ପୁରୀର ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଅଣାୟତ୍ତ…

ପ୍ରତାପରୁଦ୍ର(ପୁରୀ): ଗତକାଲି ପୁରୀ ଟାଉନ୍‌ ଥାନା ଅନ୍ତର୍ଗତ ଲକ୍ଷ୍ମୀବଜାରରେ ରାତି ସାଢ଼େ ୮ଟାରେ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ୨୦ ଘଣ୍ଟା ପରେ ମଧ୍ୟ ଅଣାୟତ୍ତ ରହିଥିବା ବେଳେ ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପାଇଁ ଜୋରଦାର ଉଦ୍ୟମ କରିଥିଲେ ମଧ୍ୟ ସଂପୂର୍ଣ୍ଣ ରୂପେ ସଫଳ ହୋଇନାହାନ୍ତି।

ଏହାରି ମଧ୍ୟରେ ମହାରାଷ୍ଟ୍ରର ପୁନେସ୍ଥିତ ନ୍ୟାସନାଲ୍‌ ଫାୟର ସର୍ଭିସ୍ କଲେଜର ସ୍ୱତନ୍ତ୍ର ଟିମ୍‌ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ଓଡ଼ିଶା ଅଗ୍ନିସେବା ଅଧୀନରେ ଏହି ସ୍ୱତନ୍ତ୍ର ଟିମ୍‌ ନିୟୋଜିତ ଅଛନ୍ତି। ଜାତୀୟ ଟିମ୍‌ର ଭୁବନେଶ୍ୱରରେ ଟ୍ରେନିଂ ଚାଲିଛି। ପୁରୀରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ପାଇଁ ଏହି ଦଳ ଗସ୍ତ କରିଛନ୍ତି। ଏହା ପୂର୍ବରୁ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଥିଲେ ଯେ, ନିଆଁ ଆୟତ୍ତ କରିବାକୁ ଆଉ କିଛି ସମୟ ଲାଗିବ।

୧୬୦ ଜଣ ଅଗ୍ନିଶମ କର୍ମଚାରୀ ନିଆଁଲିଭା କାମରେ ନିୟୋଜିତ ଅଛନ୍ତି। ୧୨ଟି ଦମକଳ ଓ ୨ଟି ଓଡ୍ରାଫ୍ ଟିମ୍ ନିଷ୍ଠାର ସହ କାମ କରୁଛନ୍ତି। ରାତିରେ ଆଲୋକର ଅସୁବିଧା ଥିବା ହେତୁ କାମ ଟିକେ କଷ୍ଟକର ଥିଲା, ହେଲେ ଏବେ ଜୋରସୋରରେ କାମ ଚାଲିଛି।

ସୂଚନାଯୋଗ୍ୟ, ମରିଚିକୋଟ ଛକ ନିକଟ ଲକ୍ଷ୍ମୀବଜାରରେ ଥିବା ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ବୁଧବାର ରାତି ପ୍ରାୟ ସାଢ଼େ ୮ଟାରେ ନିଆଁ ଲାଗିଥିଲା। ଗତକାଲିଠାରୁ ନିଆଁ ଲାଗିଥିବା ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ନିରୋଳା ଜାଗାକୁ ଡାକି ନେଇ ଦୁଷ୍କର୍ମ ଉଦ୍ୟମ କେତେ ସତ...

Thu Mar 9 , 2023
ପ୍ରମୋଦ ନାୟକ(ଭୁବନେଶ୍ୱର): ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ନିରୋଳା ଜାଗାକୁ ଡାକି ନେଇ ଦୁଷ୍କର୍ମ ଉଦ୍ୟମ ।ଏହି ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ସତ୍ୟନାରାୟଣ ସାହୁ ନାମକ ଯୁବକ, ଯାଜପୁରର ଅଞ୍ଚଳର ଜଣେ ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ନିକାଞ୍ଚନ ଜାଗାକୁ ଡାକି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା। ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ଧରି ନିର୍ଧୂମ ପିଟିବା ପରେ, ପିସିଆରକୁ କଲ କରିଥିଲେ। […]

You May Like

Pin It on Pinterest