ପାନୀୟ ଜଳ ସମସ୍ୟାର ଦୁରିକରଣ ପାଇଁ ସରକାର ଜାରି କଲେ ଟୋଲ ଫ୍ରି ନମ୍ୱର

ବାସ୍ତବ ବ୍ୟୁରୋ-ଜାରି ହେଲା ପାନୀୟ ଜଳ ସମସ୍ୟା ପାଇଁ ଟୋଲ ଫ୍ରି ନମ୍ୱର । ଖରାଦିନେ ସ୍ୱଚ୍ଛ ପାନୀୟ ଜଳ ଲୋକଙ୍କ ପାଖରେ ପହଞ୍ଚାଇବ‌ା ଏବଂ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପାନୀୟ ଜଳ ସମସ୍ୟାର ଦୂରୀକରଣ ପାଇଁ  ପାଇଁ ଆଜି ସରକାର ଏହି ପଦକ୍ଷପ ନେଇଛନ୍ତି । ଯେଉଁ ଅଂଚଳରେ ପିଇବା ପାଣିର ସମସ୍ୟା ଥିବ ସେମାନେ ଏହି ନମ୍ବରରେ ଯୋଗାଯୋଗ କରି ସେମାନଙ୍କ ଅସୁବିଧା ଜଣାଇପାରିବେ । ଗ୍ରାମାଞ୍ଚଳ ପାଇଁ ଟୋଲ୍‌ ଫ୍ରି ନମ୍ବର : ୧୯୧୬ ଓ ସହରାଞ୍ଚଳ ପାଇଁ ଟୋଲ୍‌ ଫ୍ରି ନମ୍ବର : ୧୮୦୦-୩୪୫୬୭୮୩ ।

ଏହା ସହିତ ଯେଉଁ ଅଂଚଳରେ ପିଇବା ପାଣିର ସୁବିଧା ନାହିଁ, ସେଠାରେ ବଡ ବଡ ଟ୍ୟାଙ୍କର ଓ ବଡ ବଡ ଟାଙ୍କି ମାଧ୍ୟମରେ ପାଣି ଯୋଗାଇବେ ସରକାର । ଅଭିଯୋଗ ଆସିଲେ ପଦକ୍ଷେପ ନେବା ପାଇଁ ଇଂଜିନିୟରିଂ ଅଫିସ, ଡିଜିଜନ ଅଫିସ, ସବଡିଭିଜନ ଅଫିସ ଓ ଜେଇ ଅଫିସରେ କଂଟ୍ରୋଲ ରୁମ ଖୋଲାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କୃଷି ବିଭାଗ ର ୩୦ଜିଲ୍ଲାରେ ୩୦ ନୋଡ଼ାଲ ଅଫିସର

Wed Apr 15 , 2020
ବାସ୍ତବ ବ୍ୟୁରୋ-ରାଜ୍ୟର ୩୦ଜିଲ୍ଲା ପାଇଁ ୩୦ନୋଡ଼ାଲ ଅଫିସର ନିଯୁକ୍ତି ପାଇଛନ୍ତି । କୃଷି ବିଭାଗ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ନିଯୁକ୍ତ ହୋଇଥିବା ନୋଡ଼ାଲ ଅଫିସର ତଦାରଖ କରିବେ । ସମସ୍ୟା ସମାଧାନ ସହ ପ୍ରତିଦିନ ଅପରାହ୍ନରେ ରିପୋର୍ଟ ଦେବେ । ଏହାସହ କୃଷି ସରଞ୍ଜାମ ମରାମତି ଦୋକାନ ଖୋଲା ରହିବ । ସାର ଓ ପରିବହନ ଦୋକାନ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି […]

You May Like

Pin It on Pinterest