ଆଜିର ଖାସ୍ ଖବର

୧-ଭାରତରେ ଲକ୍‌ଡାଉନ୍‌ ମେ ୩ ପର୍ଯ୍ୟନ୍ତ ବୃଦ୍ଧି ସଠିକ୍ ନିଷ୍ପତ୍ତି, ପ୍ରଧାନମନ୍ତ୍ରୀଙ୍କୁ WHOର ପ୍ରଶଂସା।

୨-April 15,16 ଓ 17 ତାରିଖରେ ଚନ୍ଦ୍ର ସହ ତିନିଟି ଗ୍ରହର ମିଳନର ଦୃଶ୍ୟ ଦେଖିବାକୁ ପାଇବେ ସାଧାରଣ ଲୋକ। ପ୍ରତ୍ୟେକ ଦିନ ଭୋର ସମୟରେ ଉତ୍ତର ପୂର୍ବ ଦିଗବଳୟ ଉପରେ ବୃହସ୍ପତି,ଶନି ଓ ମଙ୍ଗଳଗ୍ରହ ଦୃଶ୍ୟମାନ ହେବ।

୩-ଚାଷୀଙ୍କୁ ସହଯୋଗ କର ,ଅଭ୍ଯାସଗତ ଅପରାଧୀ ହେବେ ସାବାଡ: ମୁଖ୍ୟମନ୍ତ୍ରୀ।

୪-ହ୍ବାଟ୍ସଆପ ଜରିଆରେ ୧୦ ଲକ୍ଷ ଚାଷୀଙ୍କୁ ଦିଆଯିବ କୃଷି ସୂଚନା,ଭିଡ଼ିଓ କନ୍‌ଫରେନ୍ସିଂରେ କୃଷିମନ୍ତ୍ରୀ ଅରୁଣ ସାହୁ ଦେଲେ ନିର୍ଦେଶ।

୫-ଦେଶରେ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଓ ବିମାନ ସେବା ମେ ୩ ତାରିଖ ରାତି ୧୨ଟା ଯାଏଁ ବନ୍ଦ ରହିବ।

୬-ଭୁବନେଶ୍ୱର: SHG ଚଳାଇଛନ୍ତି ୭୦୭ ପରିବା ଓ ରେସନ ଦୋକାନ।

୭-ଆମେରିକା ପରେ ବ୍ରିଟେନର ପ୍ରସ୍ତୁତି:ଚୀନ ହେବ ଏକଘରକିଆ।

୮-ବିଏମସି ପକ୍ଷରୁ ଡ୍ରୋନ୍ ମାଧ୍ୟମରେ ସାନିଟାଇଜ୍ । ରାଜମହଲ ଛକ ଠାରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ୩ ଟି ମେସିନରେ କରାଯିବ ବିଶୋଧନ, ସିଞ୍ଚନ ସମୟରେ କେହି ବାହାରକୁ ନବାହାରିବା ପାଇଁ ଅନୁରୋଧ ।

୯-ଧାନବାଦ:୨୪ ଦିନ ହେଲା ବରଯାତ୍ରୀଙ୍କ ସହ ବର-ବଧୂ ‘ଲକ୍ଡ଼ାଉନ’।ଶାଶୁଘର ଯିବାକୁ ଚାହିଁ ବସିଛନ୍ତି ସାବିତ୍ରୀ-ଖୁସବୁ।

୧୦-ଏପ୍ରିଲ ୨୫ ତାରିଖ ସୁଦ୍ଧା ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଖରେ ବହି ପହଞ୍ଚାଇବାକୁ ସମସ୍ତ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ । ନିଜ ନିଜ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାଙ୍କ ଘରେ ନେଇ ବହି ପହଞ୍ଚାଇବେ ।

୧୧-୧୯ ପରେ ଆହୁରି ବଢ଼ିବ ତାତି, ଉପୁଜିଲାଣି ଅଂଶୁଘାତ ସ୍ଥିତି।

୧୨-ବଦଳିଲା ଦଶମ ଶ୍ରେଣୀର ପାଠ୍ୟ ପୁସ୍ତକ । ମୋଟ ୧୪ଟି ବିଷୟରୁ ୮ଟି ବିଷୟ ବଦଳିଥିବା ସୂଚନା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଇ-କବିତା ପାଠୋତ୍ସବ

Wed Apr 15 , 2020
ମହାବିଷୁବ ସଂକ୍ରାନ୍ତି ଅବସରରେ ନବବର୍ଷ ଉପଲକ୍ଷେ ଓଡ଼ିଶାର ସର୍ବପ୍ରଥମ ଇ — କବି ସମ୍ମିଳନୀ ଓ କବିତା ପାଠୋତ୍ସବ କେନ୍ଦ୍ରାପଡା ସ୍ଥିତ ନିଖିଳ ଉତ୍କଳ ସ୍ରଷ୍ଟା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ନିଜ ନିଜ ଘରେ ରହି ମୋବାଇଲ କନଫରେନସ୍ ମାଧ୍ୟମରେ କବିମାନେ ସ୍ଵରଚିତ କବିତା ପାଠ କରିଥିଲେ । ଏତାଦୃଶ ଅଭିନବ କବିତା ପାଠୋତ୍ସବରେ ବିଶିଷ୍ଟ କଥାକାର ତଥା ବରିଷ୍ଠ […]

You May Like

Pin It on Pinterest