ଠିକା ବିଦ୍ଯୂତ୍ କର୍ମଚାରୀଙ୍କ କମ୍ପାନୀର ମନୋମୁଖୀ ଶାସନ ବିରୁଦ୍ଧରେ କଳାବ୍ୟାଚ ପରିଧାନ….

ସଂଜୟ ଶତପଥୀ(କଟକ): ସମଗ୍ର ଓଡ଼ିଶାରେ‌ ବିଦ୍ଯୂତ୍ ଶକ୍ତି ଯୋଗାଉଥିବା ତଥା ଏକ ଘରୋଇ କମ୍ପାନୀ ଟାଟା ପାୱାର କମ୍ପାନୀର ମନୋମୁଖୀ ଶାସନ ବିରୁଦ୍ଧରେ କମ୍ପାନୀ ଅଧୀନରେ କାର୍ଯ୍ୟରତ ସମସ୍ତ ଠିକା କର୍ମଚାରୀମାନେ କଳାବ୍ୟାଚ ପରିଧାନ କରି ପ୍ରତିବାଦର ସ୍ବର ଉତ୍ତୋଳନ କରିବା ସହ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଠିକା କର୍ମଚାରୀସଂଘର କର୍ମକର୍ତ୍ତା ମତବ୍ୟକ୍ତ କରିଛନ୍ତି।

ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ, ଟାଟା ପାୱାର କମ୍ପାନୀରେ କାର୍ଯ୍ୟରତ ଠିକା କର୍ମଚାରୀମାନଙ୍କୁ ବିଭିନ୍ନ ପ୍ରକାରର ଧମକ ଚମକ ଦିଆଯାଇ କାମ କରିବାକୁ ବାଧ୍ୟ କରାଯିବା, ପ୍ରକୃତ ପ୍ରାପ୍ୟ ନ ଦେବା, ଚାକିରି ର ସର୍ତ୍ତାବଳୀକୁ ଅବମାନନା କରିବା ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଭାରତୀୟ ମଜଦୁର ସଂଘ ଅଧୀନରେ ଥିବା ବିଦ୍ୟୁତ ବିଭାଗର ଠିକା କର୍ମଚାରୀ ସଂଘ ପ୍ରତିବାଦ କରିବା ସହ ଆନ୍ଦୋଳନର ପନ୍ଥା ଆପଣେଇ ନେବାରେ ନିଜ ସ୍ବାର୍ଥ ହାନି ଭୟରେ ତଥା ଠିକା କର୍ମଚାରୀ ମାନଙ୍କ ମୁହଁ ବନ୍ଦ କରିବା ଲକ୍ଷ୍ୟରେ ଟାଟା ପାୱାର କମ୍ପାନୀର ପ୍ରଶାସନିକ ଅଧିକାରୀ କାର୍ଯ୍ୟରତ ।ଠିକା କର୍ମଚାରୀମାନଙ୍କର ସଂଘ ଠିକା କର୍ମଚାରୀ ସଂଘ ର ଜନୈକ ମୂଖ୍ୟ ଙ୍କୁ ମାଲକାନଗିରି ବଦଳି କରିବା ସହ ସଂଗଠନ ସମ୍ପାଦକ ଶ୍ରୀ ସୁଧାଂଶୁ ମୋହନ ସାମନ୍ତରାୟ ଙ୍କୁ ଖୋର୍ଦ୍ଧା ଜିଲ୍ଲାରୁ ଅନୁଗୋଳ ଜିଲ୍ଲାକୁ ବଦଳି କରିଛନ୍ତି।

ଏହା କେବଳ ଟାଟା ପାୱାର କମ୍ପାନୀର ମନୋମୁଖୀ କାର୍ଯ୍ୟ ବିରୁଦ୍ଧରେ ମୁହଁ ଖୋଲିବାର ପୁରସ୍କାର ବୋଲି କେତେକ ଠିକା କର୍ମଚାରୀ ମତ ଦିଅନ୍ତି।ଏହି ଅନ୍ୟାୟ ବଦଳିର ପ୍ରତିବାଦରେ ଆଜି ସମଗ୍ର ଓଡ଼ିଶାରେ‌ କାର୍ଯ୍ୟରତ ଠିକା ବିଦ୍ଯୂତ୍ କର୍ମଚାରୀମାନେ କଳାବ୍ୟାଚ ପରିଧାନ କରିବା ସହ ଯଦି ଏହି ଘଟଣା ଓ ସେମାନଙ୍କର ଉଚିତ୍ ପ୍ରାପ୍ଯ ବିଷୟରେ କମ୍ପାନୀ ତୁରନ୍ତ କୈାଣସି ପଦକ୍ଷେପ ନ ନିଏ ତେବେ ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ସମଗ୍ର ଓଡ଼ିଶାରେ ଠିକା କର୍ମଚାରୀ ସଂଘ ପକ୍ଷରୁ ପ୍ରତିବାଦ ସ୍ବରୂପ ଧାରଣା ଓ ଆନ୍ଦୋଳନ କରାଯିବାର ନିଷ୍ପତ୍ତି ନିଆଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୮ ବର୍ଷର ମୋଙ୍ଗୋଲିଆ ପିଲା ହେବେ ତିବ୍ଦତର ତୃତୀୟ ଧର୍ମଗୁରୁ

Sun Mar 26 , 2023
ବାସ୍ତବ ବ୍ୟୁରୋ: ୮୭ ବର୍ଷୀୟ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ଚୀନ୍‌କୁ ଦେଇଛନ୍ତି ଏକ ବଡ଼ ଝଟକା । ସେ ଆମେରିକାରେ ଜନ୍ମିତ ଏକ ୮ ବର୍ଷର ମୋଙ୍ଗୋଲିଆ ଶିଶୁକୁ ତିବ୍ଦତୀୟ ବୌଦ୍ଧ ଧର୍ମର ତୃତୀୟ ସର୍ବୋଚ୍ଚ ଧର୍ମଗୁରୁ ବନେଇ ଦେଇଛନ୍ତି। ଉକ୍ତ ପିଲାଟି ଯାଆଁଳା ପିଲାମାନଙ୍କ ମଧ୍ୟରୁ ଜଣେ। ଦଲାଇ ଲାମା ଏହି ଶିଶୁକୁ ଦଶମ ଖଲଖା ଜେଟସନ୍ ଧମ୍ପା ରିନ୍ପୋଚେଙ୍କ ପୁନର୍ଜନ୍ମ ବୋଲି କହିଛନ୍ତି। ନୂତନ ଧର୍ମଗୁରୁଙ୍କୁ […]

You May Like

Pin It on Pinterest