ମେ ୩ ଯାଏଁ ଗଡିବନି ଯାତ୍ରୀବାହୀ ଟ୍ରେନ୍

ବାସ୍ତବ ବ୍ୟୁରୋ-କରୋନା ମୁକାବିଲା ପାଇଁ ମେ’ ୩ ଲକ୍-ଡାଉନ୍ ର ଅବଧି ବଢିବାପରେ, ଏକ ବଡ ନିଷ୍ପତ୍ତି ନେଇଛି ଭାରତୀୟ ରେଳ ବିଭାଗ । ଦେଶବ୍ୟାପୀ ମେ ୩ ଯାଏଁ ଯାତ୍ରୀବାହୀ ଟ୍ରେନ୍ ଗଡିବନି ବୋଲି ରେଲୱେ କହିଛି ।

ଏ ସଂକ୍ରାନ୍ତରେ ଟୁଇଟ୍ କରି ରେଳ ମନ୍ତ୍ରାଳୟ କହିଛି ଯେ ପ୍ରିମିୟମ ଟ୍ରେନ୍, ମେଲ୍/ଏକ୍ସ‌େପ୍ରେସ୍ ଟ୍ରେନ୍, ପାସେଞ୍ଜର୍ ଟ୍ରେନ୍, ସବ୍ଅର୍ବାନ୍‌ ଟ୍ରେନ୍, କୋଲ୍‌କାତା ମେଟ୍ରୋ ରେଲ୍, କୋଙ୍କଣ ରେଲ୍‌ୱେ ଇତ୍ୟାଦି ସମେତ ଭାରତୀୟ ରେଳବାଇର ସମସ୍ତ ଯାତ୍ରୀବାହୀ ଟ୍ରେନ୍ ସେବା ମେ ୩ ତାରିଖ ରାତି ୧୨ଟା ଯାଏଁ ବନ୍ଦ ରହିବ।

Ministry of Railways@RailMinIndia

All passenger train services on Indian Railways including Premium trains, Mail/Express trains, Passenger trains, Suburban Trains, Kolkata Metro Rail, Konkan Railway etc shall continue to remain cancel till the 2400hrs of 3rd May 2020. #IndiaFightsCorona7,691Twitter Ads info and privacy2,981 people are talking about this

ବାତିଲ ହୋଇଥିବା ରେଳଗାଡ଼ି ନିମନ୍ତେ ଅଗ୍ରିମ ଟିକେଟ କରିଥିବା ଯାତ୍ରୀମାନଙ୍କୁ ଯାତ୍ରୀ ମାସୁଲ ସମ୍ପୂର୍ଣ୍ଣ ଫେରସ୍ତ କରାଯିବ। ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ନ ପାଇବା ଯାଏଁ କୌଣସି ଅଗ୍ରୀମ ରିଜର୍ଭେସନ୍‌ କରାଯିବ ନାହିଁ। ସେହିପରି ମାଲ୍‌ ଓ ପାର୍ସଲ୍‌ ପରିବହନ ବର୍ତ୍ତମାନ ପରି ଚାଲୁ ରହିବ । ସଠିକ୍ ଖବର ସଠିକ୍ ସମୟରେ ପାଇବାପାଇଁ ଆଜିହିଁ ଡାଉନ୍ ଲୋଡ୍ କରନ୍ତୁ bastabtv APP .

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜାରି ହେଲା ଆମ କୃଷି ନାମକ ଟୋଲ ଫ୍ରି ନମ୍ବର

Tue Apr 14 , 2020
ବାସ୍ତବ ବ୍ୟୁରୋ-କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ସେ କହିଛନ୍ତିି, ଓଡ଼ିଶାର ପଦକ୍ଷେପକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ହୋଇଛି । ଚାଷୀଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । କୃଷି କାର୍ଯ୍ୟକୁ କଟକଣା ମୁକ୍ତ କରିଛନ୍ତି ରାଜ୍ୟ ସରକାର । ଏହାସହ କୃଷି ସାମଗ୍ରୀ ପରିବହନକୁ ମଧ୍ୟ କଟକଣା ମୁକ୍ତ କରାଯାଇଛି । ରବି ଋତୁରେ ୨୬.୬୬ ଲକ୍ଷ ହେକ୍ଟର ଜମିରେ ଚାଷ […]

You May Like

Pin It on Pinterest