ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ପକ୍ଷରୁ ସାଧାରଣ ପରିଷଦ ବୈଠକ…

ସଂଜୟ ଶତପଥୀ(କଟକ): କଟକ ବକ୍ସିବଜାରସ୍ଥିତ ପାନ୍ଥନିବାସ ସଭାଗୃହରେ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ପକ୍ଷରୁ ସଭାପତି ତଥା ସାପ୍ତାହିକ ସମ୍ବାଦପତ୍ର “ନବୀନ” ର ମୂଖ୍ୟ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଶ୍ରୀ ରବି ରଥଙ୍କ ସଭାପତିତ୍ବରେ ସଂଘର ସାଧାରଣ ପରିଷଦ ବୈଠକ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବହୁଚର୍ଚ୍ଚିତ ସମ୍ବାଦପତ୍ର “ପର୍ଯ୍ୟବେକ୍ଷକ”ର ମୁଖ୍ୟ ଶ୍ରୀ ପବିତ୍ର ମୋହନ ସାମନ୍ତରାୟ,”କଳିଙ୍ଗ ପ୍ରଭା”ର ମୁଖ୍ୟ ଶ୍ରୀ ପ୍ରଦୀପ୍ତ କୁମାର ପରିଡ଼ା, ବରିଷ୍ଠ ସମାଜସେବୀ, ବିଗତ ଦିନର ଲଢୁଆ ଛାତ୍ରନେତା ଶ୍ରୀ ଅକ୍ଷୟ ଦାସ,,”ସମଦୃଷ୍ଟି”ର ମୂଖ୍ୟ ଶ୍ରୀ ସୁଧୀର ପଟ୍ଟନାୟକ, ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ର ରାଜ୍ୟ ଉପଦେଷ୍ଟା ଶ୍ରୀ ରଜନୀକାନ୍ତ ସାମନ୍ତରାୟ, ରାଜ୍ୟ ସଭାପତି ଶ୍ରୀ ସଞ୍ଜୟ ଦାସ, ରାଜ୍ୟ ସମ୍ପାଦକ ଶ୍ରୀ ହୃଷୀକେଶ ମହାନ୍ତି ଯୋଗଦେଇ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ରାଜ୍ୟ ରେ ପ୍ରକାଶିତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ଦୃଢ଼ ନିନ୍ଦା କରିଥିଲେ।

ଆହୁରି ମଧ୍ୟ ଏହି କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମାଜର ନିଚ୍ଛକ ସତ୍ୟ କୁ ଲୋକଲୋଚନକୁ ଆଣିବା ଯୋଗୁଁ ରାଜନୈତିକ ଦଳମାନଙ୍କ ର ଆକ୍ରୋଶର ଶିକାର ହେଉଥିବା ତଥା ସରକାରୀ ବିଜ୍ଞାପନ ଓ କର୍ପୋରେଟ ବିଜ୍ଞାପନ ପାଇବାରେ ପ୍ରତିବନ୍ଧକ ସୃଷ୍ଟି ହେବା ସହ ଆର୍ଥିକ ଅନାଟନ ର ଶିକାର ହେଉଥିବା ଏହି ପରିଷଦ ବୈଠକ ରେ ମତପ୍ରକାଶ ପାଇଥିଲା। ତେଣୁ ଆଗାମୀ ଦିନରେ ରାଜ୍ୟରେ ପ୍ରକାଶିତ ହେଉଥିବା ସମସ୍ତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମାନଙ୍କର ସମସ୍ତ ମୂଖ୍ୟ ଓ ପ୍ରତିନିଧି ମାନେ ଏକାଠି ହୋଇ ନିଜର ନ୍ଯାଯ୍ଯ ଦାବି ଏହି ଶୋଇଥୂବା ବଧୀର ସରକାର ଙ୍କ ନିକଟରେ ଉପସ୍ଥାପନ କରିବା ସହ ଯଦି ସରକାର ସୀମିତ ସମୟ ସୀମା ମଧ୍ୟରେ ସମାଧାନ ନ କରନ୍ତି ତେବେ ରାଜ୍ୟର ସମସ୍ତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ମୂଖ୍ୟ ଓ ପ୍ରତିନିଧିମାନେ ଏକାଠି ହୋଇ ରାଜରାସ୍ତାକୁ ଓହ୍ଲାଇବାକୁ ପଛାଇବେ ନାହିଁ ବୋଲି ବକ୍ତବ୍ୟ ମାଧ୍ୟମରେ ଚେତାବନୀ ଦେଇଥିଲେ।

ଏହି ସମାବେଶର ମୂଖ୍ୟ ଆକର୍ଷଣ ଥିଲା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ, କଟକ ଜିଲ୍ଲା ଶାଖା ପକ୍ଷରୁ ସାଧାରଣ ସମ୍ପାଦକ ଶ୍ରୀ ସଞ୍ଜୟ କୁମାର ଶତପଥୀଙ୍କ ନେତୃତ୍ବରେ ସଦସ୍ୟ ଶ୍ରୀ କମଳାକାନ୍ତ ଦାଶ, ଶ୍ରୀ କୃଷ୍ଣଚନ୍ଦ୍ର ପ୍ରଧାନ, ଏମ୍.ଡି.କାସିମ୍ ପ୍ରମୁଖ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ, ଓଡ଼ିଶା ରାଜ୍ୟ ପକ୍ଷରୁ ଏହି ସମାବେଶରେ ଯୋଗ ଦେବାକୁ ଆସିଥିବା ରାଜ୍ୟ ଉପଦେଷ୍ଟା ଶ୍ରୀ ରଜନୀକାନ୍ତ ସାମନ୍ତରାୟ, ରାଜ୍ୟ ସଭାପତି ଶ୍ରୀ ସଞ୍ଜୟ ଦାସ ଓ ଶ୍ରୀ ହୃଷୀକେଶ ମହାନ୍ତି ଙ୍କୁ ଭାଇଚାରାର ସହର କଟକର ପରମ୍ପରା ଅନୁଯାୟୀ ଉତ୍ତରୀୟ ଓ ଫୁଲଗୁଛ ଦିଆଯାଇ ସ୍ବାଗତ କରାଯିବା ସହ ସମାବେଶକୁ ପାଛୋଟି ନିଆଯାଇଥିଲା।ଅବଶେଷରେ ସଂଗଠନ ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚଳିତ ଓସ୍କାରରେ ଇତିହାସ ରଚିଲା ଭାରତ: ‘ବେଷ୍ଟ୍‌ ଡକ୍ୟୁମେଣ୍ଟାରି ସର୍ଟ’ ବର୍ଗରେ ଭାରତୀୟ ଚଳଚ୍ଚିତ୍ର ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌ ଏବଂ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ ପାଇଲା ‘ନାଟୁ ନାଟୁ’...

Mon Mar 13 , 2023
ବାସ୍ତବ ବ୍ୟୁରୋ: ସୋମବାର ସକାଳେ ୯୫ ତମ ଓସ୍କାର ପୁରସ୍କାର ସମାରୋହରୁ ଭାରତ ପାଇଁ ଏକ ଖୁସି ଖବର ଆସିଛି । ଚଳଚ୍ଚିତ୍ର RRR ର ନାଟୁ ନାଟୁ କୁ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ପୁରସ୍କାର ଲାଭ କରିଥିବା ବେଳେ ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌ ବେଷ୍ଟ୍‌ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ବର୍ଗରେ ଜିତିଛି। କାର୍ତିକି ଗନ୍‌ସାଲ୍‌ଭେସ୍‌ ଏବଂ ଗୁନୀତ୍‌ ମୋଙ୍ଗାଙ୍କ ‘ନେଟ୍‌ଫ୍ଲିକ୍ସ୍‌’ କ୍ଷୁଦ୍ର ପ୍ରାମାଣିକ ଛବି ‘ଦି ଏଲିଫ୍ୟାଣ୍ଟ୍‌ […]

You May Like

Pin It on Pinterest