ଜାରି ହେଲା ଆମ କୃଷି ନାମକ ଟୋଲ ଫ୍ରି ନମ୍ବର

ବାସ୍ତବ ବ୍ୟୁରୋ-କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ସେ କହିଛନ୍ତିି, ଓଡ଼ିଶାର ପଦକ୍ଷେପକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ହୋଇଛି । ଚାଷୀଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । କୃଷି କାର୍ଯ୍ୟକୁ କଟକଣା ମୁକ୍ତ କରିଛନ୍ତି ରାଜ୍ୟ ସରକାର । ଏହାସହ କୃଷି ସାମଗ୍ରୀ ପରିବହନକୁ ମଧ୍ୟ କଟକଣା ମୁକ୍ତ କରାଯାଇଛି । ରବି ଋତୁରେ ୨୬.୬୬ ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଛି । ଇ-ସମୃଦ୍ଧି ଜରିଆରେ ଚାଷୀମାନେ ପଞ୍ଜୀକୃତ କରିପାରିବେ । ଫଳରେ ଚାଷୀ ସର୍ବନିମ୍ନ ସହାୟତା ମୂଲ୍ୟର ଲାଭ ପାଇପାରିବେ । କୃଷକଙ୍କ ସହାୟତା ପାଇଁ “ଆମ କୃଷି “ନାମକ ଟୋଲ ଫ୍ରି ନମ୍ବର ଜାରି ହୋଇଛି । ଆମ କୃଷି ଟୋଲ ଫି ନମ୍ବର ହେଉଛି ୧୮୦୦୧୦୨୫୧୬୬ । ବାହାର ରାଜ୍ୟରେ ୭୭ ହଜାର ଅଟକି ରହିଛନ୍ତି । ଶ୍ରମିକଙ୍କ ରହିବା ପାଇଁ ଶିବିରର ବ୍ୟବସ୍ଥା କରାଯାଇଛି । ରାଜ୍ୟର ୩୦ଜିଲ୍ଲାରେ ୩୫କୋଭିଡ଼ ହସ୍ପିଟାଲ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସଠିକ୍ ଖବର ସଠିକ୍ ସମୟରେ ପାଇବା ପାଇଁ ଡାଉନ୍ ଲୋଡ୍ କରନ୍ତୁ , bastabtv APP

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟରେ ନୂଆ ୪ କରୋନା ଆକ୍ରାନ୍ତ

Tue Apr 14 , 2020
ବାସ୍ତବ ବ୍ୟୁରୋ-ରାଜ୍ୟରେ ନୂଆ ୪ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ ପକ୍ଷରୁ ସୂଚନା ମିଳିଛି । ୪କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ବମିଖାଲର ହୋଇଥିବା ବେଳେ ଜଣେ ଝାରପଡ଼ାର ବୋଲି ଜଣାପଡ଼ିଛି । ବମିଖାଲର ତିନି ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୧ […]

You May Like

Pin It on Pinterest