
ସଂଜୟ ଶତପଥୀ(କଟକ): ଆଜି ପବିତ୍ର ମହାଶିବରାତ୍ରି ଉପଲକ୍ଷେ କଟକ ର ଅନ୍ୟତମ ଶ୍ରେଷ୍ଠ ସମାଜସେବୀ ଲୋକପ୍ରିୟ ଅନୁଷ୍ଠାନ “ସର୍ବେ ଭବନ୍ତୁ ସୁଖୀନଃ” ପରିବାର ପକ୍ଷରୁ କଟକର ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନରେ ରୋଗ ପ୍ରପୀଡ଼ିତ ଅସହାୟ ରୋଗୀମାନଙ୍କୁ ଶୁଖିଲା ଖାଦ୍ୟ,ଫଳ ଓ ଶୁଦ୍ଧ ପାନୀୟ ବଣ୍ଟନ କରାଯାଇଥିଲା।
ବିଗତ ଦୀର୍ଘ ୮ ବର୍ଷ ଧରି ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଚାଲିଛି ଏବଂ ଆଗାମୀ ଦିନରେ ମଧ୍ୟ ଚାଲିବ ବୋଲି ମତବ୍ୟକ୍ତ କରନ୍ତି ଅନୁଷ୍ଠାନ ର ସଭାପତି ଶ୍ରୀ ସୁଧୀର କୁମାର ଲାହା। ସମ୍ପାଦକ ଶ୍ରୀ ମନୋରଞ୍ଜନ ସାହୁ ଙ୍କ ନେତୃତ୍ବରେ ସମ୍ପାଦିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ଶ୍ରୀ ସରୋଜ ଶତପଥୀ, ଅଶ୍ଵିନୀ ମହାରଣା, ରାକେଶ ମଲ୍ଲିକ, ଜୟପ୍ରକାଶ ସାହୁ, ଦିଲ୍ଲୀପ କୁମାର ସାହୁ,ସେବକ ଶ୍ରୀ ସମ୍ପୂର୍ଣ୍ଣ କୁମାର ସାହୁ ଙ୍କ ସହ ବହୁ ସଦସ୍ୟ ଯୋଗଦେଇ ପ୍ରପୀଡ଼ିତ ରୋଗୀମାନଙ୍କ ସମ୍ପର୍କରେ ବୁଝିବା ସହ ଆଶ୍ଵାସନା ବାଣ୍ଟିଥିଲେ।
ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ତଥା ରୋଗ କୁ ଘୃଣା ରୋଗୀକୁ ନୁହେଁ ବାର୍ତ୍ତା ବାଣ୍ଟିବା କାର୍ଯ୍ୟକ୍ରମ କରାଯିବା ସହ ଏକ ରୋଗମୁକ୍ତ ସମାଜ ଗଠନ କରି ଅନୁଷ୍ଠାନର ନାମକରଣ କୁ ସାର୍ଥକ କରିବାକୁ ପ୍ରୟାସ ଜାରି ରଖିବ ବୋଲି ବରିଷ୍ଠ ସଦସ୍ୟ ଓ ସଦସ୍ୟଗଣ ମତପ୍ରକାଶ କରିଛନ୍ତି।
ଜଣାଶୁଣା ସମାଜସେବୀ ଶ୍ରୀ କ୍ଷୀରୋଦ ଚନ୍ଦ୍ର ସାହୁ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଭୂମିକା ନିର୍ବାହ କରି ସମସ୍ତ ଙ୍କୁ ଉତ୍ସାହିତ କରିବା ସହ ସମଗ୍ର ମାନବ ସମାଜକୁ ପ୍ରଭୁ ମହାଦେବ ନିରୋଗ ରଖନ୍ତୁ ବୋଲି ପ୍ରାର୍ଥନା କରିଥିଲେ।ଏହି କାର୍ଯ୍ୟକ୍ରମ ଲାଗି ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଅନୁଷ୍ଠାନ କୁ ଭୂୟସୀ ପ୍ରଶଂସା କରାଯାଇଛି।