ପୁରୀ ନୀଳାଦ୍ରି କମ୍ପ୍ଲେକ୍ସ ହାଣ୍ଡଲୁମ୍‌ ଶୋ’ ରୁମରେ ଅଗ୍ନିକାଣ୍ଡ….

ବାସ୍ତବ ବ୍ୟୁରୋ: ୩୬ ଘଣ୍ଟା ପରେ ପୁରୀର ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଅଗ୍ନିଶମ ବାହିନୀ ଆୟତ୍ତ କରିନେଇଥିବା ବେଳେ ଏବେ ଆଉ ଗୋଟିଏ ସ୍ଥାନରେ ନିଆଁ ଲାଗିଛି। ଆଜି ଅପରାହ୍ନରେ ବଡ଼ ଦାଣ୍ତରେ ଥିବା ନୀଳାଦ୍ରି କମ୍ଲେକ୍ସରେ ଥିବା ହାଣ୍ଡଲୁମ ଶୋ’ ରୁମରେ ଅଗ୍ନିକାଣ୍ଡ ଘଟିଛି। ଶର୍ଟ ଶର୍କିଟ ଯୋଗୁ ଶୋ’ ରୁମ ସୁଇଚ୍‌ ରୁମରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ବୁଧବାର ସନ୍ଧ୍ୟା ପ୍ରାୟ ୮ଟାରେ ଯେଉଁ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଥିଲା, ତା’ ଠାରୁ ଅଳ୍ପ ଦୂରରେ ଏହି ନୀଳାଦ୍ରି କମ୍ପ୍ଲେକ୍ସଟି ରହିଛି।

ନିଳାଦ୍ରୀ କମ୍ଲେକ୍ସର ଦ୍ୱିତୀୟ ମହଲାରେ ଥିବା ଓଡ଼ିଶା ହାଣ୍ଡଲୁମରେ ନିଆଁ ଲାଗିଥିଲା। ତେବେ ଅଗ୍ନି ନିର୍ବାପକ ଯନ୍ତ୍ର ମାଧ୍ୟମରେ ନିଆଁକୁ ତୁରନ୍ତ ଆୟତ୍ତ କରାଯାଇଥିଲେ।

ନୀଳାଦ୍ରି କମ୍ପ୍ଲେକ୍ସର ଅଗ୍ନିକାଣ୍ଡ ସମ୍ପର୍କରେ ଜଣେ ବ୍ୟକ୍ତି କହିଛନ୍ତି ଯେ ଶୋ’ ରୁମ ଭିତରେ ନିଆଁ ଲାଗି ନଥିଲା। କେବଳ ସୁଇଚ୍‌ ରୁମରେ କୌଣସି କାରଣରୁ ସାମାନ୍ୟ ନିଆଁ ଦେଖାଯାଇଥିଲା। ତେବେ କର୍ମଚାରୀଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ କୌଣସି ବଡ଼ ଅଘଟଣ ଘଟିନି। ସେହିପରି ନିଆଁ ମଧ୍ୟ ଶୋ’ ରୁମ ଭିତରକୁ ବ୍ୟାପିନାହିଁ। କର୍ମଚାରୀଙ୍କ ସାହାସ ଯୋଗୁ ସବୁ କିଛି ସ୍ୱାଭାବିକ ହୋଇଥିବା ସେ କହିଛନ୍ତି।

ନୀଳାଦ୍ରି କମ୍ପ୍ଲେକ୍ସ ହାଣ୍ଡଲୁମ ଶୋ’ ରୁମରେ ଲାଗିଥିବା ଛୋଟଧରଣର ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରାଯାଇ ସାରିଥିଲେ ମଧ୍ୟ ସେଠାରେ ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ସମୟ ଧରି ଉପସ୍ଥିତ ରହିଥିଲେ। ସେମାନେ ବିଭିନ୍ନ ସ୍ଥାନକୁ ତନତନ ଯାଞ୍ଚ ମଧ୍ୟ କରିଛନ୍ତି। ଘଟଣାସ୍ଥଳରେ ପୁରୀ ଏସପି କନୱର ବିଶାଲ ସିଂହ, ସିଟି ଡିଏସପି, ଟାଉନଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସ ପ୍ରମୁଖ ପହଞ୍ଚି ଭିଡ଼ ନିୟନ୍ତ୍ରଣ ସହ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସହଯୋଗ କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଜେପିରେ ସାମିଲ୍ ହେଲେ ଓଲିଉଡର ନାୟୀକା ଜିନା ଓ ନାୟକ ରୁଦ୍ର....

Sat Mar 11 , 2023
ପ୍ରଶାନ୍ତ ଦାସ(ବାଲେଶ୍ଵର): ଓଲିଉଡର ଲୋକପ୍ରିୟ କଳାକାର ମହାଶ୍ୱେତା, ଅପରାଜିତା, ପିଙ୍କି ପ୍ରଧାନ, ଅଶ୍ରୁମୋଚନ ମହାନ୍ତି, ହରିହର ମହାପାତ୍ର ଅନୁ ଚୌଧୁରୀ, ଶ୍ରୀତମ୍ ଦାସ ଓ ଅଖିଳ ପଟ୍ଟନାୟକ ପ୍ରମୁଖ ବିଜେପିରେ ସାମିଲ୍ ହୋଇ ଦଳରେ ସକ୍ରିୟ ଥିବା ବେଳେ,ଆଜି ସିନେଜଗତର ଜଣାଶୁଣା ଅଭିନେତ୍ରୀ ଜିନା ସାମଲ ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଓଲିଉଡ ଅଭିନେତ୍ରୀ […]

You May Like

Pin It on Pinterest