ଆରଡି ବୈତରଣୀ ଓ ସାଳନ୍ଦୀନଦୀର ତିନିତରଘାଟରେ ୨ଟି ଡଙ୍ଗା ମଧ୍ଯରେ ଦୂର୍ଘଟଣା, ଭରାନଦୀକୁ ଖସିପଡିଲେ ୨ଜଣ….

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୪/୦୩/୨୦୨୩।ଆରଡି ବୈତରଣୀ ଓ ସାଳନ୍ଦୀନଦୀର ତିନିତରଘାଟରେ ୨ଟି ଡଙ୍ଗା ମଧ୍ଯରେ ଦୂର୍ଘଟଣା। ନଦିରେ ଏବେ ଜୁଆରପାଣି ପ୍ରବାହିତ ହେଉଥିବାରୁ ଭରାନଦୀକୁ ଖସିପଡିଲେ ୨ଜଣ,ଜଣେ ଛୋଟ ପିଲା ଥିବା ସୂଚନା।
ଚାଳକଙ୍କ କୌଶଳ ଯୋଗୁ ୨ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲ ପଠାଯାଇଛି। ଦୂର୍ଘଟଣା ଡଙ୍ଗାରେ ୧୫ଜଣ ଯାତ୍ରୀଙ୍କ ସହ ୫ଟି ୨ଚକିଆ ଗାଡି ଥବା କହିଛନ୍ତି ପର୍ତକ୍ଷଦର୍ଶୀ।ଉପସ୍ଥିତ ଥିବା ଲୋକଙ୍କ କହିବା ଅନୁଯାୟୀ ଚାନ୍ଦବାଲି ଠାରୁ ଆରଡି ଅଭିମୁଖେ ଯାତ୍ରୀବାହୀ ମଟର ଡଙ୍ଗା ଆସୁଥିବା ବେଳେ ଆରଡି ପଟୁ ଫେରୁଥିବା ଏକ ବାଲି ବୋଝେଇ ଡଙ୍ଗା ସହ ଧକ୍କା ହେବାରୁ ଯାତ୍ରୀବାହି ଡଙ୍ଗାର ଦୂର୍ଘଟଣା ଘଟିଥିଲା ।

ଫଳରେ ଡଙ୍ଗାରେ ଥିବା ଜଣେ ଛୋଟପିଲା ସହ ୨ଜଣ ନଦୀକୁ ଖସିପଡିଥିଲେ ଚାଳକ ଜଣକ ଲାଇଫ ଜାକେଟ ଓ ଟିବ୍ଯୁ ଧରି ନଦୀକୁ ଡେଇଁ ପଡି ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ୨ଜଣଙ୍କୁ ମେଡିକାଲ ପଠାଯାଇଛି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ,୨୦୨୪ ନିର୍ବାଚନ ଲଢ଼ିବା ନେଇ ଆଶଙ୍କା....

Fri Mar 24 , 2023
ବାସ୍ତବ ବ୍ୟୁରୋ: କଂଗ୍ରେସ ଦଳକୁ ଲାଗିଛି ବଡ଼ ଝଟ୍‌କା। ଲୋକସଭା ସଦସ୍ୟତାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି କଂଗ୍ରେସ ଦଳର ପୂର୍ବତନ ସଭାପତି ରାହୁଲଗାନ୍ଧୀ। ୨୦୧୯ ମସିହାର ମୋଦୀଙ୍କ ସାଙ୍ଗିଆ କୁ ନେଇ ରାହୁଲଙ୍କ ବିରୋଧରେ ହୋଇ ଥିବା ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତହେବା ଯୋଗୁ  ଲୋକସଭା ସଦସ୍ୟତା ହରାଇଛନ୍ତି ବୋଲି ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଜନପ୍ରତିନିଧି ଆଇନର ଧାରା […]

You May Like

Pin It on Pinterest