
ସଂଜୟ ଶତପଥୀ(କଟକ): କଟକ ମହାନଗର ନିଗମ ର ଅବସ୍ଥା ଦିନକୁ ଦିନ ଅତ୍ୟନ୍ତ ଶୋଚନୀୟ ହୋଇପଡୁଥିଲା ବେଳେ କଟକ ମହାନଗର ନିଗମ ଅଧୀନରେ ଥିବା ଅଞ୍ଚଳ ମାନଙ୍କୁ ସୈ।ନ୍ଦର୍ଯୀ କରଣ କରିବା ପରିକଳ୍ପନା ନେଇ ଅଣ୍ଟା ଭିଡିଛନ୍ତି କଟକ ମହାନଗର ନିଗମ କମିଶନର ଶ୍ରୀ ନିଖିଲ୍ ପବନ କଲ୍ୟାଣ, ଯିଏକି ଜଣେ ଯୁବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ।
ନିକଟରେ କଟକ ମହାନଗର ନିଗମର ଆୟୁକ୍ତ/କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିଥୂବା ଏହି ଯୁବ ଭାରତୀୟ ପ୍ରଶାସନିକ ଅଧିକାରୀ କଟକ ମହାନଗର ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ତଥା କୈାଣସି କାରଣରୁ ବନ୍ଦ ହୋଇଯାଇଥିବା ବହୁତ ଗୁଡ଼ିଏ ପ୍ରାଥମିକ ବିଦ୍ୟାଳୟ ଯାହାକି ସ୍ଥାନୀୟ ଅଧିବାସୀମାନଙ୍କର ଅକ୍ତିଆରଭୁକ୍ତ ହୋଇଛି, ସେହି ସବୁ ବିଦ୍ୟାଳୟକୁ ପରିଦର୍ଶନ ରେ ଯାଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କ ହିତରେ ଜାରି ହୋଇଥିବା ବିଭିନ୍ନ ଜନକଲ୍ଯାଣ କାର୍ଯ୍ୟକ୍ରମର କେନ୍ଦ୍ର ଖୋଲିବାର ଏକ ଖସଡ଼ା ପ୍ରସ୍ତୁତ କରିବାର ଯୋଜନା କରୁଛନ୍ତି।
ଯାହାଦ୍ବାରା କି ରୂପାର ସହର କଟକର ସୈ। ନ୍ଦର୍ଯ ବୃଦ୍ଧି ପାଇବା ସହ ମହାନଗର ନିଗମ ଅଧୀବାସୀମାନେ ଉପକୃତ ହେବେ ବୋଲି ଆଶା ବାନ୍ଧିଛନ୍ତି ଏହି ଯୁବ ଅଧିକାରୀ ଜଣକ।ଏହି ପରିପ୍ରେକ୍ଷୀରେ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମରେ ଏହି ଯୁବ ଅଧିକାରୀଙ୍କ ସହ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ଦୀପ୍ତିମୟୀ ଶୁଭଦର୍ଶୀନି, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ରବିନ୍ଦ୍ର କୁମାର ବେହେରା, ମହାନଗର ନିଗମର ସହରାଞ୍ଚଳ ଯନ୍ତ୍ରୀ, ନିର୍ବାଚନ ବିଭାଗର ଶ୍ରୀ ୟାଲ୍ଲା ରାମଡୁ, ଶିକ୍ଷା ବିଭାଗର କେନ୍ଦ୍ରୀୟ ଶିକ୍ଷା ସଂଯୋଜିକା ଶ୍ରୀମତୀ ବିଭାଷିନୀ ମିଶ୍ର, ଶ୍ରୀ ଦେବେନ୍ଦ୍ର ଗମାଙ୍ଗ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
ପ୍ରଥମ ପର୍ଯ୍ୟାୟରେ ବନ୍ଦ ଥିବା ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ତଳ ତେଲେଙ୍ଗା ବଜାର ର ଚନ୍ଦ୍ରଶେଖର ପ୍ରାଥମିକ ବିଦ୍ୟାଳୟ,ବୁରୁଜସାହିର ଫତେଶ୍ବରୀ ପ୍ରାଥମିକ ବିଦ୍ୟାଳୟ, ମାଣିକଘୋଷ ବଜାରର ଭଣ୍ଡାରୀସାହି ପ୍ରାଥମିକ ବିଦ୍ୟାଳୟ,ଚୈ।ଧୁରୀବଜାର ମଠସାହିର ମଠସାହି ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରାଯାଇ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ଆକଳନ କରାଯାଇଛି।ଅନିର୍ବାର୍ଯ୍ଯ କାରଣ ବଶତଃ କୈାଣସି ମତାମତ ସଂଗ୍ରହ କରିବା ସମ୍ଭବ ହୋଇପାରିନି। ନିଗମ କମିଶନରଙ୍କ ଏହି କାର୍ଯ୍ୟକ୍ରମ କୁ ଅନେକ କ୍ଷେତ୍ରରେ ପ୍ରଶଂସା କରାଯାଇଛି।