
ସଂଜୟ ଶତପଥୀ(କଟକ): ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଓଡ଼ିଶା ଚୁକ୍ତି ଭିତ୍ତିକ ଠିକା ସଫେଇ କର୍ମଚାରୀ ମହାସଂଘ ପକ୍ଷରୁ ବିଭିନ୍ନ ଦାବିରେ ଅହୋରାତ୍ର ଆନ୍ଦୋଳନ ଓ ଗଣଧାରଣା ଆଜି ସପ୍ତମ ଦିବସରେ ପହଞ୍ଚିଛି।
କିନ୍ତୁ ଏ ପର୍ଯ୍ୟନ୍ତ ମହାସଂଘ ର ଦାବି ଉପରେ କଟକ ମହାନଗର ନିଗମର ମେୟର ବା କମିଶନର ତଥା ସ୍ଥାନୀୟ ବିଧାୟକ ସମାଧାନ ଲାଗି କୈାଣସି ପଦକ୍ଷେପ ନେବା ତ ଅଲଗା କଥା ପ୍ରତ୍ୟକ୍ଷ ଆଲୋଚନା ପାଇଁ ମଧ୍ୟ ସାହସ ଜୁଟାଇପାରିନାହାନ୍ତି।
ଏହି ପରିପ୍ରେକ୍ଷୀରେ ପ୍ରତିକ୍ରିୟା ରଖିଛନ୍ତି କଟକ ନଗର ପ୍ରଦେଶ କଂଗ୍ରେସ କମିଟିର ସଭାପତି, ଓଡ଼ିଶାର ଚାଣକ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପଟ୍ଟଶିଷ୍ଯ, ବିଭିନ୍ନ ପ୍ରଲୋଭନକୁ ପ୍ରତ୍ୟାଖ୍ୟାନ କରି ନିଜର ବେଶ ନ ବଦଳାଇ ଦୀର୍ଘ ଦିନ ଧରି ଜାତୀୟ କଂଗ୍ରେସ ପାର୍ଟିର ସ୍ଥିତି ବଜାୟ ରଖୂଥୂବା ସମାଜସେବୀ, ଦୁଃଖୀ ଦରିଦ୍ର ଙ୍କ ବନ୍ଧୁ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସୁରେଶ ମହାପାତ୍ର ।