
ଜୟନ୍ତ ଶତପଥୀ(ଡେରାବିଶ): କ୍ଷୀରେଶ୍ୱର ୟୁଥ କ୍ଲବ କାକତିଆ , ଆନୁକୂଲ୍ୟରେ ଚାଲୁ ରହିଥିବା ନେତାଜୀ ଚାଲେଞ୍ଜ କପ ଟୁର୍ନାମେଣ୍ଟ ରେ ଜୟଚଣ୍ଡୀ କ୍ରିକେଟ କ୍ଲବ ଗହଗା ନରସିଂହପୁର ବି ବି ସି କୁସୁନପୁର କୁ ହରାଇ ଚମ୍ପିୟାନ ହୋଇଅଛି ।
ଏହ ଚିତାକର୍ଷକ ମ୍ୟାଚ୍ ରେ,ଜୟଚଣ୍ଡୀ କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି କୋଡିଏ ଓଭର ରେ ୨୭୭ରନ କରିଥିଲା ବେଳେ, ଦଳ ପକ୍ଷରୁ ଦିଲ୍ଲୀପ ଦାଶ ସର୍ବାଧିକ ୭୬ରନ ଓ ଜେ କେ ପଣ୍ଡା ୫୩ରନ କରିଥିଲେ । ଜବାବ ରେ ବି ବି ସି ୨୦୯ରନ କରି ପରାଜୟ ବରଣ କରିଥିଲା ।
ପୁରସ୍କାର ବିତରଣୀ ଉତ୍ସବରେ ସାମ୍ବାଦିକ ତଥା ସମାଜସେବୀ ଜୟନ୍ତ କୁମାର ଶତପଥୀ ମୁଖ୍ୟଅତିଥି ଏବଂ ରବିନାରାୟଣ ଓଝା ସମ୍ମାନିତ ଅତିଥି ଭାବେ ଯୋଗଦେଇ, ଚମ୍ପିଆନ ଓ ରନର୍ସ ଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ, ଦିଲ୍ଲୀପ ଦାଶ ଙ୍କୁ ମ୍ୟାନଅଫ ଦି ମ୍ୟାଚ, ଯତିକୃଷ୍ଣ ପଣ୍ଡା ଙ୍କୁ ମ୍ୟାନଅଫ ଦି ସିରିଜ, ବିଶ୍ୱଜିତ ବରାଳ ବେଷ୍ଟ ବ୍ୟାଟ୍ସମ୍ୟାନ, ନିୟୁଟନ ବରାଳ ବେଷ୍ଟ ବୋଲର ଭାବେ ପୁରସ୍କୃତ କରାଯାଇଥିଲା ।ଏହି ଟୁର୍ନାମେଣ୍ଟ କୁ ପରିଚାଳନା କରିଥିଲେ, ମଳୟ ମିଶ୍ର ,ସହଯୋଗ କରିଥିଲେ ଦୀପକ ମଳିକ, ଆକାଶ, ଗୁଡ଼ୁ, ମଦନ ଏବଂ ଆୟୋଜକ କ୍ଷୀରେଶ୍ୱର ୟୁଥ୍ କ୍ଲବର ସମସ୍ତ ସଭ୍ଯ ।