
ପ୍ରମୋଦ ନାୟକ(ଭୁବନେଶ୍ୱର): ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଆଜି ବିଧାନସଭାରେ ଶୂନ୍ୟକାଳରେ ପ୍ରଶ୍ନ ଉଠାଇବା ସହ ମନ୍ତ୍ରୀଙ୍କ ଉତ୍ତର ଦାବି କରିଛନ୍ତି ।‘ମାଟ୍ରିକ୍ ପରୀକ୍ଷାରେ ୧୫ ହଜାରରୁ ଅଧିକ ପିଲା ଅନୁପସ୍ଥିତକୁ ନେଇ ଶିକ୍ଷା ମନ୍ତ୍ରୀଙ୍କୁ ଘେରିଲେ ଜୟନାରାୟଣ। ଡ୍ରପଆଉଟ ଅନୁପାତରେ ପୂରା ଭାରତରେ ଓଡିଶା ଏକ ନମ୍ବର ପାଲଟିଥିଲାବେଳେ। ପରୀକ୍ଷା ବେଳେ ମନ୍ତ୍ରୀ ପରିଦର୍ଶନ ନାଁରେ ସ୍କୁଲ ଯାଇ ପିଲାଙ୍କ ସହ ଫଟୋ ଉଠାଉଛନ୍ତି।
ଏହାଦ୍ୱାରା ପିଲାଙ୍କ ସ୍ଥିରତା ଉପରେ ପ୍ରଭାବ ପଡୁ ନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି ।ଓଡିଶାର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ବସିଛନ୍ତି। ପାକିସ୍ତାନ ରଙ୍ଗରେ ସ୍କୁଲଗୁଡିକୁ ରଙ୍ଗେଇ ଦେଲେ ସ୍କୁଲ ଗୁଡିକର ଉନ୍ନତି ହେବ ନାହିଁ।’ ଏହା ଛଡ଼ା ଆହୁରି ଅନେକ ଉଦାହରଣ ଦେଇ ସେ କହିଛନ୍ତି କି ଅନେକ ସ୍କୁଲରେ ଶିକ୍ଷକ ନାହାନ୍ତି। ଷଷ୍ଠ କ୍ଲାସର ପିଲା ଅ ଠାରୁ କ୍ଷ ପର୍ଯ୍ୟନ୍ତ ବି କହିପାରୁନାହାନ୍ତି। ଏହା କଣ ସରକାରଙ୍କ ୫-ଟି ବୋଲି ସେ ଶୂନ୍ୟକାଳରେ ପ୍ରଶ୍ନ କରିଛନ୍ତି।
ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ରାଜ୍ୟର ଡ୍ରପଆଉଟ ହାର ଚିନ୍ତାର କାରଣ ବୋଲି କହିଥିବା ବେଳେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଦୋହଲି ଯାଇଛି ବୋଲି ମତ ରଖିଛନ୍ତି।