ଲୋକପ୍ରିୟ ଝୁମର ଗୀତିକାର ସୌରୀନ୍ଦ୍ର ମହାନ୍ତଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି….

ବାସ୍ତବବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଝୁମର ଗୀତିକାର ସୌରୀନ୍ଦ୍ର ମହାନ୍ତଙ୍କର ପରଲୋକ ହୋଇଯାଇଛି। ଗତକାଲି ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକ ବାରିପଦାର ଏକ ଘ‌ରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ସଂଧ୍ୟାରେ ସୌରୀନ୍ଦ୍ରଙ୍କର ସେଠାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା।

ଦୂରସଞ୍ଚାର ବିଭାଗରୁ ସେ ଅବସର ଗ୍ରହଣ କରିବା ପରେ ଝୁମର ଗୀତ ପାଇଁ ଅଧିକ ସମୟ ଦେଉଥି‌ଲେ। ବହୁ ଝୁମର ଗୀତ ରଚନା ଓ ତାର ସ୍ବର ସଂଯୋଜନା କରି ବିଭିନ୍ନ ମହଲରୁ ‌ପ୍ରଶଂସିତ ହୋଇଥିଲେ। ଚଳିତ ବର୍ଷ ମୟୂରଭଞ୍ଜ ମ‌ହୋତ୍ସବରେ ତାଙ୍କର ଗୀତ ସ୍ବରରେ ଦର୍ଶକ ବେଶ ବିମୋହିତ ହୋଇଥିଲେ। ତାଙ୍କ ପରଲୋକ ଖବରରେ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

<em>ତିରୁପତି ସଂସ୍କୃତ ବିଶ୍ୱ ବିଦ୍ୟାଳୟ ରେ ସ୍ଵର୍ଣ ପଦକ ପାଇଲେ ସୋନପୁର ର ଛାତ୍ର</em>

Sun Mar 19 , 2023
ନମୋଗୁରୁ ହୋତା(ସୋନପୁର): ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ତିରୁପତି ଠାରେ ଏମ.ଏ ପୁରାଣ ଇତିହାସ ବିଭାଗ ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ ପଦକ ରେ ପୁରସ୍କୃତ ହେଲେ ସୋନପୁର କଲେଜ ଛାତ୍ର ସବ୍ୟସାଚୀ ବିଶି l ମହୋତି ପ୍ରେକ୍ଷାଳୟ ତିରୁପତି ଦ୍ଵିତୀୟ ଦୀକ୍ଷାନ୍ତ ସମାରୋହ ୨୦୨୩ ରେ ମୁଖ୍ୟ ଅତିଥି ଡା. ଅନିଲ ସାହସ୍ରବୁଦ୍ଧେ ଙ୍କ ଦ୍ୱାରା ସ୍ଵର୍ଣ ପଦକ ରେ ମେଧା ଛାତ୍ର ସବ୍ୟସାଚୀ ଙ୍କୁ […]

You May Like

Pin It on Pinterest