ଚାନ୍ଦବାଲି ବ୍ଲକ ମାଧପୁର ପଂଚାୟତରେ 5ଟି ରେ ସାମିଲ ଥିବା ବିଦ୍ୟାଳୟରେ କାର୍ଯ୍ୟ କରିବାକୁ ନେଇ ଦୁଇ ଗୋଷ୍ଟିଙ୍କ ମଧ୍ୟରେ ବିବାଦ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):-ଚାନ୍ଦବାଲି ବ୍ଲକ ମାଧପୁର ପଂଚାୟତରେ ଗଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ୫ ଟି ଯୋଜନାରେ ସାମଲି ହୋଇଛି । ବିଦ୍ୟାଳୟ ପରିସରରେ ବିକାଶ ମୂଳକ କାର୍ଯ୍ୟପାଇଁ ଆରମ୍ଭ ହୋଇଛି ମାଟି ଫିଲିଙ୍ଗ । ଏହି ମାଟି ପିଲିଙ୍ଗକୁ ନେଇ ଗୋଟିଏ ପକ୍ଷ ମନରେଗାରେ କାର୍ଯ୍ୟରେ ମେସିନ ବ୍ୟବହାର ହୋଇ ମାଟି ଫଲିଙ୍ଗ କରାଯାଉଛି ବୋଲି ଅଭିଯୋଗ ହୋଇଥିବା ବେଳେ ପ୍ରତିପକ୍ଷ ପକ୍ଷରୁ ମାଧ୍ୟରେ (ଏସଏଫସି- ) ଯୋଜନାରେ କାର୍ଯ୍ୟ କରାଯାଉଛି ଏବଂ ମନେରେଗାରେ କାର୍ଯ୍ୟ କରାଯାଉନାହିଁ ବୋଲି ପାଲଟା ଅଭିଯୋଗ ହୋଇଛି ।

ଏହି ମାଟି ଫିଲିଙ୍ଗ କାର୍ଯ୍ୟକୁ ନେଇ ଦୁଇ ଗୋଷ୍ଟି ମଧ୍ୟରେ ଆରୋପ ଓ ପ୍ରତ୍ୟରୋପ ଆରମ୍ଭ ହୋଇଥିବା ବଳେ ଘଟଣା ସ୍ଥଳକୁ ବିଭାଗୀୟ ଜେଇ ଆସୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏହା କେଉଁ ଯେଜନାରେ କାର୍ଯ୍ୟ ଆରମ୍ଭ ହୋଇଛି ତାହାକୁ ନେଇ ସଂଦେହ ବଢ଼ିବାରେ ଲାଗିଛି । ଅନ୍ୟ ପଟେ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ସ୍କୁଲ ବିକାଶ ମୂଳକ କାର୍ଯ୍ୟରେ ଉଭୟ ପକ୍ଷ ସହଯୋଗ କରି କିପରି ବିଦ୍ୟାଳୟ ର ଉନ୍ନତି କରାଯାଇ ପାରିବ ଆମ ପିଲାମାନେ ଭଲ ପାଠ ପଢିବେ ସେନେଇ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକର ଅନ୍ୟତମ ସମାଜସେବୀ ଅନୁଷ୍ଠାନ ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ହିନ୍ଦୁ ନବବର୍ଷ‌ ପାଳିତ...

Fri Mar 24 , 2023
ସଂଜୟ ଶତପଥୀ(କଟକ): ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦ। କଟକର ଅନ୍ୟତମ ସମାଜସେବୀ ଅନୁଷ୍ଠାନ ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ସ‍ଂସଦର ମୂଖ୍ୟ ସମାଜସେବୀ ଶ୍ରୀ ମନୋଜ କୁମାର ଶର୍ମାଙ୍କ ନେତୃତ୍ବରେ ହିନ୍ଦୁ ନବବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ସ୍ଥାନୀୟ ମେରିଆବଜାରରୁ ବାହାରି ବାଦାମବାଡ଼ି ରେ ପହଞ୍ଚିବା ପରେ ଅନ୍ୟ ସାମାଜିକ ଅନୁଷ୍ଠାନ ଯଥା ହିନ୍ଦୁ ସେନା, ମହାବୀର ସେନା ଓ ଅନ୍ୟାନ୍ୟ […]

You May Like

Pin It on Pinterest