ମାର୍ଚ୍ଚ ୩୧ ସୁଦ୍ଧା ଏହି ୫ ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରି ନିଅନ୍ତୁ…

ବାସ୍ତବ ବ୍ୟୁରୋ: ଆର୍ଥିକ ବର୍ଷର ଶେଷ ମାସ ୨୦୨୨-୨୩ ଅର୍ଥାତ୍ ମାର୍ଚ୍ଚ ଆରମ୍ଭ ହୋଇଯାଇଛି । ଏହି ମାସ ସରିବା ଆଗରୁ ଆପଣନଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ହେବ ।

ଏହି କାର୍ଯ୍ୟଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି PAN କୁ ଆଧାର ସହିତ ଲିଙ୍କ୍ କରିବା । ଯଦି ଆପଣ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ତାହା ନକରନ୍ତି, ତେବେ ଆପଣଙ୍କର PAN ନିଷ୍କ୍ରିୟ ହୋଇଯିବ । ଆପଣ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ୧୦୦୦ ଟଙ୍କା ବିଳମ୍ବ ଶୁଳ୍କ ସହିତ ଆଧାର ସହିତ PAN କୁ ଲିଙ୍କ୍ କରିପାରିବେ ।

  1. ଆଧାର-ପାନ୍ ଲିଙ୍କ୍
    ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ପାନ୍ କୁ ଆଧାର ସହିତ ଲିଙ୍କ୍ କରିନାହାଁନ୍ତି, ତେବେ ଏହାକୁ ଶୀଘ୍ର କରନ୍ତୁ । ଯଦି ଆପଣ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ତାହା ନକରନ୍ତି, ତେବେ ଆପଣଙ୍କର ପାନ୍ ନିଷ୍କ୍ରିୟ ହୋଇଯିବ । ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ଜୁନ୍ ୩୦, ୨୦୨୨ ଠାରୁ ଆଧାର ସହିତ ପାନ୍ କୁ ସଂଯୋଗ କରିବା ପାଇଁ ୧୦୦୦ଟଙ୍କା ବିଳମ୍ବ ଶୁଳ୍କ ଆଦାୟ କରୁଛି।
  2. ଟିକସ ସଞ୍ଚୟ ବିନିଯୋଗ
    ଯଦି ଆପଣ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଟିକସ ବିନିଯୋଗ କରିନାହାଁନ୍ତି, ତେବେ ଶୀଘ୍ର କରନ୍ତୁ । ଆପଣ ପିପିଏଫ୍, ସୁକନ୍ୟା ସମ୍ରିଧୀ ଯୋଜନା, ୫ ବର୍ଷ FD ଏବଂ ELSS ଇତ୍ୟାଦିରେ ବିନିଯୋଗ କରି ସେକ୍ସନ୍ ୮୦C ଟ୍ୟାକ୍ସ ଛାଡ ପାଇପାରିବେ । ଏଥିପାଇଁ ଆପଣଙ୍କୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଯୋଜନାରେ ବିନିଯୋଗ କରିବାକୁ ପଡିବ ।
  3. PM Vaya Vandana ଯୋଜନାରେ ବିନିଯୋଗ
    ଯଦି କୌଣସି ବରିଷ୍ଠ ନାଗରିକ PM Vaya Vandana ଯୋଜନାରେ ବିନିଯୋଗ କରିବାକୁ ଚାହାଁନ୍ତି, ତେବେ ସେମାନେ କେବଳ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ କରିପାରିବେ। ଏହି ଯୋଜନାକୁ ଆଗକୁ ବଢେଇବା ପାଇଁ ସରକାର କୌଣସି ବିଜ୍ଞପ୍ତି ଜାରି କରିନାହାଁନ୍ତି। ଏପରି ପରିସ୍ଥିତିରେ, ଆପଣ କେବଳ ମାର୍ଚ୍ଚ ପର୍ଯ୍ୟନ୍ତ ଏଥିରେ ବିନିଯୋଗ କରିପାରିବେ। ଏହା ୬୦ ବର୍ଷରୁ ଅଧିକ ନାଗରିକଙ୍କ ପାଇଁ ଏକ ପେନ୍ସନ୍ ଯୋଜନା ।
  4. ଏସବିଆଇର ଅମୃତ କଲଶ୍ ଯୋଜନାରେ ବିନିଯୋଗ
    ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର (ଏସବିଆଇ) ନୂତନ ଫିକ୍ସଡ ଜମା ଯୋଜନା ଅମୃତ କଲଶ୍ ଚଳିତ ମାସ ଶେଷ ହେବାକୁ ଯାଉଛି। ଏହା ଅଧୀନରେ ବରିଷ୍ଠ ନାଗରିକମାନଙ୍କୁ ୭.୬% ଏବଂ ଅନ୍ୟମାନଙ୍କୁ ୭.୧% ସୁଧ ଦିଆଯାଉଛି । ଜଣଙ୍କୁ ଏଥିରେ ୪୦୦ ଦିନ ପାଇଁ ଏହି ଫିକ୍ସଡ ଜମା ଯୋଜନାରେ ବିନିଯୋଗ କରିବାକୁ ପଡିବ ।
  5. ମ୍ୟୁଚୁଆଲ୍ ଫଣ୍ଡରେ ନାମାଙ୍କନ
    ଯଦି ଆପଣ ଏପର୍ଯ୍ୟନ୍ତ ମ୍ୟୁଚୁଆଲ୍ ଫଣ୍ଡରେ ନାମାଙ୍କନ ପ୍ରକ୍ରିୟା ସମାପ୍ତ କରିନାହାଁନ୍ତି, ତେବେ ଯଥାଶୀଘ୍ର ଏହି କାର୍ଯ୍ୟ କରନ୍ତୁ । ସମସ୍ତ ଫଣ୍ଡ ହାଉସ୍ ଏଥିପାଇଁ ମାର୍ଚ୍ଚ ୩୧ ର ଏକ ସମୟସୀମା ସ୍ଥିର କରିଛନ୍ତି । ଯଦି ଆପଣ ଏହା କରନ୍ତି ନାହିଁ ତେବେ ଆପଣଙ୍କର ମ୍ୟୁଚୁଆଲ୍ ଫଣ୍ଡ ଆକାଉଣ୍ଟ ଫ୍ରିଜ୍ ହୋଇପାରେ।
ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗିରଫ ଭୟରେ ଘରୁ ଫେରାର ହୋଇ କିଛି ଘଣ୍ଟା ପରେ ତାଙ୍କ ସମର୍ଥକଙ୍କ ସାମ୍ନାକୁ ଆସି ପ୍ରଧାନମନ୍ତ୍ରୀଙ୍କୁ ଅପରାଧ ମନ୍ତ୍ରୀ କହିଲେ ଇମ୍ରାନ ଖାନ

Sun Mar 5 , 2023
ବାସ୍ତବ ବ୍ୟୁରୋ: ତୋସାଖାନା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ପାକିସ୍ତାନ ପୋଲିସ ରବିବାର ତାଙ୍କ ଘରେ ପହଞ୍ଚିଥିଲା। ଇସଲାମାବାଦ ପୋଲିସ ଟ୍ୱିଟ୍ କରି କହିଛି ଯେ ଏସପି ତାଙ୍କ ଘରେ ପହଞ୍ଚିବା ପରେ ଇମ୍ରାନ ସେଠାରେ ଉପସ୍ଥିତ ନଥିଲେ। କିଛି ଘଣ୍ଟା ପରେ ଇମ୍ରାନ ଖାନ ଲାହୋରରେ ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ ଯେ “ମୁଁ କେବେ କାହା ଆଗରେ ମୁଣ୍ଡ […]

You May Like

Pin It on Pinterest