ଇନ୍ଦୁପରୁ କୃଷି ସମବାୟ ସମିତିର ଚାଷି ମାନେ ସମସ୍ଯା ଘେରରେ….

ନିହାର ପରିଡା(କେନ୍ଦ୍ରାପଡା):ଇନ୍ଦୁପରୁ କୃଷି ସମବାୟ ସମିତିରେ ଚାଷୀ ମାନେ ଭୋଟ ଦେଇ ଯେଉଁ ମାନଙ୍କୁ ନିର୍ବାଚିତ କରି ତାଙ୍କର ପ୍ରତିନିଧି କରାଇଥିଲେ । ସେହି ପ୍ରତିନିଧି ମାନେ ଚାଷିମାନଙ୍କ ଉପରେ ଦାଉ ସାଧୁଛନ୍ତି।ଆଉ ସମବାୟ ସମିତିର ସମ୍ପାଦକ ଓ ସଭାପତି ପ୍ରତିବାଦ କରିବାରୁ ତାଙ୍କୁ ଅତି କଦର୍ଯ୍ଯ ଭାଷାରେ ଗାଳି ଗୁଲଜ କରିବାକୁ ପଛାଉନାହାଁନ୍ତି କିଛି ନବ ନିର୍ବାଚିତ ଡାଇରେକ୍ଟର ।

ସେଥିରେବି ତାଙ୍କ ରାଗ ସାନ୍ତ ହୁଏ ନାହିଁ ସମ୍ପାଦକ ଓ ସଭାପତିଙ୍କ ନାମରେ ମିଥ୍ଯା ଅଭିଯୋଗ ଆଣି ଥାନାରେ ମାମଲା ରୁଜୁ କରାଯାଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ଇନ୍ଦୁପୁର ଅଞ୍ଚଳର ଲୋକେ ମୁଖ୍ୟତଃ ଧାନଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ସାଧାରଣ ଗରିବ ଚାଷୀଟିଏ ହାଡଭଙ୍ଗା ପରିଶ୍ରମ କରି ଧାନ ଅମଳ କରେ ଓ ସେଇ ଧାନକୁ ବିକ୍ରୀ ପାଇଁ ସରକାରଙ୍କ ତରଫରୁ ହୋଇଥିବା କୃଷି ସମବାୟ ସମିତି ରେ ନାମ ପଞିକରଣ କରି ଅମଳ ଧାନକୁ ନେଇ ବିକ୍ରି କରିବା ପାଇଁ କୃଷି ସମବାୟ ସମିତିରେ ରଖିଥାଏ ବିକ୍ରୟ ନିମନ୍ତେ ।

ଏଠି କିନ୍ତୁ ଓଲଟା ପରିଲିଖିତ ହୋଇଛି ଚାଷି , ସମବାୟ ସମିତି ସଂପାଦକ , ସମବାୟ ସମିତିର ସଭାପତି ଓ କିଛି ଡାଇରେକ୍ଟର ଚାଷି ମାନଙ୍କ ହିତରେ ଥିବାବେଳେ । ଆଉ କିଛି ଡାଇରେକ୍ଟର ଚାଷିଙ୍କୁ କରୁଛନ୍ତି ପାତର ଅନ୍ତର ନୀତିପାଇଁ ଇନ୍ଦୁପୁର କୃଷି ସମବାୟ ସମିତିରେ ଗରିବ ଚାଷୀଙ୍କୁ ଧାନକିଣାରେ ଶୋଷଣ କରାଯାଉଥିବା ଅଭିଯୋଗ ମଧ୍ୟ ହେଉଛି ।ସାଧାରଣ ଚାଷୀ ଟିଏ କିପରି ଠିକ ସମୟରେ ଠିକ୍ ଭାବରେ ଧାନମଣ୍ଡିରେ ବିକ୍ରି କରିପାରିବ ସରକାର ସେଥିପାଇଁ କୃଷି ସମବାୟ ସମିତିକୁ ୧୫ ଟି ଜୋନ ରେ ବିଭକ୍ତ କରି ନିର୍ବାଚିତ ଡାଇରେକ୍ଟର ଚୟନ କରିଛନ୍ତି ।

ଜଣେ ଚାଷୀ ଓ ଜଣେ ଡାଇରେକ୍ଟର ଧାନ ବିକ୍ରୀ ପାଇଁ ସମସ୍ୟା ହେବାରୁ ତାକୁ ବୁଝିବା ପାଇଁ ଯାଇ ସଂପାଦକ ଓ ସଭାପତି ପଚାରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ସମ୍ପାଦକଙ୍କୁ ଧକ୍କାମାରି ବାହାରକୁ ବିଦା କରିଦେଇଥିଲେ ।ସମ୍ପାଦକ ଓ ସଭାପତି ସମିତିର କର୍ମଚାରୀ ୮ ରୁ ୧୦ ଜଣ ଡାଇରେକ୍ଟର ଓ ଜଣେ ସ୍ଥାନୀୟ ମୁରବୀ ଙ୍କୁ ନେଇ ଏକ ବୈଠକ କରାଯାଇ ଚାଷି ମାନଙ୍କ ସମସ୍ଯା କପରି ଦୂର କରିବାପାଇଁ ଚଳାଇଛନ୍ତି ପ୍ରୟାସ । ଦେଖିବାକୁ ବାକିରହିଲା ଚାଷି ମାନଙ୍କର ସମସ୍ଯା କେବେ ଦୂର ହେଉଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନେତାଜୀ ଚାଲେଞ୍ଜ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଜୟଚଣ୍ଡୀଙ୍କ କ୍ଳବ ଚମ୍ପିଆନ

Sun Feb 19 , 2023
ଜୟନ୍ତ ଶତପଥୀ(ଡେରାବିଶ): କ୍ଷୀରେଶ୍ୱର ୟୁଥ କ୍ଲବ କାକତିଆ , ଆନୁକୂଲ୍ୟରେ ଚାଲୁ ରହିଥିବା ନେତାଜୀ ଚାଲେଞ୍ଜ କପ ଟୁର୍ନାମେଣ୍ଟ ରେ ଜୟଚଣ୍ଡୀ କ୍ରିକେଟ କ୍ଲବ ଗହଗା ନରସିଂହପୁର ବି ବି ସି କୁସୁନପୁର କୁ ହରାଇ ଚମ୍ପିୟାନ ହୋଇଅଛି । ଏହ ଚିତାକର୍ଷକ ମ୍ୟାଚ୍ ରେ,ଜୟଚଣ୍ଡୀ କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି କୋଡିଏ ଓଭର ରେ ୨୭୭ରନ କରିଥିଲା ବେଳେ, ଦଳ ପକ୍ଷରୁ ଦିଲ୍ଲୀପ ଦାଶ ସର୍ବାଧିକ ୭୬ରନ […]

You May Like

Pin It on Pinterest