ସାକ୍ଷୀଗୋପାଳ ଠାରେ ରୋଟାରୀ କ୍ଲବ ଅଫ ସ୍ମାର୍ଟ ସିଟି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ….

ତ୍ରିନାଥବାରିକ(ସାକ୍ଷୀଗୋପାଳ): ଆଜି (ରବିବାର) ରୋଟାରୀ କ୍ଲବ ଅଫ ସ୍ମାର୍ଟ ସିଟି ପକ୍ଷରୁ ଏକ ରକ୍ତଦାନ ଶିବିର ସାକ୍ଷୀଗୋପାଳ ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି। ସତ୍ୟବାଦୀ ମହୋତ୍ସବ କମିଟିର ସଦସ୍ୟ ମାନଙ୍କ ପ୍ରତ୍ୟକ୍ଷ ସହଯୋଗ ଏବଂ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କ ଆଗ୍ରହ, ଉତ୍ସାହ ଦ୍ୱାରା ପାଖାପାଖି ୫୫ ୟୁନିଟ ରକ୍ତ ସଂଗ୍ରହ ହୋଇପାରିଛି।

ରୋଟାରୀ ଡିଜିଏନ ଯଜ୍ଞାଶିଷ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ କହିଛନ୍ତି ଯେ, “ରକ୍ତଦାନ ମହତ୍ ଦାନ”କୁ ଆଜି ଯୁବଗୋଷ୍ଠୀ ସାକାର କରିଛନ୍ତି । ସଭାପତି ଜ୍ୟୋତି ଭୂଷଣ ମହାପାତ୍ର କହିଲେ ଯେ “ରକ୍ତଦାନ ଏକ ପୁଣ୍ୟ କାମ, ତେଣୁ ଆଗାମୀ ଦିନରେ ଆମେ ଏହିପରି ବହୁ ଜନହିତକର କାର୍ଯ୍ୟ କରିବା ପାଇଁ ଯୋଜନା କରିଛୁ। ସମସ୍ତଙ୍କ ସହଯୋଗ ମିଳିଲେ ଏସବୁ ମହତ କାର୍ଯ୍ୟକ୍ରମ ହୋଇ ପାରିବ।”

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମାର୍ଚ୍ଚ ୧ ତାରିଖରେ ମୁଖ୍ଯ ଶାସନ ସଚିବ ଭାବେ ଦାୟିତ୍ବ ନେବେ ପ୍ରଦୀପ କୁମାର ଜେନା....

Sun Feb 26 , 2023
ପ୍ରମୋଦନାୟକ(ଭୁବନେଶ୍ବର): ଓଡ଼ିଶା ସରକାରଙ୍କ ନୂଆ ମୁଖ୍ୟ ଶାସନ ସଚିବ ହେବେ ପ୍ରଦୀପ କୁମାର ଜେନା । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଦୀପ ଜେନା ଆସନ୍ତା ମାର୍ଚ୍ଚ ୧ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିବେ। ସେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦାୟିତ୍ବ ତୁଲାଇବେ। ସେପଟେ ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ୱ ମିଳିଛି। […]

You May Like

Pin It on Pinterest