ତିରୁପତି ସଂସ୍କୃତ ବିଶ୍ୱ ବିଦ୍ୟାଳୟ ରେ ସ୍ଵର୍ଣ ପଦକ ପାଇଲେ ସୋନପୁର ର ଛାତ୍ର

ନମୋଗୁରୁ ହୋତା(ସୋନପୁର): ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ତିରୁପତି ଠାରେ ଏମ.ଏ ପୁରାଣ ଇତିହାସ ବିଭାଗ ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ ପଦକ ରେ ପୁରସ୍କୃତ ହେଲେ ସୋନପୁର କଲେଜ ଛାତ୍ର ସବ୍ୟସାଚୀ ବିଶି l

ମହୋତି ପ୍ରେକ୍ଷାଳୟ ତିରୁପତି ଦ୍ଵିତୀୟ ଦୀକ୍ଷାନ୍ତ ସମାରୋହ ୨୦୨୩ ରେ ମୁଖ୍ୟ ଅତିଥି ଡା. ଅନିଲ ସାହସ୍ରବୁଦ୍ଧେ ଙ୍କ ଦ୍ୱାରା ସ୍ଵର୍ଣ ପଦକ ରେ ମେଧା ଛାତ୍ର ସବ୍ୟସାଚୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲେ l କୁଳଧିପତି ଶ୍ରୀନି ଗୋପାଳ ସ୍ୱାମୀ, କୁଳପତି ଆଚାର୍ଯ୍ୟ କୃଷ୍ଣମୂର୍ତ୍ତି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଓଡିଶା ର ଏହି ପ୍ରତିଭା ଙ୍କୁ ପ୍ରଶଂସା କରି ଥିଲେ l

ସବ୍ୟସାଚୀ ସୁବର୍ଣ୍ଣପୁର ଜ଼ିଲ୍ଲା ର ପାତାଳି ଶ୍ରୀକ୍ଷେତ୍ର ନିକଟସ୍ଥ କୋଟ ସମଲେଇ ଗ୍ରାମ ର ପିତା ଲୁକୁ ବିଶି ଓ ମାତା ଉମା ବିଶି ଙ୍କ ପୁତ୍ର ହୋଇ ଥିବା ବେଳେ ସେ ସୋନପୁର କଲେଜ ରେ ଗ୍ରାଜୁଏସନ ସାରି ୨୦୨୧/୨୨ ରେ ତିରୁପତିରେ ଏ କୃତିତ୍ବ ହାସଲ କରିଥିବା ଜଣାଯାଇଛି l ସବ୍ୟସାଚୀ ସ୍ଵର୍ଣ ପଦକ ପାଇବା ପରେ ବିଭିନ୍ନ ମହଲ ରେ ସ୍ୱାଗତ କରାଯାଇଥିବା ବେଳେ ସୋନପୁର କଲେଜ ସମେତ ସମଗ୍ର ଜ଼ିଲ୍ଲା ର ଗୌରବ ବଢିଥିବା ଜଣାଯାଇଛି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ସକାଳେ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା; ୧୦ ଜିଲ୍ଲା ପାଇଁ ‍ୟେଲୋ ୱାର୍ଣ୍ଣିଂ ଜାରି

Mon Mar 20 , 2023
ବାସ୍ତବ ବ୍ୟୁରୋ: ଆଜି ଭୋର ସମୟରେ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ପବନ ହୋଇଥିଲା। ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିଥିଲା। ବର୍ଷା ଓ ଝଡ଼ର ପ୍ରଭାବରେ କେତେକ ସ୍ଥାନରେ ଗଛ ଓ ହୋର୍ଡିଂ ଭାଙ୍ଗିଯାଇଥିବା ପରିଲକ୍ଷିତ ହୋଇଛି। ଏହି କାରଣରୁ ପ୍ରାୟ ଘଣ୍ଟାଏ କାଳ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ […]

You May Like

Pin It on Pinterest