
ରାକେଶେ ମହାନ୍ତି(କେନ୍ଦ୍ରାପଡ଼ା): ନ୍ଦ୍ରାପଡ଼ାର ବଡ଼ହାଟ ସ୍ଥିତ ସ୍ବର୍ଗତ ସୁନିଲ କୁମାର ବୋଷ ଙ୍କ ପତ୍ନୀ ସ୍ବେଛାସେବୀ ଜ୍ୟୋତ୍ସ୍ନା ବୋଷ ଙ୍କ ୨୪/୦୨/୦୨୩ ତାରିଖ ଶୁକ୍ରବାର ଦିନ ମୃତ୍ୟୁ ହେବାପରେ ତାଙ୍କର ଶରୀର ଦାନର ସ୍ବୀକାରୋକ୍ତି ଅନୁଯାୟୀ ମର ଶରୀରକୁ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ଦାନ କରାଯାଇଛି ।
ଏହି ମହତ ଦାନ ଦ୍ୱାରା ଅନେକ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କର ପାଠପଢା ଓ ମାନବ ସମାଜ ର ଉତ୍ତମ ଚିକିତ୍ସା ନିମନ୍ତେ ବିଭିନ୍ନ ଗବେଷଣା ହୋଇ ପାରିବ ବୋଲି ମେଡିକାଲ କତୃପକ୍ଷ ସ୍ପଷ୍ଟୋକ୍ତି କରିଛନ୍ତି । ଏହି ସର୍ବଶ୍ରେଷ୍ଠ ଦାନ ସମୟରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ସମାଜ ପକ୍ଷରୁ ଜିଲ୍ଲା ସଂଯୋଜକ ବିଜୟ ପରିଡା, ଲୋକସେବକ ମଣ୍ଡଳ ରାଷ୍ଟ୍ରିୟ ସଂପାଦକ ଡ. ପ୍ରଭାସ ଆଚାର୍ଯ୍ୟଙ୍କ ସମେତ ସ୍ବର୍ଗତ ସ୍ବେଛାସେବୀ ଜ୍ୟୋତ୍ସ୍ନା ବୋଷଙ୍କ ତିନି ଝିଅ-ସୁପ୍ତା ରାୟ, ଲୁପ୍ତା ବୋଷ, ଶିଳ୍ପା ବୋଷ ତିନି ଜ୍ୱାଇଁ – ସୂର୍ଯ୍ୟକାନ୍ତ ପରିଡା , ଶ୍ରୀପତି ରାୟ , ଚନ୍ଦ୍ରକାନ୍ତ ବୋଷ, ଏବଂ ପରିବାରର ସମସ୍ତ ସଦସ୍ୟ ଓ ଅନେକ ସ୍ବେଛାସେବୀ ଉପସ୍ଥିତ ଥିଲେ ।
ସଭାପତିଙ୍କ ସୂଚନା ଅନୁଯାୟୀ ଗତ ୧୪/୦୨/୨୦୨୨ ମସିହାରେ ଟ୍ରଷ୍ଟ ପକ୍ଷରୁ ଏକ ଶରୀର ଦାନ ଶିବିର କେନ୍ଦ୍ରାପଡାରେ ଆୟୋଜନ କରାଯାଇଥିଲା, ଏହି ଶିବିରରେ ୧୦୧ ଜଣ ସ୍ବେଛାସେବୀ ମୃତ୍ୟୁପରେ ନିଜର ଶରୀରକୁ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ କୁ ଦାନକରିବା ନିମନ୍ତେ ସ୍ୱୀକାର ପତ୍ର ପ୍ରଦାନ କରିଥିଲେ ।ଗୋଟିଏ ଛାତ ତଳେ ଗୋଟିଏ ଦିନରେ ଏତେ ମାତ୍ରାରେ ଶରୀର ଦାନ ଆଜି ପର୍ଯ୍ୟନ୍ତ ସାରା ଭାରତ ବର୍ଷ ରେ ରେକର୍ଡ ହୋଇ ରହିଥିବା ସମୟରେ, ଆଜି ଉକ୍ତ ୧୦୧ ଜଣଙ୍କ ମଧ୍ୟରୁ ପ୍ରଥମ ସ୍ବେଛାସେବୀ ଭାବରେ ଜ୍ୟୋତ୍ସ୍ନା ବୋଷ ମୃତ୍ୟୁବରଣ କରିବା ପରେ ତାଙ୍କ ମର ଶରୀରକୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ଦାନ କରାଯାଇଛି ।



