ମାର୍ଚ୍ଚ ୧ ତାରିଖରେ ମୁଖ୍ଯ ଶାସନ ସଚିବ ଭାବେ ଦାୟିତ୍ବ ନେବେ ପ୍ରଦୀପ କୁମାର ଜେନା….

ପ୍ରମୋଦନାୟକ(ଭୁବନେଶ୍ବର): ଓଡ଼ିଶା ସରକାରଙ୍କ ନୂଆ ମୁଖ୍ୟ ଶାସନ ସଚିବ ହେବେ ପ୍ରଦୀପ କୁମାର ଜେନା । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଦୀପ ଜେନା ଆସନ୍ତା ମାର୍ଚ୍ଚ ୧ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିବେ। ସେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦାୟିତ୍ବ ତୁଲାଇବେ।

ସେପଟେ ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ୱ ମିଳିଛି। ସେ ଓଡ଼ିଶା ବିଦ୍ୟୁତ ନିୟାମକ ପ୍ରାଧିକରଣ (ଓଇଆରସି)ର ପରବର୍ତ୍ତୀ ଅଧ୍ୟକ୍ଷ ହେବେ। ଶକ୍ତି ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।। ଆସନ୍ତା ଫେବୃଆରୀ ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ପଦରୁ ସୁରେଶ ମହାପାତ୍ର ଅବସର ନେଲା ପରେ ନୂତନ ଦାୟିତ୍ବ ଗ୍ରହଣ କରିବେ।

ଅନ୍ୟପଟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ୍‌) ଅନୁ ଗର୍ଗ ନୂଆ ଉନ୍ନୟନ କମିସନର ନିଯୁକ୍ତ ହୋଇଛନ୍ତି। ପ୍ରଦୀପ ଜେନାଙ୍କୁ ପଦୋନ୍ନତି ମିଳିବା ପରେ ଅନୁ ଗର୍ଗଙ୍କୁ ନୂଆ ଦାୟିତ୍ବ ମିଳିଛି। ଅନୁ ଗର୍ଗ ଜଳସଂପଦ ସଚିବ ସହ ଉନ୍ନୟନ କମିସନର ଦାୟିତ୍ବ ତୁଲାଇବେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ର ଗ୍ରାହକଙ୍କ ପାଇଁ ଏକ ଖୁସି ଖବର,ବର୍ଦ୍ଧିତ ପେନସନ ବାଛିବାର ଅବଧି ଆଉ ଦୁଇମାସ ବୃଦ୍ଧି....

Mon Feb 27 , 2023
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ): କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ର ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଆସିଛି ।ବର୍ଦ୍ଧିତ ପେନସନ ବାଛିବାର ଅବଧି ଆଉ ଦୁଇମାସ ବୃଦ୍ଧି କରାଗଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଦ୍ଧିତ ପେନସନ ରାଶି ପାଇବା ପାଇଁ ଇଚ୍ଛୁକ ଇପିଏଫଓ ଗ୍ରାହକମାନେ ଆସନ୍ତା ମାର୍ଚ୍ଚ ୩ ସୁଦ୍ଧା ନିଜ ନିଯୁକ୍ତିଦାତାଙ୍କ ସହ ମିଳିତ ଭାବେ ଆବେଦନ କରିବା ପାଇଁ ଅବଧି ଘୋଷଣା କରାଯାଇଥିଲା । ଏଥିପାଇଁ ସେମାନଙ୍କୁ […]

You May Like

Pin It on Pinterest