
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୨୩/୦୩/୨୦୨୩।:-ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଖେରଙ୍ଗ ଗ୍ରାମପଞ୍ଚାୟତ ତଳବନ୍ଧରେ ଦ୍ୱିତୀୟ ବର୍ଷିକ ମହାବୀର ଭଲିବଲ ଟୁର୍ଣ୍ଣାମେଟ ଉଦଯାପିତ ହୋଇ ଯାଇଛି । ଆଠଟି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଉକ୍ତ ଦିବାରାତ୍ରି ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତାକୁ ଶିକ୍ଷକ ସାଧୁ ଚରଣ ନାୟକ ଉଦଘାଟନ କରିଥିଲେ । ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଜିଲ୍ଲାରୁ ଆସିଥିବା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।
ଆଠଟି ଦଳ ମଧ୍ୟରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଟରେ ବାଲେଶ୍ବରକୁ ହରାଇ ଚାନ୍ଦବାଲି ଟିମ ଚମ୍ପିୟାନ ହୋଇଥିଲା । ଶିକ୍ଷକ ସାଧୁ ଚରଣ ନାୟକ ବିଜେତା ଦଳକୁ ଟ୍ରଫି ସହିତ ପାଞ୍ଚ ହଜାର ଟଙ୍କା ଏବଂ ରନରସପ ଦଳକୁ ମହାବୀର କ୍ଲବର ସଭାପତି ସୂର୍ଯ୍ୟମଣି ବଳ ଟ୍ରଫି ସହିତ ତିନିହାଜର ଟଙ୍କା ପ୍ରଦାନ କରିଥିଲେ । ଗ୍ରାମାଞ୍ଚଳ କ୍ରୀଡାକୁ ଦିଗଦର୍ଶନ ଦେଉଥିବା ପ୍ରଭାତ ନାୟକ କମେଟ୍ରି କରି ଦର୍ଶକଙ୍କ ମନୋରଞ୍ଜନ କରିଥିବା ବେଳେ ମହାବୀର କ୍ଲବର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।