ଚ୍ଚିତ ହୋଇଯାଇଛି । କିଛି ଦିନ ଧରି ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସଂଗଠନ, ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଧାରଣା, ଆନ୍ଦୋଳନ ଚାଲିଛି। କିନ୍ତୁ ସମସ୍ୟାର ସଠିକ୍ ସମାଧାନ ନା କରିପାରୁଛନ୍ତି କଟକ ମହାନଗର ନିଗମର ମାନନୀୟ ମେୟର ନା ମାନନୀୟ କମିଶନର।

ବିଗତ ଦୁଇ ଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଓ ଜାତୀୟ କଂଗ୍ରେସ ପାର୍ଟି ପକ୍ଷରୁ ଗଣଧାରଣା ଓ ଆନ୍ଦୋଳନ ଚାଲିଥୂଲା ଏବଂ ତାହା ପ୍ରତ୍ୟାହୃତ ହେବାର କିଛି ସମୟ ପରେ ଓଡ଼ିଶା ଠିକା ନିଯୁକ୍ତି ସଫେଇ କର୍ମଚାରୀ ମହାସଂଘ ପକ୍ଷରୁ ସଭାପତି ଶ୍ରୀ ମୋହନ ନାୟକ ଙ୍କ ନେତୃତ୍ବରେ ବହୁ ଠିକା ପୁରୁଷ ଓ ମହିଳା କର୍ମଚାରୀମାନେ କଟକ ମହାନଗର ନିଗମ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ସେମାନଙ୍କର ହକ୍ ଦାବୀକୁ ହାସଲ କରିବା ଉଦ୍ଦେଶ୍ୟରେ ଅହୋରାତ୍ର ଧାରଣା ଦେଇଛନ୍ତି।ବଡ଼ ଦୁଃଖ ଓ ପରିତାପର ବିଷୟ ଯେ ଗତ ଦୁଇ ଦିନ ଧରି ଚାଲିଥିବା ଫଳକ ରାଜନୀତି ସମସ୍ୟାକୁ ସମାଧାନ କରିବାକୁ ବର୍ତ୍ତମାନର ବିଧାୟକ, ପୂର୍ବତନ ବିଧାୟକ, ମାନନୀୟ ମେୟର ଓ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସଭାପତି ପହଞ୍ଚି ଥିଲାବେଳେ, ଦୁଃଖ ଦୂର୍ଦ୍ଦଶାରେ ଦିନ କାଟୁଥିବା ତଥା ଅହୋରାତ୍ର ଧାରଣା ରେ ବସିଥିବା ଏହି ଠିକା କର୍ମଚାରୀମାନଙ୍କ କଥା ବୁଝିବାକୁ ଜଣେ କେହି ପହଞ୍ଚି ନାହାନ୍ତି।

ଏହି ସଂଘର ଦାବୀ କଟକ ମହାନଗର ନିଗମ କର୍ତ୍ତୃପକ୍ଷ ନ ମାନିବା ଯାଏ ଏହି ଆନ୍ଦୋଳନ ଜାରି ରହିବ ଓ ଆସନ୍ତା କାଲି କଟକ ମେୟର ଙ୍କ କୁଶପୁତ୍ତଳିକା ଦାହ ତଥା ମହାଶିବରାତ୍ରି ଦିନ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଧବଳେଶ୍ବର ଙ୍କ ପୀଠରୁ ଅଖଣ୍ଡ ଦୀପ ଅଣାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସଭାପତି ଶ୍ରୀ ମୋହନ ନାୟକ ଦୃଢ଼ତାର ସହ କହିବା ସହ ଯଦି ସରକାର ସେମାନଙ୍କର ଦାବି ପୁରଣ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ରେ ସ୍ବପ୍ନ ପାଲଟିଚି ଡିଗ୍ରି କଲେଜ...

Thu Feb 16 , 2023
ଦୀପକ ସାହୁ(କଳାହାଣ୍ଡି): ସରକାର ଶିକ୍ଷା ଏକ ମୌଳିକ ଅଧିକାର ବୋଲି ଡିଣ୍ଡିମ ପିଟୁଥିବା ବେଳେ ଏହି ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି ଦୁର୍ଗମ ଅଞ୍ଚଳ ର ଛାତ୍ରଛାତ୍ରୀ । ଶିକ୍ଷାର ବିକାଶ କୁ ନେଇ ଅନେକ ଗୁଡିଏ ଯୋଜନା ହୋଇଥିବା ବେଳେ ଏଥିରେ କୋଟି କୋଟି ଟଙ୍କା ବ୍ୟୟବରାଦ ମଧ୍ଯ କରାଯାଉଛି କିନ୍ତୁ ସରକାରଙ୍କ ଇଛାଶକ୍ତିର ଅଭାବ ଯୋଗୁଁ ଏହି ସବୁ ଯୋଜନା ବାଟବଣା ହେବାରେ ଲାଗିଛି । ଏଭଳି […]

You May Like

Pin It on Pinterest