ଜାଗା ମିଶନ ସର୍ଭେ ତାଲିକାରେ ବ୍ୟାପକ ଅନିୟମିତତା ନେଇ ଜଗତପୁରରେ ସାମ୍ବାଦିକ ସମ୍ମିଳନୀ….

ସଂଜୟ ଶତପଥୀ(କଟକ): ତା୧୭/୦୩/-ସହରାଞ୍ଚଳ ରେ ବସ୍ତିବିକାଶ ଓ ପୁନର୍ବାସ ତଥା ଜାଗାମିଶନ ରେ ବସ୍ତି ବାସିନ୍ଦା ଙ୍କୁ ସର୍ଭେ ମାଧ୍ୟମରେ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିଛନ୍ତି ସରକାର ଓ ପ୍ରଶାସନ ।ପ୍ରଥମେ ବସ୍ତୀ ପଞ୍ଜିକୃତ କରାଇଲେ ଓ ଏବେ ସର୍ଭେ କରି ପରିବାର ତାଲିକା କଲେ ।କିନ୍ତୁ ତାଲିକାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି ।

ବିଶେଷ କରି ଜଗତପୁର ଅଞ୍ଚଳରେ ଦୀର୍ଘ ବର୍ଷ ଧରି ରହିଆସୁଥିବା ବସ୍ତୀ ବାସିନ୍ଦା ଙ୍କ ମଧ୍ୟରେ ଅନେକ ଯୋଗ୍ୟ ବ୍ୟକ୍ତିଙ୍କର ତାଲିକାରେ ନାଁ ନାହିଁ ।ବିଶେଷ କରି ଜଗତପୁର ୪୯ ନଂ ୱାର୍ଡ ର ଖଇରାପୋଲ ଡମ ସାହି ର ୬୦ଜଣ ଆବେଦନକାରୀ ଙ୍କ ମଧ୍ୟରୁ ୩୦ଜଣ ତାଲିକାରୁ ବାଦ ପଡିଛନ୍ତି,ତ୍ରିନାଥ ସାହି ରେ ୧୫ ପରିବାର ବାଦ ପଡିଛନ୍ତି,ମା ମଙ୍ଗଳା ବସ୍ତି ରୁ ମଧ୍ୟ ଅନେକ ବାଦ ପଡିଛନ୍ତି,୪୮ନଂ ୱାର୍ଡ ର ବଟେଶ୍ୱର ବସ୍ତି ରୁ ୧୧୭ଜଣ ମଧ୍ୟରୁ ମାତ୍ର ୧୫ଜଣ ଯୋଗ୍ୟ ଘୋଷିତ ହୋଇଥିବା ବେଳେ ୧୦୨ଜଣ ତାଲିକାରୁ ବାଦ ପଡିଛନ୍ତି ।ଏହିପରି ଭାବରେ ପ୍ରାୟ ଜଗତପୁର ଅଂଚଳର ସମସ୍ତ ବସ୍ତି ରେ ଏପରି ଅନିୟମିତତା ପରିଲକ୍ଷିତ ହେଇଛି ।ଏ ପ୍ରସଙ୍ଗରେ ଅଭିଯୋଗ ଜଣେଇବାକୁ ମାତ୍ର ୫ଦିନ ସମୟ ଦିଆଯାଇଛି ।ଯେଉଁ ମାନଙ୍କର ନାଁ ତାଲିକାରୁ ବାଦ ପଡିଛି ସେମାନେ ବଡ ଚିନ୍ତିତ ଅବସ୍ଥାରେ ଅଛନ୍ତି ।

ଏହି ପ୍ରସଙ୍ଗରେ ଆଜି ଜଗତପୁର ଅଂଚଳର ଯୁବ ସମାଜସେବୀ ମାନସ ପରିଡା ଙ୍କ ଦ୍ଵାରା ଜଗତପୁର ଡାକବଙ୍ଗଳାରେ ଏକ ସାମ୍ବାଦିକ ସମ୍ମିଳନୀ ଆହୁତ ହୋଇଥିଲା ।ଏଥିରେ ଜଗତପୁର ବସ୍ତି ମହାସଂଘ ର ଉପଦେଷ୍ଟା ମହେନ୍ଦ୍ର ମହାନ୍ତି,ବଟେଶ୍ୱର ବସ୍ତି ସଙ୍ଘ ସଭାପତି ତଥା ବସ୍ତି ନେତା ଚିତ୍ତରଞ୍ଜନ ମହାନ୍ତି,ବସ୍ତିସଙ୍ଘ କର୍ମକର୍ତ୍ତା ରମେଶ ମହାଳିକ ,ଶ୍ରମିକ ନେତା ଲଷ୍ମୀଧର ଶରଣ,ଯୋଗଦେଇ ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ପ୍ରଶାସନ କୁ ତୀବ୍ର ସମାଲୋଚନା କରିବା ସହ ତାଲିକା ପ୍ରସ୍ତୁତିରେ ପ୍ରିୟାପ୍ରୀତି ତୋଷଣ,ବ୍ୟାପକ ଅନିୟମିତତା, ସହ ସରକାରୀ ଦଳୀୟ ଭିତ୍ତିରେ କରାଯାଇଥିବା ଅଭିଯୋଗ ଆଣିଛନ୍ତି ।ତେଣୁ ତୁରନ୍ତ ପୁନର୍ବାର ସର୍ଭେ କରାଇ ବାଦ ପଡିଥିବା ଯୋଗ୍ୟ ପରିବାରକୁ ତାଲିକାଭୁକ୍ତ କରିବାକୁ ଦାବୀ କରିଛନ୍ତି , ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଆଜି ବି ପ୍ରଭାବ ଦେଖାଇବ ପଶ୍ଚିମା ଝଡ଼....

Sun Mar 19 , 2023
ସଂଜୟ ଶତପଥୀ(ବାସ୍ତବ ବ୍ୟୁରୋ): ଗତକାଲି ପଶ୍ଚିମା ଝଡ଼ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା ।କାଲିପରି ଆଜି ବି ପ୍ରଭାବ ଦେଖାଇବ ପଶ୍ଚିମା ଝଡ଼ । କୁଆପଥର ମାଡ଼ ସହ ୪୦ରୁ ୫୦ କିମି ବେଗରେ ବହିପାରେ ପବନ । ଏନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ […]

You May Like

Pin It on Pinterest