ଭୁବନେଶ୍ୱର(ବାସ୍ତବ ଟିଭି): ପୁଣି ରାଜନୀତି ମୁହାଁ ମହାରଥୀ । ଏଇ ମାତ୍ର କିଛିି ଦିନ ତଳେ ପପିଲି ବିଧାୟକ ପ୍ରଦୀପ ମହାରଥୀ ନିଜର ମନ୍ତ୍ରୀ ପଦ ହରାଇ ଘର ବାହୁଡ଼ା ହୋଇଥିବାବେଳେ ପୁଣି ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି । ତାଙ୍କୁ ଆଜି ନବୀନ ନିବାସରେ ଦେଖିବାକୁ ମିଳିଥିଲା । ଏବଂ ତାଙ୍କୁ ଗଣମାଧ୍ୟମ ନିର୍ବାଚନ ଲଢ଼ିବା ନେଇ ପଶ୍ନ କରିବାରୁ ବିଧାୟକ ସ୍ପଷ୍ଟ କହିଥିଲେକି ମୁଁ ଏଥର ନିର୍ବାଚନ ନିଶ୍ଚୟ ଳଢ଼ିବି ।
ଏବଂ ମୁଁ ନିର୍ବାଚନ ପାଇଁ ପୁରାପୁରି ପ୍ରସ୍ତୁତି ଅଛି । ହେଲେ ଏ ନେଇ ଦଳର ମୁଖିଆ ଯାହା ନିଷ୍ପତି ନେବେ ତାକୁ ମୁଁ ମାନିବି । ସୂଚନା ମୁତାବକ ପୂର୍ବରୁ ପିପିଲି ବିଧାୟକ ପ୍ରଦୀପ ମହାରଥୀ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିବାଦୀୟ ବୟାନ ଦେଇ ଜନ ଆକ୍ରୋଶର ଶିକାର ହେବା ସହ ରାଜନୈତିକ ଦଳ ମାନଙ୍କର ଟାର୍ଗେଟର କେନ୍ଦ୍ରବିନ୍ଦୁ ପାଲଟିଥିଲେ ।
ବିରୋଧୀ ବିଜେପିର ମହିଳା ଓ କଂଗ୍ରେସର ଶହ ଶହ ମହିଳା କର୍ମୀ ମହାରଥୀଙ୍କ ବାସଭବନ ସାମ୍ନାରେ ଅଣ୍ଡା ଟମାଟୋ ମାଡ ଼ କରିଥିଲେ । ଅପରପକ୍ଷରେ ଦେଖିବାକୁଗଲେ ଆସ୍ତା ନିର୍ବାଚନ ପାଇଁ ବିଜେଡ଼ିରେ ବଢ଼ୁଛି ଆଶାୟୀଙ୍କ ଭିଡ଼ । ଏବଂ ସେଥିପାଇଁ ନବୀନ ନିବାଶରେ ଦେଖିବାକୁ ମିଳୁଛି ଆଶାୟୀ ପ୍ରାର୍ଥୀଙ୍କ ଭିଡ଼ । ହାତରେ ବାୟୋଡ଼ାଟା ଧରି ନବୀନ ନିବାଶରେ ଲାଗୁଛି ଲମ୍ବା ଲାଇନ୍ । ବିଧାନସଭାର ୧୪୭ ଓ ଲୋକସଭାର ୨୧ଟି ଆସନ ପାଇଁ ଗତ ୪ ଦିନ ମଧ୍ୟରେ ହୋଇସାରିଲାଣି ୩୦ହଜାରରୁ ଅଧିକ ଆବେଦନ ।
ସେଥିମଧ୍ୟରୁ କାହାକୁ ଟିକେଟ ମିଳିବ ଓ କାହାର ଟିକେଟ୍ କଟିବ ତାହାକୁ ଦେଖିବାକଳୁ ବାକିରହିଲା । ସେହି ୩୦ହଜାରରୁ ଅଧିକ ଆବେଦନ ପତ୍ର ମଧ୍ୟରୁ କିଛି ଦାଗି ନେତା ବା ଚିଟଫଣ୍ଡ ଠକେଇ ମାମଲାରେ ସମ୍ପୃତ ଥିବା ନେତାବି ରହିଥିବା ଦେଖିବାକୁ ମିଳୁଛି । ତେବେ ପୂର୍ବରୁ ଶୁଣିବାକୁ ମିଳୁଥିଲାକି ବିଜେଡ଼ିରେ ଏଥର କୈଣସି ବିବାଦୀୟରେ ସମ୍ପୃତ ଥିବା ନେତାକୁ ଟିକେଟ୍ ଦିଆଯିବ ନାହିଁ । ତେବେ ଦେଖିବାକୁ ବାସ୍ତବରେ ବାକିରହିଲା ବିଜେଡ଼ି ସେହି ବିବାଦୀୟରେ ସମ୍ପୃତ ଥିବା ନେତାଙ୍କୁ ଟିକେଟ୍ ଦେଉଛି କି ନାହିଁ ।