ରାଜ୍ୟରେ ନୂଆ ୪ କରୋନା ଆକ୍ରାନ୍ତ

ବାସ୍ତବ ବ୍ୟୁରୋ-ରାଜ୍ୟରେ ନୂଆ ୪ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ ପକ୍ଷରୁ ସୂଚନା ମିଳିଛି । ୪କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ବମିଖାଲର ହୋଇଥିବା ବେଳେ ଜଣେ ଝାରପଡ଼ାର ବୋଲି ଜଣାପଡ଼ିଛି । ବମିଖାଲର ତିନି ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୧ ବର୍ଷିୟ ପୁରୁଷ, ୭୦ ବର୍ଷିୟ ବୃଦ୍ଧ ଓ ୫୧ ବର୍ଷୀୟ ମହିଳା ଅଛନ୍ତି । ସମସ୍ତଙ୍କୁ ଚିକିତ୍ସା ଲାଗି ରାଜଧାନୀ ଭୁବନେଶ୍ୱରରେ ଥିବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନାରେ ଆକ୍ରାନ୍ତ ଥିବା ୬୦ଜଣଙ୍କ ମଧ୍ୟରୁ ୧୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ୪୧ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Wed Apr 15 , 2020
୧-ଭାରତରେ ଲକ୍‌ଡାଉନ୍‌ ମେ ୩ ପର୍ଯ୍ୟନ୍ତ ବୃଦ୍ଧି ସଠିକ୍ ନିଷ୍ପତ୍ତି, ପ୍ରଧାନମନ୍ତ୍ରୀଙ୍କୁ WHOର ପ୍ରଶଂସା। ୨-April 15,16 ଓ 17 ତାରିଖରେ ଚନ୍ଦ୍ର ସହ ତିନିଟି ଗ୍ରହର ମିଳନର ଦୃଶ୍ୟ ଦେଖିବାକୁ ପାଇବେ ସାଧାରଣ ଲୋକ। ପ୍ରତ୍ୟେକ ଦିନ ଭୋର ସମୟରେ ଉତ୍ତର ପୂର୍ବ ଦିଗବଳୟ ଉପରେ ବୃହସ୍ପତି,ଶନି ଓ ମଙ୍ଗଳଗ୍ରହ ଦୃଶ୍ୟମାନ ହେବ। ୩-ଚାଷୀଙ୍କୁ ସହଯୋଗ କର ,ଅଭ୍ଯାସଗତ ଅପରାଧୀ ହେବେ ସାବାଡ: ମୁଖ୍ୟମନ୍ତ୍ରୀ। ୪-ହ୍ବାଟ୍ସଆପ ଜରିଆରେ ୧୦ […]

You May Like

Pin It on Pinterest