ଆଜିର ଖାସ୍ ଖବର

୧-ଆରୋଗ୍ୟ ସେତୁ ଆପ ଭାଙ୍ଗିଲା ସମସ୍ତ ରେକର୍ଡ, 13 ଦିନ ମଧ୍ୟରେ ଡାଉନଲୋଡ କଲେ 5 କୋଟିରୁ ଉର୍ଦ୍ଧ ଲୋକ।

୨-ଚଳିତ ବର୍ଷ ସ୍ୱାଭାବିକ ହେବ ମୌସୁମୀ ବର୍ଷା, ଜୁନ 13ରେ ଓଡିଶା ଛୁଇଁବ ମୌସୁମୀ: ଭାରତୀୟ ପାଣିପାଗ ବିଭାଗ।

୩-ଲୋକାର୍ପିତ ହେଲା ବାରିପଦା କିସ୍ ପରିସରରେ ପ୍ରତିଷ୍ଠା ହୋଇଥିବା କୋଭିଡ୍‌-୧୯ ହସ୍ପିଟାଲ୍‌, ଜିଲ୍ଲାପାଳ କଲେ ଉଦଘାଟନ।

୪-WHOକୁ ଆମେରିକାର ପାଣ୍ଠି ବନ୍ଦ। ବାର୍ଷିକ ୪୦୦ରୁ ୫୦୦ ନିୟୂତ ଡ଼ଲାର ଦେଇଥାଏ ଆମେରିକା।

୫-ଚାଷ ପାଇଁ ପ୍ରତି ଜିଲ୍ଲାରେ ନୋଡାଲ ଅଧିକାରୀ ନିଯୁକ୍ତି କଲେ ସରକାର। କୃଷି କାର୍ଯ୍ୟ ତଦାରଖ କରିବେ, ସରକାରଙ୍କୁ ଦେବେ ରିପୋର୍ଟ।

୬-JEE MAIN ଏବଂ ନିଟ୍ ତ୍ରୁଟି ସଂଶୋଧନ ଅବଧି ମେ ୩ କୁ ଘୁଞ୍ଚିଲା।

୭-ଜଳ ସମସ୍ୟା ଦେଖାଦେଲେ ଏହି ନମ୍ବରରେ ଫୋନ୍‌ କରନ୍ତୁ , ଟୋଲ ଫ୍ରି ନମ୍ବର ଜାରି କଲେ ସରକାର;
ଗ୍ରାମାଞ୍ଚଳରେ ଜଳ ସମସ୍ୟା ଜଣାଇବାକୁ ୧୯୧୬ ଏବଂ ସହରାଞ୍ଚଳ ପାଇଁ ୧୮୦୦ ୩୪୫୬୭୮୩ କୁ ମାଗଣାରେ ଫୋନ୍ କରିହେବ।

୮-ଚଳିତ ବର୍ଷ ନିରାଡମ୍ବର ଭାବେ ପାଳନ ହେବ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ।

୯-ଭୁବନେଶ୍ୱର: ସ୍ବଳ୍ପ ସଂଚୟ ପ୍ରୋତ୍ସାହନ ସିରିଜ୍ ଉଠାଣ ଜୁଲାଇ ୨୬କୁ ଘୁଞ୍ଚିଲା।

୧୦-ସୁରତରେ ଶ୍ରମିକ ଅଶାନ୍ତି ତେଜିଲା,ପାଣ୍ଡୋଲୋ ଶିଳ୍ପାଞ୍ଚଳରେ ଓଡ଼ିଆ ଶ୍ରମିକଙ୍କ ବିକ୍ଷୋଭ।

୧୧-ସମସ୍ତ ରାଜ୍ୟ ସହ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, 3ଟି ଭାଗରେ ବିଭକ୍ତ ହେବ ଦେଶର ସମସ୍ତ ଜିଲ୍ଲା।

୧୨-ଭୁବନେଶ୍ୱର: ଦହିବରା, ଗୁପଚୁପ ବ୍ୟବସାୟୀଙ୍କୁ ଦଇବ ସାହା, ବେପାର ବନ୍ଦ,ଭୋକ ଉପାସରେ ୨୦୦୦ ପରିବାର।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କରୋନା ଅପଡେଟ୍

Thu Apr 16 , 2020
ବାସ୍ତବ ବ୍ୟୁରୋ-ଏପ୍ରିଲ୍ ୧୬ ତାରିଖ ସକାଳ ୧୨:୩୦ଟା ସୁଦ୍ଧା ସମଗ୍ର ଦେଶରେ ୧୨,୪୫୬ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୪୨୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେୟାର କରନ୍ତୁ

You May Like

Pin It on Pinterest