କୋରାପୁଟ ଜିଲ୍ଲାରେ ମୃଦୁ ଭୂମିକମ୍ପ….

ବାସ୍ତବବ୍ୟୁରୋ(କୋରାପୁଟ):ଶୁକ୍ରବାର ଭୋର ୫.୫ ମିନିଟରେ କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ଲକ୍ଷ୍ମୀପୁରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି।

ହଠାତ ଭୋରରେ ଲୋକେ ଉଠିଥିବାବେଳେ ଝରକା ଓ ଆସବାବପତ୍ର ଗୁଡିକ ଆପେ ଆପେ ଦୋହଲିବାରେ ଲାଗିଥିଲା। ଲୋକେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ। ପରେ ଏହା ଭୂକମ୍ପ ବୋଲି ଜଣାପଡିଥିଲା। ତେବେ ଜଗଦଳପୁରଠାରୁ ୧୨୯ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବାବେଳେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୮ ଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ତ୍ରିପୁରା ଓ ନାଗାଲାଣ୍ଡ୍‌ରେ ବିଜେପିର ପୁଣି ବାଜିମାତ୍, ମେଘାଳୟରେ ଝୁଲା ସ୍ଥିତି....

Fri Mar 3 , 2023
ନୂଆଦିଲ୍ଲୀ: ଦେଶର ତିନି ଉତ୍ତରପୂର୍ବ ରାଜ୍ୟରେ ସଂପନ୍ନ ହୋଇଥିବା ବିଧାନସଭା ନିର୍ବାଚନରେ, ତ୍ରିପୁରା ଓ ନାଗାଲାଣ୍ଡ୍‌ରେ ବିଜେପି ପୁଣି ଥରେ ସରକାର ଗଠନ କରିବାକୁ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଅନ୍ୟପକ୍ଷରେ ମେଘାଳୟରେ ଝୁଲା ସ୍ଥିତି ଦେଖିବାକୁ ମିଳିଛି। ଦୁଇଟି ରାଜ୍ୟରେ ମିଳିଥିବା ନିର୍ବାଚନୀ ସଫଳତା ପାଇଁ ତ୍ରିପୁରା ଓ ନାଗାଲାଣ୍ଡ୍‌ର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଛନ୍ତି। ମେଘାଳୟରେ ଦଳର ସ୍ଥିତି ପୂର୍ବାପେକ୍ଷା ସୁଦୃଢ଼ ହୋଇଥିବାରୁ ଭୋଟର୍‌ଙ୍କୁ କୃତଜ୍ଞତା ଜଣାଇବା […]

You May Like

Pin It on Pinterest