
ସଂଜୟ ଶତପଥୀ(କଟକ): ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦ। କଟକର ଅନ୍ୟତମ ସମାଜସେବୀ ଅନୁଷ୍ଠାନ ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ସଂସଦର ମୂଖ୍ୟ ସମାଜସେବୀ ଶ୍ରୀ ମନୋଜ କୁମାର ଶର୍ମାଙ୍କ ନେତୃତ୍ବରେ ହିନ୍ଦୁ ନବବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି।
ଏହି ଅବସରରେ ଏକ ଶୋଭାଯାତ୍ରା ସ୍ଥାନୀୟ ମେରିଆବଜାରରୁ ବାହାରି ବାଦାମବାଡ଼ି ରେ ପହଞ୍ଚିବା ପରେ ଅନ୍ୟ ସାମାଜିକ ଅନୁଷ୍ଠାନ ଯଥା ହିନ୍ଦୁ ସେନା, ମହାବୀର ସେନା ଓ ଅନ୍ୟାନ୍ୟ ହିନ୍ଦୁ ଧର୍ମାବଲମ୍ବୀ ଅନୁଷ୍ଠାନ ମାନେ ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି କଟକ ମଙ୍ଗଳାବାଗ ସ୍ଥିତ ଭାରତୀୟ ଜୀବନ ବୀମା କାର୍ଯ୍ୟାଳୟ ସମ୍ମୁଖରେ ଥିବା ପଡ଼ିଆରେ ଏକତ୍ରିତ ହୋଇ ମହାସମାରୋହରେ ହିନ୍ଦୁ ନବବର୍ଷ କୁ ସ୍ଵାଗତ କରିବା ସହ ଆନନ୍ଦ ଉଲ୍ଲାସର ସହ ଏହି ଶୁଭ ଦିନକୁ ପାଳନ କରିବା ସହ କଟକ ସହରବାସୀଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ।
ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦର ମୂଖ୍ୟ ଶ୍ରୀ ଶର୍ମାଙ୍କ ସହ ନାରୀନେତ୍ରୀ ଶ୍ରୀ ପୁଷ୍ପିତା ମହାପାତ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।



