ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ,୨୦୨୪ ନିର୍ବାଚନ ଲଢ଼ିବା ନେଇ ଆଶଙ୍କା….

ବାସ୍ତବ ବ୍ୟୁରୋ: କଂଗ୍ରେସ ଦଳକୁ ଲାଗିଛି ବଡ଼ ଝଟ୍‌କା। ଲୋକସଭା ସଦସ୍ୟତାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି କଂଗ୍ରେସ ଦଳର ପୂର୍ବତନ ସଭାପତି ରାହୁଲଗାନ୍ଧୀ। ୨୦୧୯ ମସିହାର ମୋଦୀଙ୍କ ସାଙ୍ଗିଆ କୁ ନେଇ ରାହୁଲଙ୍କ ବିରୋଧରେ ହୋଇ ଥିବା ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତହେବା ଯୋଗୁ  ଲୋକସଭା ସଦସ୍ୟତା ହରାଇଛନ୍ତି ବୋଲି ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଜନପ୍ରତିନିଧି ଆଇନର ଧାରା ୧୦୨ (୧) (ଉ)ରେ ଥିବା ବ୍ୟବସ୍ଥା ଅନୁଯାୟୀ ୨୩ ମାର୍ଚ୍ଚ ଠାରୁ ଆଉ ଲୋକସଭା ସଦସ୍ୟ ରହିପାରିବେ ନାହିଁ ରାହୁଲ୍ ଗାନ୍ଧୀ।

କେରଳର ୱାୟାନାଡ ସଂସଦୀୟ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଲୋକସଭା ସଦସ୍ୟ ରାହୁଲ ଗାନ୍ଧୀ ଗତକାଲି ଦୋଷୀ ସାବ୍ୟସ୍ତ ହେବା ପରେ ଆଜି ଲୋକସଭା ସଚିବାଳୟ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି।

ତେବେ ଏହି ବିଜ୍ଞପ୍ତି ଉପରେ ନିଜ ମତ ରଖି କଂଗ୍ରେସର ବରିଷ୍ଠ ନେତା ମନୀଷ ତିୱାରୀ ବୟାନ ଦେଇ କହିଛନ୍ତି, ‘ଲୋକସଭା ସଚିବାଳୟ ଜଣେ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିପାରିବ ନାହିଁ। ଏଥିପାଇଁ ରାଷ୍ଟ୍ରପତି  ନିର୍ବାଚନ ଆୟୋଗଙ୍କ ପରାମର୍ଶ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।’

ଉଲ୍ଲେଖଯୋଗ୍ୟ, ଗୁଜରାଟ ସୁରତ ସହରର ଏକ ଅଦାଲତ ଗୁରୁବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ‘ମୋଦୀ’ ସାଙ୍ଗିଆ ଉପରେ କଟୁ ମନ୍ତବ୍ୟ ଦେବା ନେଇ ତାଙ୍କ ବିରୋଧରେ ଦାୟର ହୋଇଥିବା ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିସହ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଅବଶ୍ୟ ଏହାପରେ ରାହୁଲଙ୍କୁ ୩୦ ଦିନ ଜାମିନ ପ୍ରଦାନ କରାଯାଇଛି।  ଏହି ସମୟ ମଧ୍ୟରେ ସେ ଏହି ରାୟ ବିରୋଧରେ ଉପର କୋର୍ଟରେ ଆବେଦନ କରିପାରିବେ।

‘ସବୁ ଚୋରଙ୍କ ପାଖରେ ମୋଦୀ ସାଙ୍ଗିଆ କେମିତି ଅଛି’? ରାହୁଲ ଗାନ୍ଧୀ ଏକ ନିର୍ବାଚନୀ ସଭାରେ ଏପରି କହିବା ପରେ ବିଜେପି ବିଧାୟକ ତଥା ଗୁଜରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ଗାନ୍ଧୀଙ୍କ ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଏକ ମାନହାନି ମାମଲା ଆଗତ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧,୫୯୦; ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮,୬୦୧

Sat Mar 25 , 2023
ବାସ୍ତବ ବ୍ୟୁରୋ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧,୫୯୦ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮,୦୦୦ ଟପି ଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁଯାୟୀ, ଆଜି (ଶନିବାର) ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୫୯୦ କରୋନାଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧,୫୯୦ ନୂତନ […]

You May Like

Pin It on Pinterest