
ପ୍ରମୋଦ ନାୟକ(ଭୁବନେଶ୍ୱର): ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ନିରୋଳା ଜାଗାକୁ ଡାକି ନେଇ ଦୁଷ୍କର୍ମ ଉଦ୍ୟମ ।ଏହି ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ସତ୍ୟନାରାୟଣ ସାହୁ ନାମକ ଯୁବକ, ଯାଜପୁରର ଅଞ୍ଚଳର ଜଣେ ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ନିକାଞ୍ଚନ ଜାଗାକୁ ଡାକି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା। ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ଧରି ନିର୍ଧୂମ ପିଟିବା ପରେ, ପିସିଆରକୁ କଲ କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା। ଅଭିଯୁକ୍ତ ଭୁବନେଶ୍ୱରର ଏକ ହୋଟେଲରେ କାମ କରୁଥିବା ଜଣାଯାଇଛି।ସେ ରେଷ୍ଟୁରାଣ୍ଟରୁ କାମ ସାରି ଘରକୁ ଫେରୁଥିବା ବେଳେ, ରାସ୍ତାରେ ବସକୁ ଅପେକ୍ଷା କରିଥିଲେ ପୀଡ଼ିତା ।
ସତ୍ୟନାରାୟଣଙ୍କୁ ମୈତ୍ରୀ ବିହାର ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତର ଘର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣା ଉପରସାହିରେ ବୋଲି ଜଣାଯାଇଛି। ଘଟଣାର ଅଧିକ ତଦନ୍ତ ପାଇଁ ଯୁବତୀଙ୍କ ୧୬୧ ଧାରାରେ ବୟାନ ରେକର୍ଡ କରିଛି ପୁଲିସ।
ହେଲେ ରାଜଧାନୀରେ ଏପରି ଘଟଣା ନୂଆ ନୁହେଁ, ଏଥିରେ ଯୁବକ ଦାୟୀ ନା ତାକୁ ଫସାଯାଉଛି। ଅଚିହ୍ନା ଯୁବକ ପଛରେ ଡାକୁ ଡାକୁ ଯୁବତୀ ଜଣକ ବସିଯିବା,ସର୍ବସାଧାରଣରେ ପ୍ରଶ୍ନବାଚୀ ଶୃଷ୍ଟି କରୁଛି ।ରାଜଧାନୀ ପୋଲିସର ସହି ଅନୁସନ୍ଧାନ ଏହାର ପର୍ଦ୍ଦାଫାସ କରି ଦୋଷୀକୁ ଉଚିତ୍ ଦଣ୍ଡ ବିଧାନ କରିବେବୋଲି ବୁଦ୍ଧିଜୀବି ମାନେ ଆଶାପୋଷଣ କରିଛନ୍ତି ।



