ମାର୍ଚ୍ଚ ୧୫ରୁ ଧାରଣା ଦେବ ଓଡ଼ିଶା ଡ୍ରାଇଭର ମହାସଂଘ କଟକ ଭୁବନେଶ୍ବର ପାଇଁ ପୋଲିସ ସଜାଗ ….

ପ୍ରମୋଦନାୟକ(ଭୁବନେଶ୍ବର): ମାର୍ଚ୍ଚ ୧୫ରୁ ଧାରଣା ଦେବ ଓଡ଼ିଶା ଡ୍ରାଇଭର ମହାସଂଘ । ଓଡ଼ିଶା ଡ୍ରାଇଭର ମହାସଂଘ ଆସନ୍ତାକାଲି ଠାରୁ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବ। ଏବେ ଦଶମ ପରୀକ୍ଷା ଚାଲିଥିବା ହେତୁ ଭୁବନେଶ୍ୱର ସହରରେ କୌଣସି ଧାରଣା ଦିଆଯିବନାହିଁ ବୋଲି ସଂଘ କହିଛି। ଓଡ଼ିଶା ଡ୍ରାଇଭର ମହାସଂଘ ସହ ଓଡ଼ିଶା ମଟର ଚାଳକ ସଂଘ, ନାଇଟ ହେଲ୍ପ ଟ୍ରଷ୍ଟ କ୍ୟାବ ସର୍ଭିସ୍ ସଂଘ, ଓଡ଼ିଶା ପରିବହନ ଚାଳକ ସଂଘ ଓ କଳିଙ୍ଗ ଅଟୋ ଚାଳକ ମହାସଂଘ ଏପରି ନିଷ୍ପତ୍ତି ନେଇଛନ୍ତି । ଅନ୍ୟପକ୍ଷେ ଅନ୍ୟ ଜିଲ୍ଲାରେ କର୍ମୀମାନେ ତାଙ୍କ ମୁତାବକ ଧାରଣା ଦେବେ।

ଭୁବନେଶ୍ବରରେ କେବଳ ସ୍ତିୟରିଂ ଛାଡ଼ି ଶାନ୍ତିପୂର୍ଣ୍ଣ ଭାବେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେବ ସଂଘ । ଭୁବନେଶ୍ବରରେ ଯଦି କୌଣସି ଲୋକେ ଆଇନ୍ ହାତକୁ ନେବେ ତେବେ ସଂଘ ତାହାର ବିରୋଧ କରିବା ସହ ପୁଲିସକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି ମଧ୍ୟ କରିବ ।

ମହାସଂଘ ଦେଇଥିବା ସୂଚନାନୁଯାୟୀ, ଗତକାଲି ୬ ଦଫା ଦାବି ନେଇ ମନ୍ତ୍ରୀଙ୍କ ସହ କଥା ହୋଇଥିଲେ ସଂଘ କିନ୍ତୁ କୌଣସି ସୁଫଳ ମିଳିନଥିବା ବେଳେ ଆଜି ମହାସଂଘକୁ ମନ୍ତ୍ରୀଙ୍କ ସହ କୌଣସି ବୈଠକ ପାଇଁ କୁହାଯାଇନାହିଁ ।

ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, କଟକ ଓ ଭୁବନେଶ୍ୱରରେ ଗାଡ଼ି ଚଳାଚଳ ନେଇ ସନ୍ଦେହ ଜାତ ହୋଇଥିଲା। ଗାଡ଼ି ଚଳାଚଳ ନେଇ ବିରୋଧ କଲେ ଆନ୍ଦୋଳକାରୀଙ୍କ ଉପରେ ଆବଶ୍ୟକ ସ୍ଥଳେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଭୁବନେଶ୍ୱରରେ ଅତିରିକ୍ତ ସୁରକ୍ଷା ଦାୟିତ୍ୱରେ ୧୫ ପୁଲିସ ଫୋର୍ସ ୪୦ ଅଫିସର ମୁତୟନ ରହିବେ। ଜନସାଧାରଣ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ କମିସନରେଟ ପୁଲିସ ସଜାଗ ରହିଛି। କୌଣସି ଅସୁବିଧାର ସମ୍ମୁଖୀନ ହେଲେ ୧୧୨କୁ କଲ କରି ସହଯୋଗ ନେଇପାରିବେ। ପରୀକ୍ଷାର୍ଥୀ, ବିମାନଯାତ୍ରୀ, ରେଳଯାତ୍ରୀ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ପୁଲିସ ସଜାଗ ରହିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭାରତ ହେଉଛି ପୃଥିବୀର ଅଷ୍ଟମ ପ୍ରଦୂଷିତ ଦେଶ; ବିିଶ୍ୱର ୫୦ଟି ପ୍ରଦୂଷିତ ସହର ମଧ୍ୟରେ ଭାରତର ୩୯ଟି ସହର : IQ ଏୟାର ରିପୋର୍ଟ....

Tue Mar 14 , 2023
ବାସ୍ତବ ବ୍ୟୁରୋ: ବାୟୁ ପ୍ରଦୂଷଣ ଉପରେ ନଜର ରଖୁଥିବା ଆଇକ୍ୟୁ ଏୟାର ଆଜି (ମଙ୍ଗଳବାର) ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ ପ୍ରକାଶ କରିଛି। ବିଶ୍ୱରେ ଦିନ କୁ ଦିନ ବଢୁଥିବା ପ୍ରଦୂଷଣ ପାଇଁ ବିଷାକ୍ତ ପାଲଟିଗଲାଣି ବାୟୁ। ଏହାରି ଭିତରେ ୨୦୨୨ ପାଇଁ ବିଶ୍ୱର ସବୁଠୁ ପ୍ରଦୂଷିତ ସହରର ତାଲିକା ପ୍ରକାଶ ପାଇଛି। ଏହି ତାଲିକାର ସବୁଠାରୁ ଉପରେ ଥିବା ୫୦ଟି ସହର ମଧ୍ୟରେ ଭାରତର ୩୯ଟି ସହର ରହିଛି। […]

You May Like

Pin It on Pinterest